Categories: ସ୍ପେଶାଲ

ଇଣ୍ଟରନେଟ ସାହାଯ୍ୟରେ ୪୦ ଡିଗ୍ରୀ ତାପମାତ୍ରାରେ କେସର ଚାଷ, ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ

କେସର ଚାଷ କେବଳ କାଶ୍ମରୀର ଥଣ୍ଡା ଜଳବାୟୁରେ ନୁହେଁ ବରଂ ଗରମ ସମୟରେ ମଧ୍ୟ ଚାଷ କରାଯାଇ ପାରିବ। ଗରମ ଦିନେ ୪୦ ଡିଗ୍ରୀ ତାପମାତ୍ରା ଯୁକ୍ତ ହିମାଚଳ ପ୍ରଦେଶ ସ୍ଥିତ ବିଳାସପୁରର ଜଣେ ଚାଷୀ ଏହି ଚାଷ କରି ପ୍ରମାଣ କରିଛନ୍ତି। ତାଙ୍କ ନାଁ ହେଉଛି ଜଗତପାଲ । ବିଶେଷ କଥା ହେଉଛି ଇଣ୍ଟରନେଟ ସାହାଯ୍ୟରେ ଲଗାଯାଇଥିବା ଆମେରିକାନ କେସର ଦ୍ବାରା ଜଗତପାଲଙ୍କ କ୍ଷେତ କେସରରେ ଭରି ଯାଇଛି।

ଜିଲ୍ଲା ମୁଖ୍ୟାଳୟ ଠାରୁ ପ୍ରାୟ ୧୫ କି.ମି ଦୂର ପଥଲୀ ଗ୍ରାମର ଜଗତପାଲ୍‌, ତାଙ୍କ ପୁଅ ଅନୀଲ ଶର୍ମା ଏବଂ ‘ଅଙ୍କୁଶ’ର ସହଯୋଗରେ କିଛି ଜମିରେ କେସର ଗଛ ଲଗାଇଛନ୍ତି। ରିପୋର୍ଟ ଅନୁଯାୟୀ ଜଗତପାଲ କହିଛନ୍ତି ସେ ଇଣ୍ଟରନେଟ ମାଧ୍ୟମରେ ରାଜସ୍ଥାନର ଏକ ଏଜେଣ୍ଟଙ୍କ ଠାରୁ କଶ୍ମୀରୀ, ରାଜସ୍ଥାନୀ ଏବଂ ଆମେରିକାନ କେସର ମଞ୍ଜି ଅର୍ଡ଼ର କରିଥିଲେ।

କଶ୍ମୀରୀ ଏବଂ ରାଜସ୍ଥାନୀ କେସର ଗଛ ଚାଷ କରିବା ପରେ ତାର ମୂଳରେ ପୋକ ଲାଗି ଯାଇଥିଲା। ଯାହା ଫଳରେ ସବୁ ଫସଲ ନଷ୍ଟ ହୋଇଗଲା। ଏହା ପରେ ସେ ଆମେରିକାନ କେସର ଲଗାଇଥିଲେ ଏବଂ ଇଣ୍ଟରନେଟ ମାଧ୍ୟମରେ କିଛି ତଥ୍ୟ ସଂଗ୍ରହ କରି ଏହାର ଯତ୍ନ ନେଇଥିଲେ। ବର୍ତ୍ତମାନ ଆମେରିକାନ ଫସଲ ପ୍ରସ୍ତୁତ ହୋଇ ସାରିଛି। କେସରର ଫୁଲ ମଧ୍ୟ ବାହାରିବା ଆରମ୍ଭ ହୋଇଛି। ୨୦ ଦିନ ମଧ୍ୟରେ ଗଛରୁ ଫୁଲ ବାହାର କରି ରାଜସ୍ଥାନର ଏକ ଲ୍ୟାବକୁ ପଠାଯିବ। ଯଦି ଫସଲ ଭଲ ଭାବେ ହୋଇଥାଏ ତେବେ ରାଜସ୍ଥାନର ନିଜସ୍ବ କମ୍ପାନୀ କିଲୋ ପ୍ରତି ୧ ଲକ୍ଷ ଟଙ୍କା ଦରରେ କେସର କିଣିବ ।


କଶ୍ମୀରର କେସର ପୂରା ବିଶ୍ବରେ ପ୍ରସିଦ୍ଧ। ବିଳାସପୁରରେ ଲାଗିଥିବା କେସରର ଗୁଣ ଯାଞ୍ଚ କରିବା ପାଇଁ ବିଶେଷଜ୍ଞ ଆସିଥିଲେ। ସାଂଗଲା ଜିଲ୍ଲା କିନ୍ନୋରରେ ଥିବା ମାଉଣ୍ଟ କୃଷି ରିସର୍ଚ୍ଚ ଆଣ୍ଡ ଏକ୍ସଟେନସନ୍‌ ସେଣ୍ଟର ଏହାର ଯାଞ୍ଚ କରାଯିବ। ଯଦି ଏହା କଶ୍ମୀର କେସର ଭଳି ହୋଇଥାଏ ତେବେ ଏହାର ମୂଲ୍ୟ କିଲୋ ପ୍ରତି ୩ ଲକ୍ଷ ଟଙ୍କା ହେବ।
ଯେଉଁଠାରେ ଭଲ ବର୍ଷା ହୁଏ ସେଠାରେ କେସର ଚାଷ ହେବାର ସମ୍ଭାବନା ରହିଥାଏ। ଯଦି ଏହି ଫସଲ ସଠିକ ରୂପେ ହୋଇଥାଏ ବୋଲି ପ୍ରମାଣିତ ହେବ ତେବେ ସରକାରୀ ମୂଲ୍ୟରେ ଏହା କିଲୋ ପ୍ରତି ୧ ଲକ୍ଷ ୮୦ ହଜାର ଟଙ୍କାରେ କିଣାଯିବ।
ଗରମ ଜଳବାୟୁରେ କେସର ଚାଷ କରିବା ଓ ସଫଳ ହେବା ସବୁଠାରୁ ବଡ଼ କଥା। ଏବେ ଜଗତପାଲ୍‌ଙ୍କ ଭାଗ୍ୟ ନିର୍ଭର କରୁଛି ଏକ୍ସପର୍ଟଙ୍କ ଯାଞ୍ଚ ରିପୋର୍ଟ ଉପରେ ।

KNews Bureau

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

6 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

17 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

28 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

56 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago