ସ୍କୁଟିରେ ବସାଇଲେ ତ ଛୋଟ ଛୁଆ ଭଳି ବ୍ୟକ୍ତିଙ୍କୁ କଷି କରି ଧରିଲା ମାଙ୍କଡ଼ ଛୁଆ, ଖୁବ୍ ଭାଇରାଲ ହେଉଛି ଏହି ମଜାଦାର ଭିଡିଓ

ମଣିଷ ଓ ମାଙ୍କଡ଼ ଭିତରେ ସ୍ନେହ, ପ୍ରେମଭରା ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି, ଯାହାକୁ ଏ ପର୍ଯ୍ୟନ୍ତ ଲକ୍ଷାଧିକ ଲୋକ ଦେଖି ସାରିଥିବା ବେଳେ ହଜାର ହଜାର ଲୋକ ଏହାକୁ ଲାଇକ୍ କରିଛନ୍ତି। ମାତ୍ର ଅଳ୍ପ କିଛି ସେକେଣ୍ଡର ଏହି ଭିଡିଓରେ ଜଣେ ବ୍ୟକ୍ତି ଏକ ମାଙ୍କଡ଼ ଛୁଆର ଯେଭଳି ଭାବେ ଯତ୍ନ ନେଉଛନ୍ତି, ତାହାକୁ ସମସ୍ତେ ବେଶ୍ ପସନ୍ଦ କରିଛନ୍ତି।
ଭିଡିଓରେ ଦେଖିବାକୁ ମିଳୁଛି କି, ବ୍ୟକ୍ତି ଜଣକ ଜିନିଷପତ୍ର କିଣାକିଣି କରି ନିଜ ସ୍କୁଟିରେ ଆସି ବସୁଛନ୍ତି। ତାଙ୍କ ସହିତ ଏକ ଛୋଟ ମାଙ୍କଡ଼ ଛୁଆ ମଧ୍ୟ ଅଛି, ଯାହାକୁ ସେ ନିଜ ସାଥୀରେ ଆଣିଥିଲେ। ବ୍ୟକ୍ତି ଯେମିତି ହିଁ ସ୍କୁଟରେ ବସୁଛନ୍ତି, ତ ସେ ନିଜ ହାତ ସାହାଯ୍ୟରେ ମାଙ୍କଡ଼ ଛୁଆକୁ ବି ପଛ ସିଟ୍ରେ ବସାଇ ଦେଉଛନ୍ତି।
ମଜାଦାର କଥା ହେଉଛି କି, ମାଙ୍କଡ଼ ମଧ୍ୟ ଏକ ଛୋଟ ଛୁଆ ଭଳି ସ୍କୁଟି ପଛରେ ବସି ବ୍ୟକ୍ତିଙ୍କୁ କଷି କରି ଧରିଛି, ଯେପରି ଜଣେ ଛୋଟ ଛୁଆ ତା’ ବାପାକୁ ଧରି ଗାଡ଼ି ପଛରେ ବସିଥାଏ। ସୋସିଆଲ ମିଡିଆର ଅଲଗା ଅଲଗା ପ୍ଲାଟଫର୍ମରେ ଏହି ଭିଡିଓକୁ ଖୁବ୍ ସେୟାର କରାଯାଉଛି। ୟୁଜରମାନେ ମଧ୍ୟ ଏହା ଉପରେ ଖୁବ୍ ପ୍ରତିକ୍ରିୟା ଦେଉଛନ୍ତି। ତେବେ ଜଣେ ୟୁଜର କହିଛନ୍ତି, ‘ବହୁତ ଭାବୁକ କରିଦେଲା ଭଳି ଭିଡିଓ’।
View this post on Instagram