ଗାଈଟିଏ ହେଲେ ବି ସେ ତ ମାଆ ନା: ଦୁର୍ଘଟଣାରେ ଚାଲିଗଲା ବାଛୁରୀର ଜୀବନ, ଶବକୁ ଛାଡିବାକୁ ନାରାଜ୍

କେହି ହୃଦୟ ହୀନ ମଣିଷ ଗାଡି ଚଳାଇ ଗଲାବେଳେ ନିରୀହ ବାଛୁରୀ ଛୁଆଟିକୁ ଧକ୍କା ଦେଇଥିଲା। ଆଉ ସେହି ଧକ୍କାରେ ଜୀବନ ଚାଲିଯାଇଥିଲା କୁନି ବାଛୁରୀଟିର। ଗାଈଟିଏ ହେଲେ ବି ସେ ତ ମାଆ ନା। ସିଏ କାହୁଁ ବୁଝିବ କି ତା ଛୁଆ ଆଉ କେବେବି ଉଠିବନାହିଁ ବୋଲି।

ଭୁବନେଶ୍ୱର (କେନ୍ୟୁଜ୍): ଛୋଟିଆ ବାଛୁରୀ ଛୁଆଟି ତଳେ ପଡି ରହିଛି। ଆଉ ଗାଈଟି ବାଛୁରୀ ଛୁଆ ପାଖରେ ହମ୍ବା ହମ୍ବା ରଡି ପକାଉଛି। ସତେ ଯେମିତି ବାଛୁରୀ ଟିକୁ ହମ୍ବା ରଡି କରି କହୁଛି ଧନ ଉଠ୍ ସକାଳୁ ପହରୁ କିଛି ଖାଇନୁ। କ୍ଷୀର ବି ପିଉନୁ। ଉଠିଲୁ ଉଠିଲୁ ମୋ ସୁନାଟା। କିନ୍ତୁ ବାଛୁରୀ ଛୁଆଟି ଜମାରୁ ଉଠୁନି। ଅନେକ ସମୟରୁ ଗାଈ ଟିର ଏଭଳି ବୋବାଳି କାହାରି କାନରେ ବାଜୁ ନଥାଏ। ହେଲେ,ଏମିତି ଏକ ଘଟଣାକୁ ଏଡାଇ ଯାଇ ପାରିନଥିଲେ କିଛି ପଶୁ ପ୍ରେମୀ ଆଉ ଆଜିର ଯୁବ ପିଢ଼ି। ସେମାନେ ପହଞ୍ଚି ଯାହା ଶୁଣିଲେ ସେମାନଙ୍କ ଆଖିରେ ଲୁହ ରହିଲା ନାହିଁ। ଯାହା ଜଣାପଡିଲା କି, ଘଟଣା ଦିନ ରାତିରେ କେହି ହୃଦୟ ହୀନ ମଣିଷ ଗାଡି ଚଳାଇ ଗଲାବେଳେ ନିରୀହ ବାଛୁରୀ ଛୁଆଟିକୁ ଧକ୍କା ଦେଇଥିଲା। ଆଉ ସେହି ଧକ୍କାରେ ଜୀବନ ଚାଲିଯାଇଥିଲା କୁନି ବାଛୁରୀଟିର।

ଗାଈଟିଏ ହେଲେ ବି ସେ ତ ମାଆ ନା। ସିଏ କାହୁଁ ବୁଝିବ କି ତା ଛୁଆ ଆଉ କେବେବି ଉଠିବନାହିଁ ବୋଲି। ତାପରେ ମଣିଷ ଭଳି ତା ପାଟି ବି ଫିଟୁନାହିଁ ଯେ ସେ ଦୌଡି ଯାଇ କାହାକୁ ସାହାଯ୍ୟ ମାଗିଥାନ୍ତା କି ୧୦୮ ଆମ୍ବୁଲାନ୍ସକୁ ଡାକି ନିଜ ଛୁଆଟିକୁ ନେଇ ମେଡିକାଲରେ ଡାକ୍ତରଙ୍କୁ ଦେଖାଇ ଭଲ କରି ଥାଆନ୍ତା। ତଥାପି ନିଜ ଛୁଆଟି ଉଠୁନଥିବା ଦେଖି ବ୍ୟସ୍ତ ବିବ୍ରତ ହୋପଡୁଥିଲା ମା ଗାଈଟି। ମଣିଷ ଛୁଆ ହୋଇ ଥିଲେ କେତେ ଗାଡି ମଟର, ଲୋକ ବାକ ଆସି ବିକ୍ଷୋଭ କରିସାରନ୍ତେଣି କିନ୍ତୁ ଏମାନେ ତ ପାଟି ଫିଟୁ ନଥିବା ନିରୀହ ପଶୁ, ଏମାନେ କଣ ସ୍ୱର ଉତ୍ତଳୋନ କରିବେ ନା ଆନ୍ଦୋଳନ କରିବେ ।

ତେବେ କିଛି ପଶୁ ପ୍ରେମୀ ଯୁବକ ଏହି ବାଛୁରୀ ଛୁଆଟିକୁ ଉଦ୍ଧାର କରି ସତ୍କାର କରିବା ପାଇଁ ବାହାରିଲେ। ହେଲେ ମାଆ ଗାଈଟି ତା ଛୁଆକୁ ଛାଡିବାକୁ ପ୍ରସ୍ତୁତ ନଥିଲା। ସତେ ଯେମିତି କାନ୍ଦି କାନ୍ଦି କହୁଥିଲା ଆରେ ହେ ଭାଇମାନେ ମୋ ଛୁଆଟିକୁ ତୁମେ ନିଅନି। ରୁହ କୁଆଡେ ନେଉଛ , ସେ ଖାଇନି, ଟିକେ କ୍ଷୀର ଖୁଆଇ ଦିଏ ତାପରେ ତାକୁ ତୁମେ ନେଇଯିବ।ହେଲେ ସେ ବୁଝି ନଥିଲା ଯେ ଗତକାଲି ରାତିରେ ଗାଡି ଧକ୍କାରେ ତା ଛୁଆ ତାକୁ ଛାଡି ଚାଲି ଗଲାଣି। କେବଳ ମର ଶରୀରଟି ପଡିଛି।

ତେବେ ବାଛୁରୀ ଛୁଆର ଶବକୁ ଧରି ଟଲି ଚାଳକ ଚାଲିଗଲା ଅନେକ ଦୁରକୁ। ଆଉ ପଶୁ ପ୍ରେମୀ ଯୁବକ ମାନେ ନେଇ ଶବ ସତ୍କାର କଲେ ବାଛୁରୀଟିର। ତେବେ ଏଠାରେ ଗୋଟିଏ କଥା କହି ରଖୁଛୁ ଯଦି ଆପଣ ମାନେ ଟିକିଏ ସତର୍କତାର ସହିତ ଗାଡି ଚାଲେଇବେ ତେବେ ଅନେକ ନିରୀହ ଗାଈ ଗୋରୁଙ୍କ ଜୀବନ ବଞ୍ଚିଯାଇ ପାରିବ। ଏମାନଙ୍କ ବି ଏ ସମାଜରେ ବଞ୍ଚିବାର ଅଧିକାର ଅଛି। ଏମାନେ କଥା କହିପାରୁନଥିଲେ ବି ଏମାନଙ୍କର ଦାୟିତ୍ବ ନେବା ଆମ ମଣିଷ ଜାତିର କର୍ତ୍ତବ୍ଯ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.