ଦ୍ରୁତ ଗତିରେ ମାଡ଼ି ଆସିଲା ଗାଈ ଉପରେ ଚଢ଼ାଇ ଦୋକାନ ଭାଙ୍ଗି ପଶିଲା ସ୍କର୍ପିଓ

ଦୋକାନ ସାମ୍ନାରେ ଲେଖାଯାଇଛି ଶକ୍ତି କ୍ଲଥ୍‌ ଷ୍ଟୋର୍‌ । ତା ସାମ୍ନାରେ ପଡ଼ିଛି ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ପଡ଼ିଛି ସ୍କର୍ପିଓ । ପାଖରେ ଠିଆ ହୋଇଛନ୍ତି ଲୋକେ । ଲୋକେ ରାଗି କି ନିଆଁ । ୫ ଜଣଙ୍କୁ ମଧ୍ୟ ଅଟକାଇ ରଖିଛନ୍ତି । କାରଣ ଏହି ସ୍କର୍ପିଓଟି ଭାଙ୍ଗିବା ପୂର୍ବରୁ ଯେଉଁଭଳି କାଣ୍ଡ ଘଟାଇଛି ଯାହା ଆପଣ ଆଖିରେ ନ ଦେଖିଲେ ବିଶ୍ୱାସ କରିପାରିବେନି ।

ଦୋକାନ ସାମ୍ନାରେ ଲେଖାଯାଇଛି ଶକ୍ତି କ୍ଲଥ୍‌ ଷ୍ଟୋର୍‌ । ତା ସାମ୍ନାରେ ପଡ଼ିଛି ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ପଡ଼ିଛି ସ୍କର୍ପିଓ । ପାଖରେ ଠିଆ ହୋଇଛନ୍ତି ଲୋକେ । ଲୋକେ ରାଗି କି ନିଆଁ । ୫ ଜଣଙ୍କୁ ମଧ୍ୟ ଅଟକାଇ ରଖିଛନ୍ତି । କାରଣ ଏହି ସ୍କର୍ପିଓଟି ଭାଙ୍ଗିବା ପୂର୍ବରୁ ଯେଉଁଭଳି କାଣ୍ଡ ଘଟାଇଛି ଯାହା ଆପଣ ଆଖିରେ ନ ଦେଖିଲେ ବିଶ୍ୱାସ କରିପାରିବେନି । ଏ ହେଉଛି ଧର୍ମଗଡ଼ ଅଞ୍ଚଳର ଦୃଶ୍ୟ । ବିଳମ୍ବିତ ରାତିରେ ରାସ୍ତାରେ ଦ୍ରୁତ ଗତିରେ ମାଡ଼ି ଆସିଥିଲା ସ୍କର୍ପିଓଟି । ଯେମିତି ଗାଡ଼ିଟିର ବ୍ରେକ୍‌ ଫେଲ୍‌ ହୋଇଯାଇଛି କି କୌଣସି ନିଶା ସେବନ କରି ଡ୍ରାଇଭର ଗାଡ଼ି ଚଲାଉଛନ୍ତି । ଏହି ସିସିଟିଭି ଭିଜୁଆଲ୍‌ ଦେଖିବା ପରେ ଏହାହିଁ ଜଣାପଡ଼ୁଛି । କିନ୍ତୁ ପ୍ରକୃତରେ ଘଟଣା ଥିଲା ଏହିପରି ।

ବିଳମ୍ବିତ ରାତିରେ ଗୋଟିଏ ସ୍କର୍ପିଓ ରାସ୍ତାରେ ଗାଈକୁ ଧକ୍କା ଦେଇ ଦୋକାନ ଆଡ଼କୁ ଦ୍ରୁତ ଗତିରେ ମାଡ଼ି ଆସିଥିଲା । ଯେଉଁ ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଯାଇଛି । ଗୋଟିଏ କ୍ଷଣ ପାଇଁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ପରେ ଦୋକାନ ସମ୍ମୁଖରେ ଧକ୍କା ଦେଇ ଘଟଣାସ୍ଥଳରେ ହିଁ ସ୍କର୍ପିଓଟି ଭାଙ୍ଗିଯାଇଥିଲା । ସବୁଠୁ ବଡ଼ କଥା ହେଉଛି ଦୋକାନ ବନ୍ଦ ଥିବା ଯୋଗୁଁ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି । ନଚେତ୍‌ ଗାଈ ପରି କେତେ ଲୋକଙ୍କ ଜୀବନ ଯାଇଥାଆନ୍ତା । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଲୋକେ ।

ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟ ସୃଷ୍ଟି କରିଥିବା ବେଳେ ଗାଈ ମୃତ୍ୟୁକୁ ନେଇ ଉତ୍ତେଜିତ ହୋଇଥିଲେ ଲୋକେ । କହିବା ଅନୁଯାୟୀ, ଏହି ଗାଡ଼ିଟି ଭବାନୀପାଟଣାରୁ ଆସୁଥିଲା । ବାଟରେ ଏହିସବୁ ଅଘଟଣ ଘଟିଯାଇଛି । ଏହି ଦୁର୍ଘଟଣାରେ ଗୋଟିଏ ଗାଈର ମୃତ୍ୟୁ ହୋଇଥିବା ବେଳେ ଦୋକାନୀଙ୍କ ସଟର ଭାଙ୍ଗିଯାଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ସ୍କର୍ପିଓରେ ଆସୁଥିବା ୫ ଜଣଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଛନ୍ତି ।

Leave A Reply

Your email address will not be published.