କରୋନା ଆକ୍ରାନ୍ତ ଶାଶୁଙ୍କ ବ୍ୟବହାର ପାଇଁ ବୋହୂ ହେଲା କରୋନା ପଜିଟିଭ, ଥାନାରେ କଲା ଅଭିଯୋଗ

କରୋନା ମହାମାରୀ ପାଇଁ ସମସ୍ତେ ସାମାଜିକ ସହ ଶାରୀରିକ ଦୂରତାକୁ ମାନିବାକୁ ନିର୍ଦ୍ଦେଶ ଦିଆଯାଉଛି । ଏବେ କେହି ଅସୁସ୍ଥ ହେଲେ ପାଖକୁ ଯିବା ପାଇଁ ମଧ୍ୟ ଭୟ ଲାଗୁଛି । ଏହି ସମୟରେ ଏକ ଅଜବ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଉଛି । କରୋନା ପଜିଟିଭ ଶାଶୁ ଜବରଦସ୍ତି ଭାବେ ନିଜ ବୋହୂକୁ ଆଲିଙ୍ଗନ କରୁଛନ୍ତି । ଚାଲନ୍ତୁ ଜାଣିବା ପୁରା ଘଟଣା ସଂପର୍କରେ ।

ଭାଇରାଲ ଖବରଟି ତେଲେଙ୍ଗାନା ସହରର । ଏହାରେ ଜଣେ ଶାଶୁ କରୋନାରେ ଆକ୍ରାନ୍ତ ହେବାପରେ ଆଇସୋଲେସନରେ ରହିଥିଲେ । କିଛିଦିନ ପରେ ଏମିତି ବ୍ୟବହାର କଲେ ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । କରୋନାରେ ଆକ୍ରାନ୍ତ ହେବାପରେ ବୋହୂ ଜଣକ ଶାଶୁଙ୍କ ପାଖକୁ କାହାରିକୁ ଛାଡୁ ନଥିଲେ । ଖାଦ୍ୟ ମଧ୍ୟ ଗୋଟିଏ ସ୍ଥାନରେ ରଖି ଖାଇବାକୁ ଡାକୁଥିଲେ ।ଏହା ଶାଶୁଙ୍କୁ ବହୁତ ଅପମାନ ଭଳି ଅନୁଭବ ହେଲା । ପରେ ରାଗିଯାଇ ନିଜ ବୋହୂକୁ ଆଲିଙ୍ଗନ କରିଥିଲେ । ତାଙ୍କୁ କରୋନା ପଜିଟିଭ କରାଇଥିଲେ ।

ସୂଚନା ଅନୁଯାୟୀ ମହିଳାଙ୍କ ସ୍ୱାମୀ ୭ ମାସ ପୂର୍ବେ ଚାକିରୀ ପାଇଁ ଓଡ଼ିଶା ଆସି ରହୁଛନ୍ତି । ଶାଶୁଙ୍କ ପ୍ରତି ଏଭଳି ଅପମାନ ଭରା ବ୍ୟବହାର ପାଇଁ ଏବେ ସେ ଚାରିଆଡେ ଚର୍ଚ୍ଚାର ପାତ୍ର ପାଲଟଇଛନ୍ତି । କରୋନା ପଜିଟିଭ ହେବା ପରେ ୨୯ ମଇରୁ ସେ ନିଜ ପରିବାର ପାଖରେ ରହୁଛନ୍ତି । ଏହାକୁ ନେଇ ସେ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.