ଚଟପଟି ଖାଦ୍ୟ ମଧ୍ୟରେ କଟକ ଦହିବରା ଭାରି ସୁଆଦିଆ, ଜାଣନ୍ତୁ ଏହାର ଇତିହାସ

କଟକ/ଭୁବନେଶ୍ୱର: ଦହିପାଣିରେ ଭିଜା ଯାଇଥିବା ବରା ସାଙ୍ଗକୁ ଆଳୁଦମ । ଏହା ସହ ପିଆଜ, ସେଓ ଓ ପୁଦିନା ଚଟଣି । ସକାଳ ହେଉ କି ମଧ୍ୟାହ୍ନ ଦହିବରା ସାଙ୍ଗରେ ଆଳୁଦମର ଯୋଡି ସ୍ଵତନ୍ତ୍ର ମହତ୍ତ୍ୱ ରଖେ । ଆଜି ଦହିବରା ଆଳୁଦମ କଥା ହେବାର କାରଣ ହେଉଛି ଆଜି ବିଶ୍ୱ ଦହିବରା ଆଳୁଦମ ଦିବସ । ସକାଳ ହେଉ କି ମଧ୍ୟାହ୍ନ ଏହି ଦହିବରା ସାଙ୍ଗରେ ଆଳୁଦମର ଯୋଡି ସ୍ଵତନ୍ତ୍ର ମହତ୍ତ୍ୱ ରଖେ । ବିଶେଷ କରି ଖରା ଦିନରେ ଦହିବରା ଖାଇବା ପରେ ଦହି ପାଣି ପିଇବାର ମଜା ଯିଏ ଅନୁଭବ କରିଛି ସିଏ ହିଁ କହିପାରିବ ଦହିବରାର ସ୍ଵାଦ କେତେ ସୁଆଦିଆ । ଦହିବରା ଆଳୁଦମ ଓଡ଼ିଆ ଲୋକଙ୍କ ପ୍ରିୟ ଖାଦ୍ୟ ପାଲଟିଗଲାଣି ।

ତେବେ ବର୍ତ୍ତମାନ ଦହିବରାର ବିଭିନ୍ନ ଭେରାଇଟି ମିଳିଳାଲି । ଏଥିମଧ୍ୟରେ ଖଟା ଦହିବରା, ମିଠା ଦହିବରା । ଏପଟେ ଆଳୁଦମରେ ମସଲା ଯୋଗୁଁ ଏହା ଅଧିକ ରାଗ ହୋଇଥିବାରୁ ବ୍ୟବସାୟୀମାନେ ଗ୍ରାହକମାନଙ୍କୁ ଉଭୟ ଖଟା ଏବଂ ମିଠା ଦହିବରା ପରଷିଥାନ୍ତି । ଦହିବରା ବା ଖଟା ଦହିବରା ସବୁଠାରେ ମିଳିଥାଏ । କିଛି ସ୍ଥାନରେ ପୁଦିନା, ଧନିଆ, ଗାଜର ଆଦି ଫ୍ଲେବରର ଦହିବରା ମଧ୍ୟ ମିଳୁଛି ।

ତେବେ ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ଏହା ଖାଇବାକୁ ମିଳିଥାଏ । ବିଶେଷକରି ରାସ୍ତା କଡରେ ଏହା ବିକ୍ରି ହେଉଥିବା ଦେଖାଯାଇଥାଏ । କଟକର ଗଳିକନ୍ଦିରୁ ବାହାରି ବିଶ୍ୱ ସ୍ତରରେ ଓଡିଆଙ୍କୁ ଗର୍ବିତ କରିଛି ଦହିବରା ଆଳୁଦମ୍‌ । ଓଡିଶାରେ ଏମିତି କେହି ନଥିବେ ଯାହାକୁ ଦହିବରା ପସନ୍ଦ ହୋଇନଥିବ । ଆଜି ଦହିବରା ଆଳୁଦମ ଦିବସରେ ଓଡ଼ିଶାର ପ୍ରତ୍ୟେକ ଲୋକ ଦହିବରା ଦିବସ ପାଳନ କରୁଥିବା ଦେଖିବାକୁ ମିଳିଛି ।

ଦହିବରା ତା ନାଟି ଯେମିତି ସ୍ୱାଦ ବି ସେମିତି । ନାଁ ଶୁଣିଲେ ହିଁ ପ୍ରତ୍ୟେକ ଓଡିଆଙ୍କ ମୁହଁରେ ପାଣି ଆସିଯାଏ । ସକାଳ ହେଉ କି ସନ୍ଧ୍ୟା ସବୁ ସମୟରେ ଲୋକେ ଦହିବରା ଖାଇବା ପାଇଁ ପସନ୍ଦ କରିଥାନ୍ତି । ଦହିବରା ଖାଇବା ପରେ ରାଗ ଖଟା ଦହିପାଣି ପିଇ ମଜା ନେଇଥାନ୍ତି ଦହିବରା ପ୍ରେମୀ । ଦହିବରା ଆଳୁଦମ୍‌ ସାଧାରଣତଃ ଓଡିଶାର ପ୍ରତ୍ୟେକ ସ୍ଥାନରେ ମିଳିଥାଏ । କିନ୍ତୁ କଟକ ଦହିବରାର ମଜା ନିଆରା । ଦହିବରାର ବିଭିନ୍ନ ପ୍ରକାରର ଭେରାଇଟି କଟକରେ ପ୍ରସ୍ତୁତ ହୁଏ । କଟକବାସୀ ଦହିବରା ଖାଇ ଦିନ ଆରମ୍ଭ କରନ୍ତି କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ ।

DAHIBARA

ତେବେ ଐତିହାସିକ ପରମ୍ପରା ବହନ କରୁଥିବା ଏହି କଟକର ସବୁଠାରେ ଦେଖିବାକୁ ମିଳେ କିଛି ନା କିଛି ସ୍ୱତନ୍ତ୍ରତା । ସେଥିମଧ୍ୟରୁ ଚଟପଟି ଖାଦ୍ୟ ମଧ୍ୟରେ କଟକ ଦହିବରା ଭାରି ସୁଆଦିଆ । କଲେଜ ପଢୁଆ ଛାତ୍ରଛାତ୍ରୀ ହୁଅନ୍ତୁ ବା କର୍ମଜୀବୀ ପୁରୁଷ ମହିଳା, ବୃଦ୍ଧଠାରୁ ଯୁବକ ପର୍ଯ୍ୟନ୍ତ ସବୁ ବର୍ଗର ଲୋକଙ୍କୁ ଆକୃଷ୍ଟ କରିଥାଏ କଟକ ଦହିବରା । ତେଣୁ କଟକର ବିଭିନ୍ନ ଛକରେ ବର୍ଷ ତମାମ୍ ଦହିବରା ମିଳିଥାଏ ।

ବିଶେଷକରି ବିଜୁ ପଟ୍ଟନାୟକ ଛକ, ଦୋଳମୁଣ୍ଡାଇ ଛକ, ବିଡ଼ାନାସୀ ଛକ, ବାରବାଟୀ ଷ୍ଟାଡିୟମ ପାଖ, ବାଲିଯାତ୍ରା ପଡ଼ିଆ ପାଖ , ମଣିସାହୁ ଛକ, ରାମଗଡ଼ ଛକ, ଗୌରୀଶଙ୍କର ପାର୍କ ପ୍ରଭୃତି ଅଞ୍ଚଳରେ ପ୍ରାୟତଃ ଠେଲା ଗାଡ଼ି କୁହନ୍ତୁ କି ସାଇକେଲରେ ବେପାରୀମାନେ ଦହିବରା ବିକ୍ରି କରିଥାନ୍ତି । କଟକବାସୀଙ୍କ କହିବା ଅନୁସାରେ ବିଡ଼ାନାସୀ ଅଞ୍ଚଳରୁ ହିଁ ପ୍ରଥମେ ଦହିବରା ବ୍ୟବସାୟ ଆରମ୍ଭ ହୋଇଥିଲା । ବିଡ଼ାନାସୀର ଗୋପାଳମାନେ ପ୍ରଥମେ ଶିକାରେ ଦହିବରା ହାଣ୍ଡି ଲଦି କରି ମହାନଦୀ ପଠାକୁ ଯାଉଥିଲେ ବିକ୍ରି କରିବା ପାଇଁ  । ଯାହା ଲୋକଙ୍କୁ ଭାରି ପସନ୍ଦ ଆସିଥିଲା । ସେହିଠାରୁ ହିଁ କଟକରେ ଦହିବରା ବ୍ୟବସାୟ ଆରମ୍ଭ ହୋଇଥିବା କୁହାଯାଏ ।

ଏପଟେ ରାଜଧାନୀ ଭୁବନେଶ୍ଵରରେ ମଧ୍ୟ ଦହିବରା ଆଳୁଦମ୍‌ର ବେଶ ଚାହିଦା ରହିଛି । ରାଜଧାନୀ ଲୋକ ମଧ୍ୟ ଦହିବରା ଆଳୁଦମ୍‌କୁ ଖାଇବାକୁ ବହୁତ ପସନ୍ଦ କରିଥାନ୍ତି । ଏଠାରେ ମଧ୍ୟ ବିଭିନ୍ନ ସ୍ଥାନରେ ସୁଆଦିଆ ଦହିବରା ଆଳୁଦମ୍‌ ମିଳିଥାଏ । ଯିଏ ଥରେ ଦହିବରା ଆଳୁଦମର ମଜା ନେଇଛି, ସେ ବାରମ୍ବାର ଏହାକୁ ହିଁ ଖୋଜିଛି ।

ତେବେ ଆପଣ ଖରେ ବି ପ୍ରସ୍ତୁତ କରି ଖାଇପାରିବେ ପୁରା ସୁସ୍ୱାଦୁ ଦହିବରା ଆଳୁଦମ୍‌ । ରାତିରୁ ବିରି ବାଟି ରଖିଦେବେ । ଏହାପରେ ଠିକ୍ ତାପର ଦିନ ସକାଳୁ ବରାକୁ ଛାଣି ଦହି ପାଣିରେ ଭିଜାଇଦେବେ । ଏଥିରୁ ହିଁ ବରାରେ ପ୍ରକୃତ ମଜା ଆସିଥାଏ । ବରାକୁ କିଛି ସମୟ ଦହି ମିଶା ଲୁଣ ପାଣିରେ ପକାଇ ରଖିବାପରେ ସେଥିରେ ଭୃଷୁଙ୍ଗା ପତ୍ରକୁ ଭାଜି ଧନିଆ ପତ୍ର, ଲଙ୍କା, ପିଆଜ, ଜିରା, ସୋରିଷରେ ଫୁଟଣ କରିଦେବେ । ଏହାପରେ ଗୁଗୁନି ଏବଂ ଆଳୁଦମ ତିଆରି କରି ଦହିବରା ସହ ମିଶାଇ ଖାଇବେ ।

ଆହୁରି ପଢନ୍ତୁ: ଆଜି ବିଶ୍ୱ ଦହିବରା ଓ ଆଳୁଦମ ଦିବସ: ନାଁ ଯେମିତି… ସ୍ୱାଦ ବି ସେମିତି, ଯିଏ ଖାଇଛି ସିଏ ଜାଣିଛି