ରାଷ୍ଟ୍ରପତି ଭବନରେ ବିବାହ କରିବେ ପୁନମ ଗୁପ୍ତା

ପ୍ରଥମ ଥର ପାଇଁ ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ଭବନରେ ହେବ ବିବାହ ଉତ୍ସବ ।  ଆଉ କିଛି ଦିନ ଭିତରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ପୁନମ ଗୁପ୍ତା । ସେ  ସିଆରପିଏଫ୍ ମହିଳା ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଭାବେ ରାଜ ଭବନରେ କାମ କରୁଛନ୍ତି । ତେବେ ପୁନମଙ୍କ କର୍ତ୍ତବ୍ୟ ନିଷ୍ଠା ସହ ତାଙ୍କ ସୁମଧୁର ବ୍ୟବହାର ରାଷ୍ଟ୍ରପତିଙ୍କୁ ବେଶ ପ୍ରଭାବିତ କରିଥିଲା ।

ଯେବେ ପୁନମଙ୍କ ବାହାଘରର ଖବର ମହାମହିମଙ୍କ ପାଖରେ ପହଞ୍ଚିଥିଲା ସେହି ସମୟରେ ଏହି ବିବାହ ରାଷ୍ଟ୍ରପତିଙ୍କ ଭବନରେ କରାଯିବ ବୋଲି କହିଥିଲେ ରାଷ୍ଟ୍ରପତି । ରାଷ୍ଟ୍ରପତି ଭବନରେ ରହିଥିବା ମଦର ଟେରେସା କ୍ରାଉନ ପରିସରରେ ଏହି ବିବାହ ହେବାକୁ ନେଇ ସ୍ଥିର କରାଯାଇଥିଲା । କିଛିଦିନ ହେଲା ପୁନମ ରାଷ୍ଟ୍ରପତି ଭବନରେ ପର୍ସନାଲ୍ ସେକ୍ରେଟେରୀ ଅଫିସର ଭାବେ ( ପିଏସଓ ) ପଦରେ ରହିଥିଲେ ।

ସେ ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ସୁରକ୍ଷା ଦାୟିତ୍ବରେ କାମ କରନ୍ତି । ଜାମ୍ମୁ କାଶ୍ମିରରେ ସେବାରେ ନିୟଜିତ ଥିବା କମାଡେଣ୍ଟ ଅବିନାଶ କୁମାରଙ୍କ ସହ ପୁନମ ବିବାହ କରିବାକୁ ଯାଉଛନ୍ତି । ସେମାନଙ୍କ ବିବାହ ୧୨ ଫେବୟାରୀ ରେ ହେବ । ଶିବପୁରୀର ବାସିନ୍ଦା ପୁନମ ଗୁପ୍ତା ରାଷ୍ଟ୍ରପତିଙ୍କ ସୁରକ୍ଷାରେ ନିଯୁକ୍ତ ହୋଇଛନ୍ତି ।

ପୁନମଙ୍କ ବାପା ଶିବପୁରୀରେ ଥିବା ଶ୍ରୀରାମ କଲୋନୀରେ ବାସବାସ କରନ୍ତି । ସେ ନବଦୋୟ ବିଦାଳୟ ମଗ୍ରାନୀରେ ଥିବା ଏକ କାର୍ଯାଳୟରେ ଅଧିକ୍ଷକ ଭାବରେ କାମ କରୁଛନ୍ତି ।

Also read:ଦିଲ୍ଲୀରୁ ଆସିଛି ଡାକରା, ରାଷ୍ଟ୍ରପତି ଭବନ ଯିବେ କୋରାପୁଟ ଝିଅ