ବରକନ୍ୟାଙ୍କ ନାଚ ଦେଖି ଆପଣ ବି ହସି ହସି ଗଡ଼ିଯିବେ, ଥରେ ଦେଖନ୍ତୁ ତ ଏହି ଭିଡିଓ

ବିବାହରେ ବରକନ୍ୟାଙ୍କ ନାଚ ଦେଖିବା ପାଇଁ ସମସ୍ତେ ଯେମିତି ଉତ୍ସୁକତାର ସହ ଚାହିଁ ବସିଥାନ୍ତି । ସେହିମାନଙ୍କ ନାଚକୁ ଦେଖି ବିବାହ ଭୋଜିକୁ ଆସିଥିବା ଗେଷ୍ଟ ମାନେ ଅଧିକ ଖୁସି ହୋଇଥାନ୍ତି । ଆପଣ ତ ଏମିତିରେ ବରକନ୍ୟା ଯୋଡ଼ିଙ୍କର ଅନେକ ଡ୍ୟାନ୍ସ ଭିଡିଓ ଦେଖିଥିବେ । କିନ୍ତୁ ବର୍ତ୍ତମାନ ସମୟରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ଦେଖି ଗେଷ୍ଟ ତ ଗେଷ୍ଟ ଅନ୍ୟମାନେ ବି ହସି ହସି ଗଡ଼ି ଯାଉଛନ୍ତି । କାରଣ ସେମାନେ ମନ ଖୋଲି ନାଚୁଥିବା ସମୟରେ ଏକ ମଜାଦାର ଘଟଣା ଘଟିଗଲା । ଆଉ ତାପର ସମୟର ଦୃଶ୍ୟ ଏମିତି ଥିଲାଯେ ଯାହାର କଳନା ବି ହୁଏତ କେହି କରିନଥିବେ । ତେବେ ଆସନ୍ତୁ ପ୍ରକୃତରେ କଣ ଘଟିଥିଲା ସେହି ବିବାହରେ । ଭାଇରଲ ହେଉଥିବା ଭିଡିଓରେ ଆପଣ ଦେଖିପାରିବେ ପାର୍ଟିକୁ ଦୁହେଁ ଏକ ଗ୍ରାଣ୍ଡ ଏଣ୍ଟ୍ରିରେ ଆସୁଛନ୍ତି । ଆଉ ଫ୍ଲୋର ଉପରେ ଡ୍ୟାନ୍ସ କରିବା ଆରମ୍ଭ କରି ଦେଉଛନ୍ତି । ଆଉ କିଛି ସମୟ ପରେ କନ୍ୟା ଜଣଙ୍କ ବରଙ୍କ ପିଠି ଉପରେ ବସିଯାଉଛନ୍ତି ।

 

ଆଉ କନ୍ୟାକୁ କାନ୍ଧରେ ବସେଇ ଡ୍ୟାନ୍ସ କରିବା ଫଳରେ ତାଙ୍କ ବାଲାନ୍ସ ବିଗିଡି ଯାଉଛି । ଆଉ ଦୁହେଁ ଦୁମ କିନା ତଳେ ପଡିଯାଉଛନ୍ତି । ଏମିତି ଏକ ସିନ ଦେଖିବା ପରେ ସେଠି ଥିବା ଦର୍ଶକ ମାନେ ଜୋର ଜୋର କିନା ହସିବା ଆରମ୍ଭ କରିଦେଉଛନ୍ତି । @suprizhikayeler ଭିଡିଓ ଟିକୁ ନିଜ ଇନ୍ଷ୍ଟଗ୍ରାମରେ ସେୟାର କରିଛନ୍ତି । ଭିଡିଓଟିକୁ ୨୨ ଲକ୍ଷରୁ ଅଧିକ ଜଣ ଦେଖିସାରିଥିବା ବେଳେ ହଜାରରୁ ଅଧିକ ଜଣ କମେଣ୍ଟ ଦେଇଛନ୍ତି । ଆଉ କ୍ୟାପ୍ସନରେ ଲେଖିଛନ୍ତି, “ଏଥିପାଇଁ ତ ଆମେ ଏମିତି କିଛି କରୁନା” । ଭିଡିଓଟି କିଛି ଦିନ ତଳେ ପୋଷ୍ଟ ହୋଇଥିବା ବେଳେ ଖୁବ ସଂଖ୍ୟାରେ ଭାଇରଲ ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.