ଆମେରିକାର ଜଣେ ମହିଳାଙ୍କର ହେଉଥିଲା ସ୍ୱାବ୍‌ ସଂଗ୍ରହ, ହେଲେ ହଠାତ୍‌ ନାକରୁ ବାହାରି ପଡିଲା କିଛି…..

କୌଣସି ବ୍ୟକ୍ତିଙ୍କ ନିକଟରେ ଯଦି କରୋନାର ଲକ୍ଷଣ ଦେଖାଯାଏ ତେବେ ତାଙ୍କର କୋଭିଡ ଟେଷ୍ଟ କରିବା ପାଇଁ ତାଙ୍କ ନିକଟରୁ ସ୍ୱାବ ସଂଗ୍ରହ କରାଯାଏ। ଆମେରିକାରେ ଏହି ସ୍ୱାବ ଟେଷ୍ଟ ପରୀକ୍ଷଣର ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ଜଣେ ମହିଳାଙ୍କ ନାକରୁ ସ୍ୱାବ ସଂଗ୍ରହ କରୁଥିବା ସମୟରେ ତାଙ୍କ ନାକରୁ ସେରେବ୍ରୋସ୍ଫାଇନାଲ୍‌ ଫ୍ଲୁଇଡ୍‌ ଲିକ୍‌ ହୋଇଛି। ଏହା ଫଳରେ ମହିଳାଙ୍କର ମସ୍ତିଷ୍କରେ ସଂକ୍ରମଣ ହେବାର ଆଶଙ୍କା ରହିଛି ବୋଲି ଡାକ୍ତରମାନେ ଗୁରବାର ଦିନ ଏକ ମେଡିକାଲ ଜର୍ନାଲରେ ପ୍ରକାଶ କରିଛନ୍ତି।

ତେବେ ୪୦ ବର୍ଷିୟ ଏହି ମହିଳାଙ୍କ ଅବସ୍ଥା ଖୁବ ଶୋଚନୀୟ ହୋଇଯାଇଥିଲା ଏବଂ ତାଙ୍କ ପରୀକ୍ଷଣ ସମୟରେ କିଛି ତ୍ରୁଟି ରହିଯାଇଥିବାରୁ ଏହିପରି ଅସମ୍ଭବ ଘଟଣା ହୋଇଛି ବୋଲି କୁହାଯାଉଛି। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟରତଙ୍କୁ ପରୀକ୍ଷଣ କରିବା ସମୟରେ ଏହାର ସମସ୍ତ ପ୍ରଟୋକଲ ପାଳନ କରିବା ଉଚିତ ବୋଲି ଜଣେ ବରିଷ୍ଠ ଲେଖକ ଜାରେଟ ଭାଲ୍‌ଶା ଏଏଫପିକୁ କହିଛନ୍ତି। ସାଇନସ କିମ୍ବା ମସ୍ତିଷ୍କ ସହ ଜଡିତ ସର୍ଜରି ହୋଇଥିବା ବ୍ୟକ୍ତିଙ୍କୁ ମୋଳିକ ପରୀକ୍ଷଣର ଅନୁରୋଧ କରିବା ଉଚିତ ବୋଲି ସେ କହିଛନ୍ତି।

us covid2

ସମ୍ପୃକ୍ତ ମହିଳା ଜଣଙ୍କ ହାର୍ଣ୍ଣିଆ ସରଜରୀ ପୂର୍ବରୁ ନାକର ପରୀକ୍ଷଣ ପାଇଁ ଯାଇଥିଲେ ଓ ପରେ ତାଙ୍କ ନାକରୁ ଏକ ସ୍ପଷ୍ଟ ତରଳ ପଦାର୍ଥ ବାହାରୁଥିବାର ନଜର ଆସିଥିଲା ବୋଲି ଆଇଓଏ ହସ୍ପିଟାଲର ଜଣେ କର୍ମଚାରୀ କହିଛନ୍ତି। ଏହାପରେ ମୁଣ୍ଡବ୍ୟଥା, ବାନ୍ତି, ଗଳାରେ ଯନ୍ତ୍ରଣା ଦେଖାଯିବାରୁ ମହିଳା ଜଣଙ୍କୁ ଭାଲ୍‌ସଙ୍କ ନିକଟକୁ ଦେଖାଶୁଣା ପାଇଁ ସ୍ଥାନାନ୍ତରିତ କରାଯାଇଥିଲା। ଭାଲ୍‌ସଙ୍କ ମତରେ ମହିଳା ଜଣଙ୍କୁ ପ୍ରଥମ ପରୀକ୍ଷଣରେ କୌଣସି ପ୍ରକାର ଅସୁବିଧା ହୋଇନଥିଲା କିନ୍ତୁ ଏହି ପରୀକ୍ଷାରେ ତାଙ୍କ ନାକରେ ପ୍ରବେଶ ଅଧିକ ହୋଇ ଯାଇଥିଲା। ସେହିପରି ଅନ୍ୟ ଏକ ପରୀକ୍ଷା କରାଗଲେ ତାହା ସଫଳ ହେବ ବୋଲି ମଧ୍ୟ ସେ କହିଛନ୍ତି।

କିଛି ବର୍ଷ ପୂର୍ବେ ମହିଳାଙ୍କର ମସ୍ତିଷ୍କର ଚାପ ଅଧିକ ଥିବାରୁ ତାଙ୍କର ଇଟ୍ରୋକ୍ରେନିକାଲ ଉଚ୍ଚ ରକ୍ତଚାପର ଚିକିତ୍ସା କରାଯାଇଥିଲା। କିନ୍ତୁ ଏହି ଚିକିତ୍ସାଦ୍ୱାରା ଏନସେଫଲୋସେଲ ବିକଶିତ ହୋଇ ମସ୍ତିଷ୍କ ସହ ଜଡିତ ଲାଇନ ନାକରେ ପ୍ରବେଶ କରିବାରୁ ଏହାର ଫାଟିବାର ସମ୍ଭାବନା ଅଧିକ ହୋଇଥିଲା। ଜୁଲାଇରେ ତାଙ୍କ ଏହି ସମସ୍ୟାକୁ ଚିକିତ୍ସା କରି ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରାଯାଇଥିଲା ଏହି ସମସ୍ୟାର ସଠିକ୍‌ ସମୟରେ ଚିକିତ୍ସା ନହୋଇଥିଲେ ଏହାର ଜୀବାଣୁ ନାକ ଉପରକୁ ଯାଇ ଜୀବନପ୍ରତି ବିପଦ ସୃଷ୍ଟି କରିଥାନ୍ତେ ବୋଲି ଭାଲ୍‌ସ କହିଛନ୍ତି । ଯଦିଓ ଏହା ଏକ ବିରଳ ଘଟଣା, କିନ୍ତୁ ମହାମାରୀ ଶେଷ ହେବା ପୂର୍ବରୁ ହେବାକୁ ଯାଉଥିବା କୋଟି କୋଟି ଲୋକଙ୍କ ସ୍ୱାବ ପରୀକ୍ଷା ସମୟରେ ଏହିସବୁ କଥା ପ୍ରତି ଧ୍ୟାନ ଦେବା ଉଚିତ ବୋଲି ମଧ୍ୟ ସେ ସୂଚାଇ ଦେଇଛନ୍ତି।