ଅନୋଖା ଅନ୍ଦାଜରେ ୱେଡିଂ ସେଲିବ୍ରେସନ, ବିବାହ ପୋଷାକ ପିନ୍ଧି ସମୁଦ୍ର ମଧ୍ୟକୁ ଡେଇଁପଡ଼ିଲେ ବରକନ୍ୟା

ବିବାହ ପରର ମୁହୂର୍ତ୍ତକୁ ନେଇ ଉଭୟ ବରକନ୍ୟା ଖୁବ ଉତ୍ସାହିତ ଥାଆନ୍ତି । ଅନେକେ ତ ହନିମୁନ କରିବା ପାଇଁ ନିଜ ମନମୁତାବକ ସ୍ଥାନ ମାନଙ୍କୁ ଯାଇଥାନ୍ତି । କିନ୍ତୁ ନିକଟରେ ଆୟରଲ୍ୟାଣ୍ଡର ଏକ କପଲ ନିଜ ବିବାହର ଠିକ ପରେ ପରେ ଏମିତି କିଛି କାରନାମା କରିଛନ୍ତି ଯାହାକୁ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହେଇଯିବେ । ଏହି କପଲ ବିବାହର ପୋଷାକ ପିନ୍ଧି ସଜବାଜ ହୋଇ ସମୁଦ୍ର କୂଳରେ ଯାଇ ପହଂଚିଥିଲେ । ଆଉ ଦେଖୁ ଦେଖୁ ସମୁଦ୍ରକୁ ଡେଇଁପଡ଼ିଥିଲେ ଏଦୁହେଁ । ବରକନ୍ୟାଙ୍କ ଏମିତି କାରନାମାରେ ଆଖପାଖର ଲୋକେ ପ୍ରଥମେ ତାଯୁବ ହେବା ସହ ଭୟବିତ ହୋଇଯାଇଥିଲେ ।

 

wedding
inage credit: news18

ରିପୋର୍ଟ ମୁତାବକ ଏହି ଯୋଡି ନିଜ ବିବାହ ପୋଷାକ ପିନ୍ଧି ବେଶ ହସଖୁସିରେ ସମୁଦ୍ର କୂଳରେ ଯାଇ ପହଞ୍ଚିଥିଲେ । ଆଉ ବନ୍ଧକୁ ଧରି ଧରି ବନ୍ଧ ଉପରକୁ ଉଠିଥିଲେ । ଆଉ ତାହା ପରେ ପାଣିକୁ ଡେଇଁ ପଡ଼ିଥିଲେ । ପଚରାଉଚୁରାରୁ ଜଣାଯାଇଥିଲାକି ବର ଜଣଙ୍କର ନାଁ ଡୋମ ହୋଇଥିବା ବେଳେ କନ୍ୟାର ନାଁ ହେଉଛି ଅନିତା ମେକାର୍ଥୀ । ଏମାନଙ୍କ ବିବାହ କିଛି ଦିନ ପୂର୍ବରୁ ହିଁ ହୋଇଥିଲା । ସେପ୍ଟେମ୍ବର ୫ ତାରିଖରେ ଦୁହେଁ ଆୟରଲ୍ୟାଣ୍ଡର କ୍ୟାପିଟାଲ ଡବଲିନର ସିଣ୍ଡିକେଟରେ ଯାଇ ପହଞ୍ଚିଥିଲେ । ଆଉ ଦୁହେଁ ପରସ୍ପରର ହାତ ଧରି ପାଣିକୁ ଡେଇଁ ପଡ଼ିଥିଲେ । ଅଚାନକ ଏମାନଙ୍କର ଏମିତି କାମ ଦେଖି ସେଠି ଉପସ୍ଥିତ ଥିବା ଲୋକେ ହତବାକ ହୋଇପଡ଼ିଥିଲେ । କିନ୍ତୁ ପରେ ଜଣାପଡିଥିଲାକି ଏମିତି ଏକ ଅଜବ ଅନ୍ଦାଜରେ ସେମାନେ ନିଜ ବିବାହକୁ ସେଲିବ୍ରେଟ କରୁଛନ୍ତି ।

wedding

ସେମାନଙ୍କ ବିବାହ ସେପ୍ଟେମ୍ବର ୪ ତାରିଖରେ ହୋଇଥିବା ବେଳେ ସେମାନେ ନିଜ ବିବାହର ଆରମ୍ଭ ଏମିତି ଅନୋଖା ଭାବରେ କରିବାକୁ ଚାହୁଁଥିଲେ । ଲୋକେ ଏବାବଦରେ ଜାଣିବା ପରେ ଦୁହିଁଙ୍କୁ ଗଭୀର ପାଣି ଭିତରେ କିଛି ସମୟ ବିତେଇବା ପାଇଁ ଛାଡ଼ି ଦେଇଥିଲେ । ଖାଲି ସେତିକି ନୁହେଁ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ତାଳି ମାରି ସ୍ୱାଗତ ବି କରିଥିଲେ । ଏକ ସାକ୍ଷାତ୍କାର ସମୟରେ କହିଛନ୍ତିକି, ଅନେକ ଦିନରୁ ନିଜ ବିବାହକୁ ଅନୋଖା ଅନ୍ଦାଜରେ ସେଲିବ୍ରେଟ କରିବାକୁ ଚାହୁଁଥିଲେ । ଆଉ ସେମାନଙ୍କ ମୁଣ୍ଡକୁ ଏହି ଆଇଡ଼ିଆଟି ଆସିଥିଲା । ବିବାହ ପୋଷାକକୁ ନେଇ ପ୍ରଶ୍ନ କରାଯିବାରୁ ସେ କହିଛନ୍ତିକି ସେମାନେ ଏପରି କରିବାର କାରଣ ହେଉଛି ଯଦ୍ୱାରା ଅନ୍ୟମାନେ ଜାଣିପାରିବେକି ସେମାନେ ନବ ବିବାହିତା । ସେମାନଙ୍କର ବିବାହ ନିକଟରେ ହିଁ ହୋଇଛି ।

Leave A Reply

Your email address will not be published.