Categories: ସ୍ପେଶାଲ

ସାବଧାନ୍ : ମାରାତ୍ମକ ରୋଗକୁ ନିମନ୍ତ୍ରଣ ଦେଉଛି ଆପଣଙ୍କ ପକେଟରେ ଥିବା ନୋଟ୍

ବିଭିନ୍ନ ପ୍ରକାର ମାରାତ୍ମକ ରୋଗକୁ ନିମନ୍ତ୍ରଣ ଦେଉଛି ଆପଣଙ୍କ ପକେଟରେ ଥିବା ନୋଟ୍ । ଏବେ ଆପଣ ଭାବୁଥିବେ ଏହା କେମିତି ସମ୍ଭବ । କିନ୍ତୁ ଏହି ପ୍ରଶ୍ନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ପଚାରିଛି କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ । ଆଉ ଏପରି ପ୍ରଶ୍ନ ପଚାରିବାର କାରଣ ହେଉଛି ଅନେକ ରିପୋର୍ଟରେ କୁହାଯାଇଛି ବିଭିନ୍ନ ପ୍ରକାର ମାରାତ୍ମକ ରୋଗକୁ ନିମନ୍ତ୍ରଣ ଦେଉଛି ଏହି ସବୁ ନୋଟ୍ । ଯାହା ଏବେ ଚିନ୍ତାର କାରଣ ପାଲଟିଛି । ଆଉ ସଙ୍ଗଠନ ଦାବି କରିଛି ଯଦି ଏହା ସତ ତେବେ ଏଥିରୁ ମୁକ୍ତି ପାଇଁ ଉପାୟ ରହିବା ଜରୁରୀ ।

ରିପୋର୍ଟ ଅନୁସାରେ, ସାଧାରାଣ ଲୋକ ବ୍ୟବହାର କରୁଥିବା ନୋଟ୍ ବିଭିନ୍ନ ହାତ ହୋଇ ଆସିଥାଏ । ଯେଉଁଥିରେ ସାମିଲ୍ ଥାନ୍ତି ଗମ୍ଭୀର ରୋଗଗ୍ରସ୍ତ ଥିବା ବ୍ୟକ୍ତି । ଆଉ ସେମାନଙ୍କ ନିକଟରୁ ବ୍ୟାକ୍ଟେରିଆ ଏହି ନୋଟ୍ କରିଆରେ ଅନ୍ୟମାନଙ୍କ ଶରୀରରେ ପ୍ରବେଶ କରିଥାଏ । ଏକ ଅଧ୍ୟୟନରୂ ଜଣା ପଡିଛି ଗୋଟିଏ ନୋଟରେ ୭୮ ପ୍ରକାର ବ୍ୟାକ୍ଟେରିଆ ମିଳିଥାଏ । ଯାହା ଫଳରେ ଟିବି, ଯକ୍ଷ୍ମା, ପେଟ ଖରାପ ହେବା ଏବଂ ଅଲସର୍ ଭଳି ମାରାତ୍ମକ ରୋଗ ହେଉଛି ।

ଏହା ସହ ପଢନ୍ତୁ ଦାନ ସିନା କମ ହେଲେ କାମ ମହାନ :୪ କିଲୋମିଟର ଭିକ୍ଷା ମାଗି ରୋଜଗାର କରିଥିବା ଟଙ୍କାକୁ କେରଳକୁ କଲେ ଦାନ

କର୍ପୋରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ ଏହି ବିଷୟରେ ଜାଣିବାପରେ ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏବଂ ବିଜ୍ଞାନ ମନ୍ତ୍ରୀ ହର୍ଷବର୍ଧନଙ୍କ ନିକଟକୁ ଅବଗତ କରିବା ସହ ଏହାର ସତାସତ୍ୟ ଉପରେ ଜାଣିବା ପାଇଁ କେଟ ଇଚ୍ଛା ପ୍ରକାଶ କରିଛି । ତେବେ ଟଙ୍କାରୁ ଏପରି ମାରାତ୍ମକ ରୋଗ ବ୍ୟାପୁଛି ତେବେ ଏହା ଅତ୍ୟନ୍ତ ସଙ୍ଗୀନ ପ୍ରସଙ୍ଗ । କାରଣ ଭାରତରେ ପ୍ରତିଦିନ ଅନେକ ବ୍ୟବସାୟୀ ଏବଂ ସାଧାରଣ ଜନତା ପ୍ରତିଦିନ ଟଙ୍କା ବ୍ୟବହାର କରନ୍ତି । ତେଣୁ ଯଦି ରିପୋର୍ଟ ସତ ହୋଇଥାଏ ତେବେ ସେମାନଙ୍କୁ ହିଁ ରୋଗ ବ୍ୟାପିବାରେ ଭୟ ରହିଛି ।

୨୦୧୬ରେ ଇଣ୍ଟରନ୍ୟାସନାଲ୍ ଜର୍ନାଲ୍ ଅଫ୍ କରେଂଟ୍ ମାଇକ୍ରୋବାୟୋଲୋଜି ଆଣ୍ଡ ଆପ୍ଲାଏଡ୍ ସାଇନ୍ସ ୧୨୦ଟି ନୋଟ୍ ଉପରେ ପରୀକ୍ଷଣ କରିଥିଲା । ଯେଉଁଥିରେ ୮୬.୪ ପ୍ରତିଶତ ନୋଟ୍ ଥିଲା ବ୍ୟାକ୍ଟେରିଆ ସଂକ୍ରମିତ ଥିଲା । ଏହି ସବୁ ନୋଟକୁ ଡାକ୍ତର , ବ୍ୟାଙ୍କ୍, ବଜାର, ମାଂସ ବ୍ୟବସାୟୀ, ଛାତ୍ର ମାନଙ୍କଠୁ ନିଆଯାଇଥିଲା । ଅନ୍ୟପଟେ ଜାପାନ ଏବଂ ୟୁରୋପର ଅନେକ ଦେଶରେ ମେସିନ୍ ଜରିଆରେ ନୋଟକୁ ବ୍ୟାକ୍ଟେରିଆ ମୁକ୍ତ କରିବାର ବ୍ୟବସ୍ଥା ରହିଛି ।

KNews Bureau

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

19 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

34 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

49 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

59 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago