ଏବେ ଟଙ୍କା ଦେଇ ଗାଈଙ୍କ ସହ ସମୟ ବିତାଉଛନ୍ତି ଆମେରିକାବାସୀ, ଜାଣନ୍ତୁ କଣ ରହିଛି କାରଣ

ବିଜ୍ଞାନ ଅନୁଯାୟୀ, ପଶୁଙ୍କ ସମୟ ବିତିଇବା ଦ୍ବାରା ମନୁଷ୍ୟର ଅଶାନ୍ତ ମନକୁ ଶାନ୍ତି ମିଳିଥାଏ। ଏଥିପାଇଁ ଏବେ ପ୍ରାୟ ସମସ୍ତଙ୍କ ଘରେ ଜଣେ ପୋଷା ପଶୁ ରହିଥିବା ଦେଖିବାକୁ ମିଳୁଛି। ଆଜିକାଲି ଲୋକ ସାଙ୍ଗସାଥି ଏବଂ ପରିବାର ସହ ସମୟ ବିତିବା ଅପେକ୍ଷା ପୋଷା ପଶୁଙ୍କ ସହ ସମୟ ବିତାଇବାକୁ ପସନ୍ଦ କରୁଛନ୍ତି। ଭାରତରେ କୁକୁର ସହ ଗାଇ ଏବଂ ମଇଁଷିକୁ ପୋଷା ଭାବେ ପାଳିଥାନ୍ତି। ଏପରି କି ପାରମ୍ପରିକ କଥାରୁ ଆରମ୍ଭ କରି ବ୍ୟବସାୟ ପର୍ଯ୍ଯନ୍ତ ଗାଇଙ୍କ ପ୍ରତି ପ୍ରେମ ଦେଖିବାକୁ ମିଳିଥାଏ।
ତେବେ ଏବେ ଆମେରିକାରେ ଦେଖିବାକୁ ମିଳିଛି ଏକ ଭିନ୍ନ ପ୍ରକାରର ଅଭିଯାନ। ଏହାର ନାମ ରହିଛି Cow Cuddling ଅର୍ଥାତ୍ ଗାଇକୁ କୋଳେଇବା ରହିଛି। ଏହି ଅଭିଯାନରେ ଆମେରିକା ବାସିନ୍ଦା ବହୁଳ ଭାବେ ଭାଗ ନେଉଛନ୍ତି। ଖାଲି ତାହା ନୁହଁ ଏଥିପାଇଁ ବହୁଳ ପରିମାଣର ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି।
ଆମେରିକାରେ ଚାଲିଥିବା ଏହି ଅଭିଯାନରେ ଲୋକ ୯୦ମିନିଟ ପାଇଁ ୩୦୦ ଡଲାର ପର୍ୟ୍ୟନ୍ତ ଖର୍ଚ୍ଚ କରୁଛନ୍ତି। ଭାରତୀୟ ମୁଦ୍ରା ହିସାବରେ ଏହା ପ୍ରାୟ ୨୨ ହଜାର ଟଙ୍କା ହେବ। ଏବେ ଆପଣ ଭାବୁଥିବେ ବାସ୍ତବରେ ସେହି ୯୦ ମିନିଟରେ କଣ ହୋଇଥାଏ ଯାହା ପାଇଁ ଏତେ ଟଙ୍କା ଖର୍ଚ୍ଚ ହୋଇଥାଏ।
ଆମେରିକା ବାସିନ୍ଦା ୯୦ ମିନିଟ ପର୍ଯ୍ଯନ୍ତ ଗାଈମାନଙ୍କ ସହ ଶାନ୍ତିପୂର୍ଣ୍ଣ ସମୟ ବିତାଇଥାନ୍ତି। ଏହି ସମୟ ମଧ୍ୟରେ ଗାଈଙ୍କ ସହ ଖେଳିବା ଏବଂ ସମୟ ବିତିଇବା ସହିତ ମାନସିକ ଶାନ୍ତି ପାଇଥାନ୍ତି। ବୈଜ୍ଞାନିକଙ୍କ ଅନୁଯାୟୀ, ଗାଈ ଶରୀରର ତାପମାତ୍ରା ମନୁଷ୍ୟ ଶରୀରରୁ ଅଧିକ ରହିଥାଏ। ଏଥିସହ ଗାଈଙ୍କ ହୃତସ୍ପନ୍ଦନ ସାଧାରଣ ମନୁଷ୍ୟଙ୍କ ଠାରୁ ଅଧିକ । ଯାହା ଫଳରେ ଶରୀରର ତାପମାତ୍ରରେ ହାଲୁକା ପରିବର୍ତ୍ତନ ଆସିବା ସହ ଟିକେ ଉଷ୍ମତା ଅନୁଭବ କରିଥାନ୍ତି ଏହା ସହ ରହୁଥିବା ବ୍ୟକ୍ତି। ତେଣୁ ଆମେରିକାର ଏବେ ଗାଈ ସହ ସମୟ କଟାଇବାର ନୂଆ ଟ୍ରେଣ୍ଡ ଆରମ୍ଭ ହୋଇଛି ।