ମହାବଳ ବାଘକୁ ଆକ୍ରମଣ କଲା କୁମ୍ଭୀର, ଦେଖନ୍ତୁ ଭିଡିଓ କିଏ ଜିତିଲା ଓ କିଏ ହାରିଲା

ବାଘ, ସିଂହ, ଚିତାବାଘ ହେଉଛନ୍ତି ଜଙ୍ଗଲର ହିଂସ୍ର ପ୍ରାଣୀ। ଏମାନେ ଏମିତି ଶିକାରୀ ଯେଉଁମାନଙ୍କ ଶକ୍ତି ଆଗରେ କୁମ୍ଭୀର ବି ଗୋଡ ଟେକିଦିଏ। ତେବେ ସୋସିଆଲ ମିଡିଆରେ ଏବେ ଏକ ବହୁତ ଆଶ୍ଚର୍ଯ୍ୟକର ଭିଡିଓ ଭାଇରାଲ ହେଉଛି। ଯଦିଓ ଏ ଭିଡିଓ ପୁରୁଣା ଅଟେ, କିନ୍ତୁ ବଡ ଜବରଦସ୍ତ। ଭାଇରାଲ ଭିଡିଓରେ ଆପଣ ଦେଖିପାରିବେ ଯେ ଏକ ବାଘ ଜଙ୍ଗଲୀ ବାରହାର ଶିକାର କରି ତାକୁ ମାରିବାକୁ ଚେଷ୍ଟା କରୁଥିଲା। ଆଉ ଠିକ ଏହି ସମୟରେ ଏକ କୁମ୍ଭୀର ପଛପଟୁ ଲୁଚି ଲୁଚି ଆସି ବାଘକୁ ଆକ୍ରମଣ କରୁଛି।

ତେବେ ଆପଣ ତ ଜାଣିଛନ୍ତି ବାଘ ତ ବାଘ, ସେ ତାର ପରିଶ୍ରମକୁ କେମିତି ବୃଥା ଛାଡିବ। କୁମ୍ଭୀର ଆକ୍ରମଣ ପରେ ସେ କେମିତି ଶିକାର କରୁଛି ଆପଣ ନିଜେ ଭିଡିଓ ଦେଖିଲେ ଜାଣିପାରିବେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏ ଭିଡିଓ ୧୫ ସେକେଣ୍ଡର। ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଘାସ ଥିବା ଖୋଲା ପଡିଆରେ ବାଘ ଏକ ଜଙ୍ଗଲୀ ବାରହାକୁ ନିଜ ମୁନିଆ ଦାନ୍ତରେ ଚାପି ଧରିଛି। ବାରହାଟି ନିଜ ପ୍ରାଣ ବଞ୍ଚାଇବା ପାଇଁ ଛଟପଟ ହେଉଛି। କୁମ୍ଭୀର ବି ବାଘକୁ ଆକ୍ରମଣ କରି ଅସଫଳ ହେଲା। ଆଉ ଦେଖୁ ଦେଖୁ ହିଁ ବାଘ ଜଙ୍ଗଲୀ ବାରହାକୁ ନିଜ ମୁନିହା ଦାନ୍ତରେ କାମୁଡି ମାରିଦେଉଛି।

ଏହି ଭିଡିଓକୁ ଟ୍ଵିଟର ହ୍ୟାଣ୍ଡେଲରେ ୨୪ ମେରେ ସେୟାର କରାଯାଇଥିଲା। ଯାହା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ତେବେ ଲକ୍ଷାଧିକ ଲୋକ ଏହାକୁ ଦେଖିସାରିଲେଣି। ଅନେକ ଲୋକ ତ କୁମ୍ଭୀରର ସାହସକୁ ପ୍ରଶଂସା କରୁଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଭିଡିଓ ୨୦୨୦ ମସିହା ଅକ୍ଟୋବର ମାସରେ ରନ୍ଥମ୍ଭୋର ନ୍ୟାସନାଲ ପାର୍କରେ ରେକର୍ଡ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.