କରୋନା ହେଲେ ଉପୁଡ଼ିଯିବ ନଖ! ଜାଣନ୍ତୁ “କୋଭିଡ୍ ନଖ” କ’ଣ ଓ ଏନେଇ କ’ଣ କୁହନ୍ତି ବୈଜ୍ଞାନିକ

କରୋନା ସଂକ୍ରମଣର ମୁଖ୍ୟ ଲକ୍ଷଣ ମଧ୍ୟରେ ଏବେ ଯାଏଁ ଜ୍ୱର, ଥଣ୍ଡା, କାଶ, ଥକାପଣ ଓ ସ୍ୱାଦ ଗନ୍ଧ ବାରି ନ ପାରିବା ରହିଛି। କିନ୍ତୁ ଏବେ ଏଥିରେ ରୋଗୀଙ୍କ ନଖରେ ହେଉଥିବା ପରିବର୍ତ୍ତନ ମଧ୍ୟ ସାମିଲ ହୋଇଛି। ବ୍ରିଟେନର ବୈଜ୍ଞାନିକମାନେ ନୂଆ ରିସର୍ଚ୍ଚରେ ଏନେଇ ସୂଚନା ଦେଇଛନ୍ତି।

ରିସର୍ଚ୍ଚ ମୁତାବକ, କେତେକ କରୋନା ରୋଗୀଙ୍କ ନଖର ରଙ୍ଗ ଫିକା ପଡ଼ିଯାଉଛି। କିଛି ସପ୍ତାହ ପରେ ତାହାର ଆକାରରେ ମଧ୍ୟ ପରିବର୍ତ୍ତନ ହେଉଛି। ଏହାକୁ ‘କୋଭିଡ ନଖ’ ବୋଲି ମଧ୍ୟ କୁହାଯାଏ। ଏହି ଲକ୍ଷଣ ଦେଖାଦେଲେ ନଖ ତଳେ ନାଲି ରଙ୍ଗର ଅର୍ଦ୍ଧ ଚନ୍ଦ୍ର ଭଳି ହୋଇଯାଏ। ପରେ ଧୀରେ ଧୀରେ ନଖ ଦୁର୍ବଳ ହୋଇ ଉପୁଡ଼ି ଯାଏ।

ତେବେ ସବୁ ରୋଗୀଙ୍କ ଠାରେ ଏହି ଲକ୍ଷଣ ଦେଖାଯାଉନାହିଁ। କିନ୍ତୁ କିଛି ରୋଗୀଙ୍କର ଏହି ସମସ୍ୟା ଦେଖାଯାଉଛି। ଆଉ କିଛି ରୋଗୀଙ୍କ ନଖର ରଙ୍ଗ ନାରଙ୍ଗୀ ରଙ୍ଗ ହୋଇଯାଉଛି। ସେହିପରି କରୋନା ସଂକ୍ରମିତ ଆଉ କିଛି ରୋଗୀଙ୍କର ନଖର ରଙ୍ଗ ବଦଳି ଧଳା ହୋଇଯାଉଥିବା ମଧ୍ୟ ଦେଖିବାକୁ ମିଳିଛି। ଏଣୁ ଯଦି ଆପଣ ନିଜ ନଖରେ କୌଣସି ଅସ୍ୱାଭାବିକ ପରିବର୍ତ୍ତନ ଦେଖୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.