ଏଠାରେ ଦେବା-ଦେବୀଙ୍କ ବିରୋଧରେ ହୋଇଥାଏ ମାମଲା : ମିଳିଥାଏ ମୃତ୍ଯୁ ଦଣ୍ଡାଦେଶ

ଦୁନିଆରେ ସମସ୍ତ ବ୍ୟକ୍ତି ଭଗବାନଙ୍କ ନିକଟରେ ମୁଣ୍ଡ ନୁଆଁଇଥାନ୍ତି। ଏପରିକି ନିଜର ମନବାଞ୍ଝା ପୂର୍ତ୍ତି ପାଇଁ ଅନେକ ପ୍ରକାରର ପୂଜା ଅର୍ଚ୍ଚନା ମଧ୍ୟ କରିଥାନ୍ତି। ଯେତେବେଳେ ଇଛା ଏବଂ ଆଶା ପୂରା ହୋଇନଥାଏ ସେତେବେଳେ କୋଧିତ ହୋଇ ତାଙ୍କୁ ଗାଳି ମଧ୍ୟ କରିଥାନ୍ତି। କିଛି ବ୍ୟକ୍ତିଙ୍କ ମନରେ ଭଗବାନଙ୍କ ବିରୋଧରେ ମାମଲା ରୁଜୁ କରିବାର ଇଛା ମଧ୍ୟ ଜାତ ହୋଇଥାଏ। ଯେତେ ଚାହୁଁଥିଲେ ମଧ୍ୟ ତାହା କେବଳ “ଓ ମାଇ ଗଡ଼” ଭଳି ବଳିଉଡ଼ ଫିଲ୍ମରେ ସମ୍ଭବ ଭାବି ଚୁପ ରହିଥାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଭାରତରେ ଥିବା ଏପରି ଏକ ସ୍ଥାନ ଏବଂ ଦେବତାଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ତାଙ୍କର ଦଣ୍ଡବିଧାନ ମଧ୍ୟ କରାଯାଇଥାଏ। ଏହି ସ୍ଥାନରେ ଭଗବାନଙ୍କୁ ଅଦାଲତକୁ ନିଆଯିବା ସହ ତାଙ୍କୁ ମନ୍ଦିରରୁ ନିସ୍କାସନ ଏବଂ ମୃତ୍ୟୁ ଦଣ୍ଡ ମଧ୍ୟ ମିଳିଥାଏ।

god

ଛତିଶଗଡ଼ର ବସ୍ତର ଅଞ୍ଚଳରେ କେଶକଳା ନଗରରେ ଭଙ୍ଗାରାମ ଦେବୀଙ୍କର ଏକ ମନ୍ଦିର ରହିଛି। ଭଙ୍ଗାରାମ ଦେବୀ ସେହି ଅଞ୍ଚଳର ୫୫ଟି ଗ୍ରାମ ଦେବୀଦେବତାଙ୍କର ଆରାଧ୍ୟ ଦେବୀ। ଏଠାରେ ପ୍ରତି ବର୍ଷ ଭାଦ୍ରବ ମାସରେ ଏକ ମେଳା ଆୟୋଜିତ କରାଯାଇଥାଏ। ଏହି ମେଳାରେ ଆଖପାଖ ସମସ୍ତ ଗ୍ରାମାର ଦେବାଦେବୀ ଏକାଠୀ କରାଯାଇଥାଏ। ପ୍ରତିବର୍ଷ ଯେକୌଣସି ଦେବୀଦେବତା ଦୋଷୀ ସାବ୍ୟସ୍ତ ହୁଅନ୍ତି ତାଙ୍କ ସମ୍ବନ୍ଧୀୟ ଗ୍ରାମବାସୀ ଆରୋପୀ ସାଜିଥାନ୍ତି। ଏହି ଅଦାଲତରେ ଦେବୀଦେବତାଙ୍କ ବିରୋଧରେ ଆରୋପ ଆସିଥାଏ ଯାହାର ଶୁଣାଣି କରିଥାନ୍ତି ଭଙ୍ଗାରାମ ଦେବୀ।

godess

ସମସ୍ତ ଗ୍ରାମବାସୀ ଅର୍ଥାତ ଦେବୀଦେବତାଙ୍କ ଅଭିଯୋଗ ଶୁଣିବା ପରେ ଯାହା ବିରୋଧରେ ଇଛା ପୁରଣ ନକରିବାର ଅଧିକ ଆରୋପ ରହିଥାଏ ଭଙ୍ଗାରାମ ଦେବୀ ତାଙ୍କୁ ଦଣ୍ଡିତ କରିଥାନ୍ତି। ଏହି ପ୍ରକ୍ରିୟାରେ ଭଙ୍ଗାରାମ ଦେବୀଙ୍କ ପୂଜାରୀ ଅସୁଧ ହୋଇଥାନ୍ତି। କାରଣ ତାଙ୍କ ମଧ୍ୟରେ ଦେବୀ ମା ଆସିଥାନ୍ତି ବୋଲି କୁହାଇଥାଏ। ସେ ପୂଜାରୀଙ୍କ ଦ୍ବାରା ଦୋଷୀ ଦେବାଦେବୀଙ୍କ ବିରୋଧରେ ନିଜର ଫଇସଲ। ଶୁଣାଇଥାନ୍ତି।

ତେବେ ଦୋଷ ହିସାବରେ ନିର୍ଣ୍ଣୟ ହୋଇଥାଏ ଦଣ୍ଡ। ଏଥିରେ ୬ମାସରୁ ଆରମ୍ଭ କରି ଅନିଶ୍ଚିତକାଳ ପାଇଁ ମନ୍ଦିରରୁ ନିଷ୍କାସନ ଏବଂ ମୃତ୍ୟୁ ଭଳି ଦଣ୍ଡ ଆଦି ରହିଥାଏ। ମୃତ୍ୟୁ ଦଣ୍ଡ ମିଳିଥିଲେ ଠାକୁରଙ୍କ ମୂର୍ତ୍ତିକୁ ଖଣ୍ଡବିଖଣ୍ଡ କରାଯାଇଥିବା ବେଳେ ନିଷ୍କାସନ ସମୟରେ ତାଙ୍କୁ ମନ୍ଦିର ବାହାରେ ଥିବା କାରଗାରରେ ରଖାଯାଇଥାଏ। ଭକ୍ତଙ୍କ ଇଛା ଏବଂ ମନୋକାମନା ପୂର୍ଣ୍ଣ ନକରିବା ହିସାବରେ ଏଠାରେ ଭଗବାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥାଏ।

Leave A Reply

Your email address will not be published.