ଘରୁ ମିଳିଲା ଦମ୍ପତିଙ୍କ ମୃତଶରୀର, ମୃତ୍ୟୁର କାରଣ ଅସ୍ପଷ୍ଟ

ଗୋଟିଏ ଦିନରେ ଦୁଇଟି ଅଘଟଣ । ଉଦ୍ଧାର ହେଲା ଚାରି ଚାରିଟି ମୃତଦେହ । ସନ୍ଦେହଜନକ ଅବସ୍ଥାରେ ଘରୁ ଉଦ୍ଧାର । ଗୋଟିଏ ଘରୁ ମିଳିଛି ପ୍ରେମୀ ଯୁଗଳଙ୍କ ମରଶରୀର । ଆଉ ଗୋଟିଏ ଘରୁ ସ୍ୱାମୀ ସ୍ତ୍ରୀଙ୍କ ମୃତଦେହ । ସେ ବି ପୁଣି ପାଖାପାଖି ଅଞ୍ଚଳରୁ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ତେବେ କ’ଣ ରହିଛି କାରଣ ? ଉଭୟ ଘଟଣାରେ କିଛି ସମ୍ପର୍କ ଅଛି କି ? ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା କ’ଣ… । ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ସେମେଲପାଲି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନା ଅନୁସାରେ ସେମେଲପାଲି ଗାଁର ଅରବିନ୍ଦ ନାଗ ଏବଂ ସଂଯୁକ୍ତା ନାଗଙ୍କ ମଧ୍ୟରେ ଅନେକ ଦିନ ଧରି ପ୍ରେମ ସମ୍ପର୍କ ଥିଲା । ଯାହା ଚର୍ଚ୍ଚା ଚାଲିଛି, ଉଭୟେ ସମ୍ପର୍କରେ ପିଉସୀ ପୁତୁରା ହେବେ । ଗତକାଲି ଠାରୁ ସଂଯୁକ୍ତା କୁଆଡେ ଚାଲି ଯାଇଥିଲେ । ଘର ଲୋକେ ବହୁ ଖୋଜା ଖୋଜି ପରେ ବି ତାଙ୍କୁ ପାଇନଥିଲେ । ଝିଅ ନିଖୋଜ ଥିବା ହେତୁ ତାଙ୍କ ବାପା ମୁରିବାହାଲ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ରବିବାର ସକାଳୁ ଏକ ଘର ଭିତରେ ପୁଅ ଝିଅଙ୍କ ମୃତଦେହ ପଡ଼ିଥିବା ଖବର ଆସିଲା । ଆଉ ତାପରେ ଉଦ୍ଧାର ହେଲା ଦୁଇ ଜଣଙ୍କର ମରଶରୀର ।
ତେବେ ଏହା ଲଭ୍ ଜିହାଦ୍ ଆଉ ପୁଅର ବାପା ଦୁହିଙ୍କୁ ହତ୍ୟା କରି ଘର ଭିତରେ ପିଙ୍ଗି ଦେଇଥିବା ଝିଅ ବାପା ଅଭିଯୋଗ କରିଛନ୍ତି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘର ଭିତରୁ ମୃତଦେହ ବାହାର କରାଯାଇଥିଲା। ଅନ୍ୟପଟେ ମୁରିବାହାଲ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି । ତେବେ ଏହି ମୃତ୍ୟୁ ପଛରେ ଅସଲ କାରଣ କଣ ରହିଛି ସେ ନେଇ ଯାଞ୍ଚ କରୁଛି ପୋଲିସ୍ । ସେହିଭଳି ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଗୁଡିଘାଟ ଗାଁର ଏକ ଘର ଭିତରୁ ସ୍ୱାମୀ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ତେବେ କେଉଁ ପରିସ୍ଥିତିରେ ତାଙ୍କ ମୃତ୍ୟୁ ହେଲା କାରଣ ଅସ୍ପଷ୍ଟ ରହିଛି । ମୃତ ସ୍ୱାମୀ ସ୍ତ୍ରୀ ହେଲେ ଗୁଡିଘାଟ ଗାଁର ପ୍ରେମରାଜ ମାଝୀ ଏବଂ ସ୍ତ୍ରୀ ଭାନୁମତି ମାଝୀ । ଗତ ୨୦୧୯ ମସିହାରେ ଉଭୟେ ବିବାହ କରିଥିଲେ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ନାନା କଥା ଚର୍ଚ୍ଚା ହେଉଛି । ତେବେ ପୋଲିସ୍ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ କାରଣ । ମୁରିବାହାଲ ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି । ଏହି ଚାରିଟି ମୃତ୍ୟୁ ପଛରେ ନିଶ୍ଚିତ ଭାବେ କିଛି ବଡ଼ କାରଣ ରହିଛି । କ’ଣ ପାଇଁ ଏମାନଙ୍କ ମୃତ୍ୟୁ ଘଟିଛି ତାହା ସିନା ତଦନ୍ତ ପରେ ଜଣାପଡ଼ିବ ହେଲେ ଏହି ଘଟଣାରେ ଦୁଇ ଦୁଇଟି ପରିବାର ଉଚ୍ଛନ୍ନ ହୋଇ ଯାଇଛି ।
Also read: ଝିଅ ଅପହରଣକାରୀଙ୍କୁ ଗିରଫ ଦାବିରେ ରାତି ସାରା ଫାଣ୍ଡି ଆଗରେ ଧାରଣା ଦେଲେ ପରିବାର