ମେରଠ : ମହାଭାରତ ସମୟର ଅନେକ ତଥ୍ୟର ସତ୍ୟତା ପ୍ରକାଶ ପାଇବାରେ ଲାଗିଛି । ବାସ୍ତବରେ ମହାଭାରତ ସମୟର କାହାଣୀରେ କେତେ ସତ୍ୟତା ଅଛି ଏହାକୁ ନେଇ ବହୁ ତଥ୍ୟ ଜଣାପଡିଲାଣି । ନିକଟରେ ଅର୍କିଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ଖନନରୁ ମହାଭାରତ ସମୟର ଧ୍ୱଂସାବଶେଷ ଏକତ୍ର କରିଛି । ଯାହାଦ୍ୱାରା ଇତିହାସର ସତ୍ୟତା କ’ଣ ତାହା ଜଣାପଡ଼ିବ ।
ଉତ୍ତରପ୍ରଦେଶ ମେରଠରୁ ହସ୍ତିନାପୁରପୁର ସ୍ଥିତ ପ୍ରାଚୀନ ପାଣ୍ଡବ ଟିଲେରୁ ବାନ୍ଧ ଓ ହାଡ଼ ସମୂହର ଅବଶେଷ ମିଳିଥିବା ଜଣାପଡ଼ିଛି । ଏହି ଅବଶେଷକୁ ହଣ୍ଡପା ସଂସ୍କୃତି ସହ ଯୋଡିକରି ଦେଖାଯାଉଛି ।
ଏହାଛଡା ମୋଗଲ ସମୟର କିମ୍ବା ମହାଭାରତ ସମୟର ଅବଶେଷ ସହ ସମ୍ପର୍କ ଥିବା ଆଶା କରାଯାଉଛି । ୧୯୫୦ ରେ ଏଠାରେ ଖନନ ବେଳେ ଏମିତି କିଛି ପ୍ରାଚୀନ ସଂସ୍କୃତିର ଅବଶେଷ ମିଳିଥିବା ଦେଖାଯାଇଥିଲା ।
ଏବେ ପାଣ୍ଡବ ଟିଲେ ଖନନ ବେଳେ କିଛି ପାତ୍ର ଓ ହାଡ଼ ଅବଶେଷ ମିଳିଥିବା ଦେଖାଯାଇଛି । କୁହାଯାଉଛି ଏଠାରେ ହଣ୍ଡପା କିମ୍ବା ମହାଭାରତ କାଳର ଶ୍ମଶାନ ଘାଟ ଥିବାର ଆଶା କରାଯାଉଛି ।
ଏହାଛଡ଼ା ଯେପରି ଭାବରେ ରଥ ଓ ଅସ୍ତ୍ର ଶସ୍ତ୍ରର ଅବଶେଷ ମିଳୁଛି, ଏହା ମହାଭାରତ ସମୟର ଅବଶେଷ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ତେଣୁ ଏହାର ଖନନ କରାଯାଇ ଏହାର ଗୈାରବମୟ ଇତିହାସ ସମ୍ପର୍କରେ ସୂଚନା ଦେବା ପାଇଁ ଭାରତ ସରକାରଙ୍କ ଠାରେ ଦାବି କରାଯାଇଛି ।