ସ୍ପେଶାଲ

ଏହି ଗାଁ’ର ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ କୋଟିପତି,ଏଠାରେ ରହିଛି ଅତ୍ୟାଧୁନିକ ସୁବିଧା ସୁଯୋଗ

ଆମେ ସବୁବେଳେ ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ବ୍ୟକ୍ତି ବିଷୟରେ ଜାଣିଥାଉ, କିନ୍ତୁ ଏଭଳି ଶୁଣିଛନ୍ତି କୌଣସି ଗାଁରେ ଧନୀ ଓ କୋଟିପତି ଭରି ରହିଛନ୍ତି । ବୋଧହୁଏ ଖୁବ୍ କମ୍ ଶୁଣିଥିବେ, କିନ୍ତୁ ଆସନ୍ତୁ ଜାଣିବା ଏଭଳି ଏକ ଧନୀ ଗାଁ ବିଷୟରେ ଯେଉଁଠି ଗାଁର ପ୍ରତ୍ୟେକ ବ୍ୟକ୍ତି ବ୍ୟାଙ୍କ ଆକାଉଣ୍ଟ​‌ରେ ୧ କୋଟିରୁ ଅଧିକ ଟଙ୍କା ଜମା ହୋଇ ରହିଛି। କେବଳ ସେତିକି ନୁହେଁ, ଏହି ଗାଁ ମଧ୍ୟ ସହର ଗୁଡିକୁ ପଛରେ ପକାଇ ଦେବ। ଗାଁ ଗୁଡିକରେ ରହିଛି ଅତ୍ୟାଧୁନିକ ସୁବିଧା ସୁଯୋଗ।

ଏହି ଗାଁ ଚୀନ୍‌ର ଗିୟାଙ୍ଗସୁ ରାଜ୍ୟରେ ଥିବା ବେଳେ ତା’ର ନାଁ ହେଉଛି ବାକସି। ଚୀନ୍‌ର ଏହି ଗାଁ ଏଭଳି ଅଛି, ଯେଉଁଠି ପହଁଞ୍ଚି ଆପଣ ଦେଶର ରାଜଧାନୀ ଭଳି ସୁବିଧା ସହଜରେ ପାଇପାରିବେ। ଏହି ଗାଁର ସୁବିଧାକୁ ଦେଖି ତାକୁ ସୁପର ଭିଲେଜର ନାଁ ଦିଆଯାଇଛି। ଗାଁରେ ୭୨ ମହଲା ଆକାଶଛୁଆଁ ବିଲ୍ଡିଂ, ହେଲିକପ୍ଟର ଟେକ୍ସିସ୍, ଥିମ୍ ପାର୍କ ଓ ଲଗଜରୀ ଭିଲା ରହିଛି। ଗାଁରେ ମିଳୁଥିବା ଏହି ସୁବିଧା ତାକୁ ସହରଠାରୁ ବି ଭିନ୍ନ କରିଦେଇଛି।

ଗାଁରେ ପ୍ରାୟ ୨୦୦୦ ଲୋକ ରୁହନ୍ତି। ସେଠାର ଲୋକଙ୍କ କହିବା ଅନୁସାରେ, ଗାଁର ପ୍ରତ୍ୟେକ ଲୋକଙ୍କ ଆକାଉଣ୍ଟରେ ଏକ ମିଲିୟନ ୟୁଆନ୍(ଏକ କୋଟିରୁ ଅଧିକ ଟଙ୍କା) ଜମା ରହିଛି। ପ୍ରତ୍ୟେକ ପରିବାରକୁ ଗାଁରେ ରହିବାକୁ ଅଥରିଟି ତରଫରୁ କାର ଓ ଭିଲା ଦିଆଯାଇଛି। ଯଦି ଆପଣ ଏହି ଗାଁ ଛାଡନ୍ତି ତେବେ ସବୁ ଜିନିଷ ଫେରାଇବାକୁ ପଡିବ। ସେଠାରେ ଥିବା ଲୋକମାନେ ଖୁବ୍ ବିଳାସମୟ ଜୀବନ ବିତାଇଥାନ୍ତି।

ବାକ୍‌ସି ଗାଁକୁ କମ୍ପାନୀର ଗଡ ବୋଲି କୁହାଯାଏ। ଗାଁରେ ଷ୍ଟିଲ୍ ଓ ସିପିଂ ଭଳି ମୁଖ୍ୟ କମ୍ପାନୀ ରହିଛି। ଗାଁର ଅଧିକାଂଶ ଗର ଏକା ଭଳି। ବାହାରୁ ଦେଖାଗଲେ ହୋଟେଲ ଭଳି ଦେଖାଯିବ। ଗାଁରେ ହେଲିକପ୍ଟର,ଟାକ୍ସି ଓ ଥିମପାର୍କ ରହିଛି। ସୁନ୍ଦର ଆଲୋକରେ ଚକମକ୍ ହେଉଥିବା ଏହି ଗାଁ ସମସ୍ତଙ୍କୁ ଆକର୍ଷିତ କରିଥାଏ। ସଫଳତାର ଶୀର୍ଷରେ ପହଁଞ୍ଚିଥିବା ଏହି ଗାଁ ପୂର୍ବରୁ ଖୁବ୍ ଗରିବ ଥିଲା। ଏହାର ବିକାଶର ଶ୍ରେୟ ସେଠାର କମ୍ୟୁନିଷ୍ଟ ପାର୍ଟିର ସ୍ଥାନୀୟ ସଚିବ ଭୁ ରେନାବୋଙ୍କୁ ଦିଆଯାଏ।

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

19 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

21 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

27 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

36 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

36 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

54 mins ago