ବିଶ୍ୱାସରେ ଧୋକା ଦେଲା ସାଙ୍ଗ, ଚାକିରି ହରାଇ ବନିଗଲି ‘ଲିଟି ୱାଲେ’

କଟକ: ବନ୍ଧୁ । ରକ୍ତର ସମ୍ପର୍କଠୁ ବି ଅଧିକ ନିବିଡ଼ । ସୁଖ ଦୁଃଖର ସାଥୀ । ହଁ କୁହାଯାଏ ବିପଦର ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ତେବେ ବନ୍ଧୁତାକୁ ନେଇ ବହୁତ କାହାଣୀ ରହିଛି । ସେହି କାହାଣୀ ଭିତରୁ ଆଜିର କାହାଣୀ ସବୁଠୁ ଭିନ୍ନ । ତେବେ କେହି କେହି ବନ୍ଧୁ ପାଇଁ ଜୀବନ ଦେଇ ଦେବାକୁ ବି ପଛାନ୍ତି ନାହିଁ । ଆଉ ବେଳେ ବେଳେ ଏମିତି କିଛି ବନ୍ଧୁତା ପାଇଁ ଜୀବନର ବଦଳିଯାଏ ମୋଡ ।

ହଁ ଆଜ୍ଞା ବନ୍ଧୁଙ୍କ ପାଇଁ ବଦଳିଗଲା ବନ୍ଧୁଙ୍କ ପରିଚୟ । ଦିନେ କର୍ପୋରେଟ ସେକ୍ଟରରେ ଚାକିରି କରି ଭଲ ରୋଜଗାର କରୁଥିଲେ । ଆଜି କିନ୍ତୁ ବନ୍ଧୁଙ୍କ ବିଶ୍ୱାସଘାତକତା ତାଙ୍କୁ ଲିଟି ଚୋଖା ବେପାରୀ କରିଦେଇଛି । ବନ୍ଧୁକୁ ସାହାଯ୍ୟ କରିବାକୁ ଯାଇ ଏବେ ହଜିଯାଇଛି ନିଜର ପରିଚୟ । ବନ୍ଧୁଙ୍କ ଠାରୁ ଧୋକା ପାଇବା ପରେ ଏବେ କଟକ ବାରବାଟୀ ଷ୍ଟାଡିୟମ ନିକଟରେ ଏକ ଛୋଟ ଉଠା ଦୋକାନରେ ବିକୁଛନ୍ତି ଲିଟି ଚୋଖା ।

ଦୋକାନର ନାଁ ରଖିଛନ୍ତି ‘ଲିଟି ଓ୍ୱାଲେ’। କଟକ କେଶରପୁରରେ ରହୁଥିବା ରାକେଶ ସିଂ ବିହାର ନିବାସୀ । କିନ୍ତୁ ରାକେଶ ଏଠାରେ ଏକ ଘରୋଇ କମ୍ପାନୀରେ ଚାକିରି କରିଥିବାରୁ ସେ ଏଠାରେ ରହି ଆସୁଛନ୍ତି । ରାକେଶ ଭଲ ପାଠ ପଢି କର୍ପୋରେଟ ସେକ୍ଟରରେ ଚାକିରି କରି ଭଲ ଦରମା ପାଉଥିଲେ। କିନ୍ତୁ ଦୀର୍ଘ ଦିନର ପରିଚୟ ଥିବା ଏକ ବନ୍ଧୁଙ୍କୁ ସାହାଯ୍ୟ କରିବାକୁ ଯାଇ ଆଜି ସେ ଲିଟି ଚୋଖା ବେପାରୀ ବନି ଯାଇଛନ୍ତି ।

friend

ବନ୍ଧୁ ଅସୁବିଧାରେ ଥିଲେ, ତାଙ୍କୁ ସାହାଯ୍ୟର ହାତ ବଢ଼ାଇ ଥିଲେ ରାକେଶ । ନିଜ ଆକାଉଣ୍ଟରୁ ଲୋନ୍ କରି ୧୪ ଲକ୍ଷ ଟଙ୍କା ବନ୍ଧୁଙ୍କୁ ସହାୟତା କଲେ । ସର୍ତ୍ତଥିଲା, ପ୍ରତି ମାସରେ କିସ୍ତି ଅର୍ଥ ରାକେଶଙ୍କ ଆକାଉଣ୍ଟରେ ଜମା କରିବେ । କିନ୍ତୁ କିଛି ମାସ ପରେ ବନ୍ଧୁ ସର୍ତ୍ତ ମାନିଲେ ନାହିଁ । ଋଣ ଦେଇଥିବା ବ୍ୟାଙ୍କକୁ ଋଣ ଗ୍ରହୀତା ଭାବେ ରାକେଶଙ୍କୁ ସବୁ ଅର୍ଥ ଶୁଝିବାକୁ ଥିଲା । ବନ୍ଧୁଙ୍କୁ ଅନୁରୋଧ କରି କିଛି ସୁଫଳ ନପାଇବାରୁ ସେ ଥାନାର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । ତେବେ ପୋଲିସ୍ ଠାରୁ ମଧ୍ୟ ତାଙ୍କୁ ନ୍ୟାୟ ମିଳି ପାରିନଥିଲା । ପରେ ବ୍ୟାଙ୍କ ରିକଭରି ଟିମ୍ ତାଙ୍କୁ ହଇରାଣ କରିବାକୁ ଲାଗିଲେ । କମ୍ପାନୀର ସମ୍ମାନହାନି ହେବାରୁ ତାଙ୍କୁ ଚାକିରିରୁ ଛଟେଇ କରି ଦିଆଗଲା ।

ଦୁଇଟି କମ୍ପାନୀରୁ ଛଟେଇ ହେବା ପରେ ତାଙ୍କୁ ଆଉ କେଉଁଠି ନିଯୁକ୍ତି ସୁଯୋଗ ବି ମିଳିଲା ନାହିଁ । ପରିବାର ସଦସ୍ୟଙ୍କ ପେଟକୁ ଦି’ ମୁଠା ଆହାର ଦେବାକୁ ରାକେଶ ଶେଷକୁ ଷ୍ଟ୍ରିଟ୍ ଫୁଡ୍ ବିକିବାକୁ ରାସ୍ତାକୁ ଓହ୍ଲାଇ ପଡ଼ିଲେ । ବର୍ତ୍ତମାନ ବାରବାଟୀ ଷ୍ଟାଡିୟମ୍ ଛକରେ ‘ଲିଟି ଓ୍ୱାଲେ’ ନାମରେ ଏକ ଲିଟି ଚୋଖା ଉଠାଦୋକାନ କରି ରାକେଶ ଏବେ ଘର ଚଳାଉଛନ୍ତି । ଏପରିକି କଟକ ଗ୍ରସ୍ତ ବେଳେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅଭିଯୋଗ ମଧ୍ୟ କରି ସାରିଛନ୍ତି ରାକେଶ ।

 

You might also like