ସେବା ଯୋଗାଇବା ପାଇଁ ଫ୍ରଣ୍ଟ ଲାଇନ କୋଭିଡ ଯୋଦ୍ଧା JCBରେ ହେଲେ ନଦୀ ପାର, ଫଟୋ ହେଲା ଭାଇରାଲ

କରୋନା ବିରୁଦ୍ଧରେ ଲଢୁଥିବା ଫ୍ରଣ୍ଟ ଲାଇନ ୱାର୍କରଙ୍କ ଯୋଗଦାନ ସର୍ବୋଚ୍ଚ ଉପରେ । ଆମେ ଆପଣଙ୍କୁ ଏବେ ଯେଉଁ ଫଟୋ ଏବେ ଦେଖାଉଛୁ ସେଥିରୁ ଠିକ ରୂପେ ଆପଣ ବୁଝି ପାରିବେ ଯେ, ପରିସ୍ଥିତି ଯାହା ବି ଥାଉ କୋଭିଡ ଯୋଦ୍ଧା ସବୁବେଳେ ସବୁ ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି । ଏବେ ସୋସିଆଲ ମିଡିଆରେ ଏଭଳି ଫଟୋ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଯୋଦ୍ଧାଙ୍କୁ ପ୍ରଶଂସା କରି ରହି ପାରିବେ ନାହିଁ ।

ଫ୍ରଣ୍ଟ ଲାଇନ ୱାର୍କର୍ସ ଜେସିବିରେ ବସି ନଦୀ ପାର ହୋଇ ବିପରୀତ କୂଳକୁ ଯାଇ ନିଜର କର୍ମ ସମ୍ପାଦନ କରିବାକୁ ଆଗେଇ ଆସିଛନ୍ତି । ଲୋକଙ୍କୁ ସେବା ଯୋଗାଇ ଦେବା ନିମିତ୍ତ ସେ ଏହି ଯୋଜନା ଆପଣାଇଛନ୍ତି । ଏହି ଘଟଣାଟି ଲଦାଖ ଅଞ୍ଚଳର । ଏହାକୁ ଆଜି (ବୁଧବାର) ବିଜେପି ସାଂସଦ Jamyang Tsering Namgyal ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଥିଲେ ।

ଲଦାଖରେ ମଙ୍ଗଳବାର ୬୧ ନୂଆ କରୋନା ମାମଲା ସାମ୍ନାକୁ ଆସିଥିଲା । ଏହାପରେ ଫ୍ରଣ୍ଟ ଲାଇନ ୱାର୍କର୍ସ ସେବା ଯୋଗାଇବା ନିମିତ୍ତ ନିଜ କର୍ମ ସମ୍ପାଦନ ପାଇଁ ଜେସିବିରେ ବସି ନଦୀ ପାର ହୋଇଥିଲେ । ଏହି ଫଟୋ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଏହାକୁ ଦେଖି ଅନେକ ପ୍ରଶଂସା ମଧ୍ୟ କରିଛନ୍ତି ।

Leave A Reply

Your email address will not be published.