ଏପରି ଏକ ଦେଶ, ଯେଉଁଠି ଆସନ୍ତା ମାର୍ଚ୍ଚରୁ ଟ୍ରେନ ଓ ବସ୍‌ ସେବା ହେବ ମାଗଣା

ଦିଲ୍ଲୀରେ ମହିଳାମାନେ ବସ୍‌ରେ ବିଲକୁଲ ଫ୍ରିରେ ଯାତ୍ରା କରିପାରୁଛନ୍ତି, ଏହା ଆପଣମାନେ ନିଶ୍ଚିତ ଜାଣିଥିବେ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଦୁନିଆରେ ଏମିତି ଏକ ଦେଶ ରହିଛି, ଯେଉଁଠି ଆସନ୍ତା ମାର୍ଚ୍ଚରୁ ସମସ୍ତ ନାଗରିକଙ୍କ ପାଇଁ ଯାତ୍ରା ମାଗଣା କରିଦିଆଯିବ। ଅର୍ଥାତ୍‌ ଟ୍ରେନ ହେଉ ଅବା ବସ୍‌ ଯାତ୍ରୀମାନେ ଏଥିରେ ମାଗଣାରେ ଯାତ୍ରା କରିପାରିବେ। ଏହା ଆପଣ ଜାଣି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚିତ। କିନ୍ତୁ ଏହା ବିଲକୁଲ ସତ। ଏମିତି କରିବାରେ ପ୍ରଥମ ଦେଶ ହେବ ଲଗ୍ଜମବର୍ଗ।

tram

ଏହି ଦେଶ ୟୁରୋପର ସବୁଠାରୁ ଛୋଟ ଦେଶ କିନ୍ତୁ ବେଶ୍‌ ଧନୀ। ଏଠାରେ ୨୦୨୦ରୁ ଟ୍ରେନ, ଟ୍ରାମ୍‌ ଏବଂ ବସ୍‌ରେ ଯିବାକୁହେଲେ ଆପଣଙ୍କୁ କୌଣସି ପଇସା ଦେବାକୁ ପଡିବ ନାହିଁ। ଦେଶର ନାଗରିକଙ୍କ ପାଇଁ ପରିବହନର ସମସ୍ତ ସୁବିଧା ମାଗଣାରେ ଦିଆଯିବ। କେବଳ ଲଗ୍ଜମବର୍ଗ ନୁହେଁ ବରଂ ଏଠାକୁ ଆସୁଥିବା ସମସ୍ତ ପର୍ଯ୍ୟଟକ ମଧ୍ୟ ଏହାର ଫାଇଦା ଉଠାଇପାରିବେ।

pm

ସୂଚନାଯୋଗ୍ୟ, ଗତ ୨୦୧୮ ଶେଷରେ ଜୋଭିଅର ବେଟଲ ଲଗ୍ଜମବର୍ଗର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ନିର୍ବାଚନ ପ୍ରଚାର ସମୟରେ ସେ ଘୋଷଣା କରିଥିଲେ କି, ପବ୍ଲିକ ଟ୍ରାନ୍ସପୋର୍ଟକୁ ମାଗଣାରେ ନାଗରିକଙ୍କ ପାଇଁ ଯୋଗାଇଦେବେ। ଏଥିପାଇଁ ଏଠାରେ ଆସନ୍ତା ମାର୍ଚ୍ଚରୁ ଏହି ସୁବିଧା ଯୋଗାଇ ଦିଆଯାଉଛି।

tt

ରିପୋର୍ଟ ମୁତାବକ, ଏହି ଦେଶରେ ପାଖାପାଖି ୬ ଲକ୍ଷ ନିବାସୀ ରହୁଛନ୍ତି। ପ୍ରତିଦିନ ପାଖାପାଖି ୨ ଲକ୍ଷ ଶ୍ରମିକ ସୀମାପାର ହୋଇ ଏଠାକୁ ଆସୁଛନ୍ତି। ଏଠାରେ ପରିବହନକୁ ମାଗଣା କରିବା ପଛର ମୂଳ ଲକ୍ଷ୍ୟ ହେଉଛି ଭିଡ କମ୍‌ କରିବା ଏବଂ ପର୍ଯ୍ୟାବରଣର ଅବସ୍ଥା ସୁଧାରିବା। ଏହାଛଡା ଗରିବ ଏବଂ ଧନୀଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ଦୂର କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏଠିକାର ୬୦ ପ୍ରତିଶତରୁ ଅଧିକ ଲୋକ ଅଫିସ ଯିବା ପାଇଁ ନିଜ କାରର ବ୍ୟବହାର କରନ୍ତୁ। କେବଳ ୧୯ ପ୍ରତିଶତ ଲୋକ ସାର୍ବଜନିକ ପରିବହନ ଉପରେ ନିର୍ଭର କରିଥାନ୍ତି। ପୂର୍ବରୁ ଏଠାରେ ୨୦ ବର୍ଷ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ମାଗଣା ଟ୍ରାନ୍ସପୋର୍ଟ ସୁବିଧା ଦିଆଯାଉଥିଲା।