କମିବ ଅପରାଧ, ଆଗକୁ ହେବାକୁ ଥିବା ଅପରାଧ ଓ ଅପରାଧୀଙ୍କ ସମ୍ପର୍କରେ ମିଳିଯିବ ସୂଚନା

ହଲିଉଡ ଫିଲ୍ମର ସଉକ ଏବେ ସମସ୍ତଙ୍କୁ । ଯଦି ଆପଣ ହଲିଉଡର ସାଇନ୍ସ ଫିକ୍ସନ ଫିଲ୍ମ ବେଶି ଦେଖନ୍ତି ତେବେ ଅନେକ ଥର ଆପଣ ଜାଣିଥିବେ କି ଏଥିରେ ବିଜ୍ଞାନର ଚମତ୍କାରିତା କେତେ ରହିଥାଏ । କାରଣ ସେମାନେ ବାସ୍ତବବାଦୀ ସିନେମାକୁ ଅଧିକ ଗୁରୁତ୍ୱ ଦିଅନ୍ତି । ସେହିଭଳି ‘ମାଇନରିଟି ରିପୋର୍ଟ’ ଏକ ଏଭଳି ଚଳଚ୍ଚିତ୍ର ଯେଉଁଥିରେ ଅପରାଧ ପୂର୍ବରୁ ହିଁ ଅପରାଧୀ ବିଷୟରେ ସୂଚନା ମିଳି ଯାଉଥିଲା ଏବଂ ପୋଲିସ ତାକୁ ଧରି ପକାଉଥିଲା । ଅବଶ୍ୟ କାହାଣୀ ଅନୁସାରେ ଏହା ଜଣେ ବ୍ୟକ୍ତିଙ୍କ ଦିବ୍ୟଦୃଷ୍ଟି ପାଇଁ ଘଟୁଥିଲା । କିନ୍ତୁ କହି ରଖୁଛୁ କି ଏମିତି ଘଟଣାକୁ ନେଇ ଆମେରିକାରେ ଏବେ ବୈଜ୍ଞାନିକ ବିଶ୍ଳେଷଣ ସମ୍ଭବ ହୋଇଛି।

ଫିଲ୍ମରେ ଏଭଳି କିଛି ଦୃଶ୍ୟ ଓ କଥା ଦେଖି ସମସ୍ତେ ଉପଭୋଗ କରିଥାନ୍ତି । ଏମିତି ବି କିଛି ଅଛନ୍ତି ଯେଉଁମାନେ ଭାବିଥାନ୍ତି କି ସତରେ ଅସଲ ଜୀବନରେ ଏଭଳି ଯଦି ହୋଇଥାନ୍ତା ତେବେ କେତେ ଭଲ ହୁଅନ୍ତା । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ବୈଜ୍ଞାନିକମାନେ ଏବେ ଏଭଳି ଅସମ୍ଭବକୁ ସମ୍ଭବ କରି ଦେଖାଉଛନ୍ତି । ଏହାରି ଭିତରେ ଆମେରିକାର ୟୁନିଭରସିଟି ଅଫ ଚିକାଗୋ ପକ୍ଷରୁ ଗବେଷଣା କରାଯାଇ ଏଭଳି ଏକ ସ୍ୱତନ୍ତ୍ର ଟେକନିକ ବିକଶିତ କରାଯାଇଛି ଯାହା ଦ୍ୱାରା ପୁରୁଣା ଡାଟା ଆଧାରରେ ଭବିଷ୍ୟତରେ ହେବାକୁ ଥିବା ଅପରାଧ ବିଷୟରେ ସୂଚନା ମିଳି ପାରିବ ବା ପତ୍ତା ଲଗା ଯାଇପାରିବ ।

ୟୁନିଭରସିଟି ଅଫ ଚିକାଗୋର ଡାଟା ଓ ସୋସିଆଲ ସାଇଣ୍ଟିଷ୍ଟ ମିଶି ଏକ ଆଡଭାନ୍ସ କୌଶଳ ବାହାର କରିଛନ୍ତି । ଏହି ଟେକନିକ ଭୌଗୋଳିକ ଲୋକେସନ ଓ ପବ୍ଲିକ ଡାଟା ଆଧାରରେ ଏକ ଖାସ ଅଞ୍ଚଳର ବିଶ୍ଳେଷଣ କରିବ । ସବୁଠୁ ମଜାଦାର କଥା ହେଉଛି କି ଏହି ଥିଓରି ଦ୍ୱାରା ଯେଉଁ ଅପରାଧ ଉପରେ ପରୀକ୍ଷା ନିରୀକ୍ଷା କରାଯାଇଛି, ସେଥିରେ ପାଖାପାଖି ୯୦ ପ୍ରତିଶତ ସଫଳତା ମିଳିଛି । ଏହାର ସମୀକ୍ଷା କେବଳ ଚିକାଗୋ ନୁହେଁ ବରଂ ଆମେରିକାର ବାକି ସହରମାନଙ୍କରେ ମଧ୍ୟ କରାଯାଇଥିଲା ।

ଏହି ଷ୍ଟଡିର ମୁଖ୍ୟ ଲେଖକ ଓ ୟୁନିଭରସିଟି ଅଫ ସିକାଗୋର ଶିକ୍ଷକ ଇଶାନୁ ଚଟ୍ଟୋପାଧ୍ୟାୟଙ୍କ ଏ ନେଇ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ଆମେ ସହରୀ ବାତାବରଣର ଡିଜିଟାଲ ଟ୍ଵିନ ତିଆରି କରିଛନ୍ତି । ଏଥିରେ ଯେବେ ପୁରୁଣା ଘଟଣା ଗୁଡିକର ଡାଟା ଫିଡ କରାଯାଏ ତେବେ ଏହା ନିଜ ବିଶ୍ଳେଷଣ କରି ଭବିଷ୍ୟତରେ କଣ ଘଟଣା ଘଟିବ ତାହା କହି ଦେଇଥାଏ ।

ସିକାଗୋର ଐତିହାସିକ ଡାଟା ଫିଡ କରିବା ପରେ ଏଥିରେ ହତ୍ୟା, ଲୁଟପାଟ, ମାରପିଟ, ଗାଡି ଚୋରି ଭଳି ତମାମ ଘଟଣାର ଠିକ ଭାବରେ ସୂଚନା ଦେଇଥିଲା । ଦେଖା ଯାଇଛି କି ଏହା ପ୍ରାୟ ଆଗାମୀ ସପ୍ତାହରେ ହେବାକୁ ଥିବା ଘଟଣାକୁ ମଧ୍ୟ ଜଣାଇ ଦେଇ ପାରୁଛି । ଯାହାଫଳରେ ହେବାକୁ ଥିବା ଅପରାଧକୁ ରୋକି ହେବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.