ଏ ପଶୁଙ୍କଠାରୁ ମଣିଷକୁ କିଛି ଶିଖିବା ଉଚିତ୍: ମୃତ ମାଙ୍କଡ଼କୁ ବଞ୍ଚାଇବାକୁ ବିକଳ ହେଉଛି ଗାଈଟି

ଅନୁଗୁଳ(କେନ୍ୟୁଜ୍): ଯଦି ମଣିଷ ପାଖରେ ମଣିଷ ପଣିଆ ଟିକିଏ ନରୁହେ । ବଂଚି ଥାଉ ଥାଉ ସେସବୁକୁ ହଜାଇ ବସେ ତାହେଲେ ଏ ସମାଜର ଅବସ୍ଥା କଣ ହେବ ତାହା ନକହିବା ଭଲ। ଆମେ ପ୍ରତିଦିନ କିଛି ନା କିଛି ଘଟଣା ଦୁର୍ଘଟଣା ଦେଖୁଛେ, ହେଲେ ଆଜିର ଏଘଟଣା ଦେଖିଲେ ଆପଣ ନିହାତୀ କହିବେ ଏ ପଶୁ ମାନଙ୍କଠାରୁ ମଣିଷକୁ କିଛି ଶିଖିବା ଉଚିତ୍।

ମଣିଷ ଯେଉଁଠି ନିଜର ମାନବିକତା ଭୁଲି ଯାଏ ସେଠି ପଶୁ କରୁଛି ନିଜର କର୍ତ୍ତବ୍ୟ ଏଭଳି ଏକ ଦୃଶ୍ୟ କଏଦ ହୋଇଛି ଆମ କ୍ୟାମେରା ରେ। ଅନୁଗୋଳ ଜିଲ୍ଲା ବଅଁରପାଳ ବଉଳିଗଡ ନିକଟରେ ରାସ୍ତାରେ ଗୋଟିଏ ହନୁ ମାଙ୍କଡ଼ ଦୁର୍ଘଟଣାରେ ମୃତ୍ୟୁବରଣ କରି ପଡିଥିଲା। ସେହି ସମୟରେ ରାସ୍ତାରେ ବହୁତ ଲୋକ ଯାତାୟାତ କରୁଥିଲେ ଓ ମୃତ ହନୁକୁ ଦେଖୁଥିଲେ ମଧ୍ୟ କେହି ଜଣେ ମଧ୍ୟ ରହିନଥିଲେ କି ତାର ଅବସ୍ଥା ବିଷୟରେ ପଚାରିନଥିଲେ।

ଯେଉଁଠି ମଣିଷ ନିଜର ମଣିଷତ୍ବ ଭୁଲି ଯାଇଛି ସେଠି ଗୋଟିଏ ଗାଈ ମାଙ୍କଡ଼ର ଅବସ୍ଥା ଦେଖି ମୃତ ମାଙ୍କଡ଼କୁ ଉଠାଇବା ପାଇଁ ବହୁତ ଚେଷ୍ଟା କରିଥିଲା । ମୃତ ଦେହକୁ ଚାଟି ଉଠାଇବା ପାଇଁ ଉଦ୍ୟମ କରିବା ସହିତ ଜୋରରେ ଚିତ୍କାର ମଧ୍ଯ କରୁଥିଲା। ସତେ ଯେପରି ସେ ମଣିଷ ସମାଜକୁ ଓ ରାସ୍ତାରେ ଯାଉଥିବା ସ୍ୱାର୍ଥପର ମଣିଷକୁ ଡାକୁଥିଲା । ଆରେ ମଣିଷ ଏହି ମାଙ୍କଡ଼ଟିକୁ ଉଠାଇବାରେ ମୋତେ ସାହାଯ୍ୟକର ଓ ତାର କଣ ହେଇଛି ଟିକିଏ ପଚାର। ତାକୁ ଟିକିଏ ଉଠେଇଦିଅ। ଗାଈଟି ମୃତ ମାଙ୍କଡ଼କୁ ବହୁ ସମୟ ଧରି ଜଗି ରହିବା ସହିତ ଉଠାଇବା ପାଇଁ ବହୁ ଉଦ୍ୟମ କରି ଶେଷରେ ବିଫଳ ହୋଇଥିଲା।

ମଣିଷ ଯେଉଁଠି ନିଜର ମଣିଷ ପଣିଆ ଭୁଲି ଯାଉଛି ସେଠି ଗୋଟିଏ ଗାଈ ନିଜର ନିଃସ୍ୱାର୍ଥପର ଭଲପାଇବାର ପ୍ରମାଣ ଦେଖାଇ ମାଙ୍କଡ଼କୁ ରାସ୍ତାରୁ ଉଠେଇବା ପାଇଁ ଉଦ୍ୟମ କରିବା ଓ ରାସ୍ତାରେ ଯାତାୟାତ କରୁଥିବା ଶତାଧିକ ଲୋକ ମାନେ ଦେଖି ଅଣଦେଖା କରି ଯିବା ଆଗାମୀ ମଣିଷ ସମାଜ ପାଇଁ ଶୁଭଙ୍କର ନୁହେଁ ବୋଲି କିଛି ବିଜ୍ଞ ଲୋକମାନେ କହିଛନ୍ତି। ତେବେ ଘଟଣା କିଛି ସମୟ ପରେ ଅନୁଗୁଳ ଜିଲ୍ଲା ଗୋରକ୍ଷା ସମିତି ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତ ମାଙ୍କଡ଼କୁ ରାସ୍ତାରୁ ଉଠାଇ ରୀତିନୀତି ଅନୁଯାୟୀ ଧୂପ ଓ ପୁଷ୍ପମାଲ୍ୟ ଦେଇ ପୋତି ଦେଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.