ସ୍ପେଶାଲ

କରୋନାର ଦ୍ଵିତୀୟ ପର୍ଯ୍ୟାୟରେ ଲକ୍ଷ ଲକ୍ଷ ଲୋକଙ୍କର ହୋଇପାରେ ମୃତ୍ୟୁ : WHO

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କହିବା ଅନୁଯାୟୀ ଯଦି କରୋନା ଭାଇରସର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହୁଏ ତେବେ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇପାରେ। ସ୍ପେନ୍ ଫ୍ଲୁ ବିଷୟରେ ଉଲ୍ଲେଖ କରି WHO ସହକାରୀ ନିର୍ଦ୍ଦେଶକ ଜେନେରାଲ ରାନେରି ଗୁଏରା କହିଛନ୍ତି ଯେ ସେପ୍ଟେମ୍ବର-ଅକ୍ଟୋବର ଭଳି ଶୀତ ଋତୁରେ ମହାମାରୀ ବୃଦ୍ଧି ପାଇଥିଲା ।

ଇଟାଲୀର RAI ଟିଭି ସହିତ କଥାବାର୍ତ୍ତା କରି ରନୀରି ଗୁଏରା କହିଛନ୍ତି ଯେ ପ୍ରାୟ 100 ବର୍ଷ ପୂର୍ବେ ଆସିଥିବା ସ୍ପେନ୍ ଫ୍ଲୁର ଦ୍ୱିତୀୟ ପର୍ଯ୍ୟାୟରେ କୋଟି କୋଟି ଲୋକ ପ୍ରାଣ ହରାଇଥିଲେ । ସେ କହିଛନ୍ତି ଯେ ସ୍ପେନର ସ୍ୱାଇନ୍ ଫ୍ଲୁ ମଧ୍ୟ କରୋନା ଭଳି ଥିଲା । ଏହା ପରେ ମଧ୍ୟ ଗ୍ରୀଷ୍ମଋତୁରେ ମାମଲା ହ୍ରାସ ପାଇଥିଲା କିନ୍ତୁ ପରେ ଏହା ବୃଦ୍ଧି ପାଇଲା।

ଏହାପୂର୍ବରୁ ୟୁରୋପୀୟ ସେଣ୍ଟ୍ରାଲ ବ୍ୟାଙ୍କର ମୁଖ୍ୟ କ୍ରିଷ୍ଟାଇନ୍ ଲାଗାର୍ଡ ଶୁକ୍ରବାର ଦିନ କହିଛନ୍ତି ଯେ ଯଦି ଆମେ 1918–19 ର ସ୍ପେନ୍ ଫ୍ଲୁରୁ କିଛି ଶିଖିଛୁ ଏବଂ କରୋନାର ଦ୍ୱିତୀୟ ପର୍ଯ୍ୟାୟ ନିଶ୍ଚିତ ଭାବେ ଆସିପାରେ ।

ଏହାପୂର୍ବରୁ କିଛି ଅଧ୍ୟୟନରେ ପ୍ରକାଶ ପାଇଥିଲା ଯେ ଅତ୍ୟଧିକ ଉତ୍ତାପରେ କରୋନାର ପ୍ରକୋପ କମି ଯାଇପାରେ କିନ୍ତୁ ଏତେ କମ୍ ନୁହେଁ ଯେ ସଂକ୍ରମଣ ବନ୍ଦ ହୋଇଯିବ । ଏଥି ସହିତ ମହାମାରୀ ବିଶେଷଜ୍ଞମାନେ କହିଛନ୍ତି ଯେ ମହାମାରୀର ଦ୍ୱିତୀୟ ପର୍ଯ୍ୟାୟ ବିଷୟରେ କୌଣସି ନିର୍ଦ୍ଦିଷ୍ଟ ସଂଜ୍ଞା ନାହିଁ । ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ 97.7 ଲକ୍ଷ କରୋନା ମାମଲା ଚିହ୍ନଟ ହୋଇଛି । ଯେତେବେଳେ କି ସାରା ବିଶ୍ୱରେ କରୋନା ଯୋଗୁଁ 4.9 ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି ।

KNews Bureau

Recent Posts

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

2 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

11 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

27 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

36 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

44 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

1 hour ago