୫୦ ଟଙ୍କାରୁ ୭୦୦୦ କୋଟି ଟଙ୍କାର କମ୍ପାନୀ, ଜାଣନ୍ତୁ କିଏ ଏବଂ କିପରି କଲେ ତିଆରି
କୁହାଯାଏ ଯେ ଯଦି କିଛି କରିବାକୁ ଆଗ୍ରହ ଥାଏ ତେବେ ସବୁଠୁ ବଡ ସମସ୍ୟାର ମଧ୍ୟ ସମାଧାନ ହୋଇଯାଏ । ସେହି କାମ ପାଇଁ ମଧ୍ୟ ରାସ୍ତାଗୁଡ଼ିକ ମିଳିଯାଏ । ତେବେ ୬ ବର୍ଷର ଏନ ରଙ୍ଗା ରାଓଙ୍କ ଉପରେ ଏକ ଅସୁବିଧା ପର୍ବତ ପଡିଥିଲା । ତାଙ୍କ ବାପାଙ୍କ ମୃତ୍ୟୁ ପରେ ଘରର ଦାୟିତ୍ୱ ପିଲାଙ୍କ ଉପରେ ପଡିଥିଲା, ଯିଏ ନିଜେ ମଧ୍ୟ ଦାୟିତ୍ୱ ଗ୍ରହଣ କରିପାରିନଥିଲେ । କିନ୍ତୁ ସେହି ସମୟରେ ସାହସ ହରାଇବା ପରିବର୍ତ୍ତେ ସେ ନିଜର ଉଦ୍ୟମ ଜାରି ରଖିଥିଲେ ଏବଂ ୭୦୦୦ କୋଟି ଟଙ୍କାର ଏକ କମ୍ପାନୀ ତିଆରି କରିଥିଲେ । ୫୦ ଟଙ୍କାରୁ ୭୦୦୦ ଟଙ୍କାର ସାଇକେଲ ଧୂପ କମ୍ପାନୀ ତିଆରି କରିଥିଲେ ଏନ୍ ରଙ୍ଗା ରାଓ । ତାହେଲେ ଆସନ୍ତୁ ତାଙ୍କ ଏହି କାହାଣୀ ବିଷୟରେ ଜାଣିବା ।
ସାଇକେଲ୍ ଧୂପ ଯାହାକୁ ଏବେ ସମସ୍ତ ଲୋକ ବହୁତ ପସନ୍ଦ କରୁଛନ୍ତି । ଆଜି ଆମେ ଏନ୍ ରଙ୍ଗା ରାଓଙ୍କ ବିଷୟରେ ଜାଣାଇବୁ, ଯିଏ ମାତ୍ର ୬ ବର୍ଷ ବୟସରେ ବାପାଙ୍କୁ ହରାଇଥିଲେ । ତେବେ ୧୯୧୨ ମସିହାରେ ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିବା ଏନ ରାଙ୍ଗା ରାଓଙ୍କ ବାପା ଜଣେ ଶିକ୍ଷକ ଥିଲେ । ଯେତେବେଳେ ତାଙ୍କୁ ୬ ବର୍ଷ ହୋଇଥିଲା ସେତେବେଳେ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା । ଯାହା ପରେ ଘରର ଦାୟିତ୍ୱ ତାଙ୍କ କାନ୍ଧରେ ପଡ଼ିଲା । ତେବେ ସେହି ସମୟରେ ଏନ ରଙ୍ଗା ରାଓଙ୍କର ପଢିବା ପାଇଁ ତ ବହୁତ ଆଗ୍ରହ ଥିଲା, କିନ୍ତୁ ଟଙ୍କା ଅଭାବ ଯୋଗୁ ସେ ପାଠ ପଢି ପାରିନଥିଲେ । କିନ୍ତୁ ସେହି ସମୟରେ ସେ ସାହାସ ହାରିବା ପରିବର୍ତ୍ତେ କିଛି ନୂଆ ଉପାୟରେ ପାଠ ପଢିବା ଆରମ୍ଭ କରିଥିଲେ ।
ଏନ୍ ରଙ୍ଗା ରାଓ ପାଠ ପଢିବା ପାଇଁ ବିଦ୍ୟାଳୟ ବାହାରେ ବିସ୍କୁଟ ବିକ୍ରି କରିବା ଆରମ୍ଭ କରିଥିଲେ । ସେ ଏପରି କରନ୍ତି ବିଦ୍ୟାଳୟ ଆରମ୍ଭ ହେବା ପୂର୍ବରୁ ବାହାରେ ବିସ୍କୁଟ ବିକ୍ରି କରୁଥିଲେ । ଏହା ବ୍ୟତୀତ ସନ୍ଧ୍ୟାରେ ସେ ମିଠା ହୋଲସେଲରଙ୍କଠାରୁ ମିଠା କିଣି ଗାଁରେ ବିକ୍ରି କରି ଅଳ୍ପ ଲାଭରେ ବଜାରରେ ବିକ୍ରି କରୁଥିଲେ । ସେ ଯାହା ରୋଜଗାର କରୁଥିଲେ, ସେଥିରେ ସେ ଘର ଏବଂ ଶିକ୍ଷା ଖର୍ଚ୍ଚ ଉଠାଉଥିଲେ । ତେବେ ଏନ୍ ରଙ୍ଗା ରାଓ ନିଜର ରୋଜଗାର ବଢାଇବାକୁ ସେ ନିଜଠାରୁ ଛୋଟ ପିଲାମାନଙ୍କୁ ଟ୍ୟୁସନ ଦେଉଥିଲେ । ଏପରି ମଧ୍ୟ ତାଙ୍କର ନିଜ ପାଠ ପଢା ପାଇଁ ଟଙ୍କା ନଥିଲା, ତେଣୁ ସେ ଫି ବଦଳରେ ଅଧିକ ପିଲା ନାମ ଲେଖାଇବେ ବୋଲି ଶିକ୍ଷକଙ୍କୁ ପ୍ରତିଶୃତି ଦେଇଥିଲେ । ସେ ଗାଁ ବୃଦ୍ଧ ଲୋକମାନଙ୍କୁ ଖବରକାଗଜ ପଢି ଶୁଣାଉଥିଲେ । ଏଥିରୁ ସେ ଅଳ୍ପ ରୋଜଗାର କରି ଘର ଚଳାଇବାରେ ମଧ୍ୟ ସାହାଯ୍ୟ କରୁଥିଲେ । ସେ ୧୯୩୦ ମସିହାରେ ସୀତା ନାମକ ଜଣେ ଝିଅଙ୍କୁ ବିବାହ କରିଥିଲେ । ଏହା ପରେ ସେ ତାମିଲନାଡୁର ଅରୁବାଙ୍କାଡୁ ଯାଇଥିଲେ ।
ବିବାହ ପରେ ସେ ସେଠାରେ ଥିବା ଏକ କାରଖାନାରେ ଚାକିରି ପାଇଥିଲେ । ସେ ୧୯୩୯ ରୁ ୧୯୪୪ ପର୍ଯ୍ୟନ୍ତ ଏଠାରେ କାମ କରିଥିଲେ । କିନ୍ତୁ ୧୯୪୮ ମସିହାରେ ସେ ଚାକିରି ଛାଡି ଧୂପକାଠି ତିଆରି କରିବା ଆରମ୍ଭ କଲେ ଏବଂ ମାତ୍ର ୫୦ ଟଙ୍କା ଦେଇ ବ୍ୟବସାୟ ଆରମ୍ଭ କଲେ । ଧୂପକାଠି ତିଆରି କରିବା ବିଷୟରେ ସେ ଅଧିକ ଜାଣି ନଥିଲେ । ତେଣୁ ସେ ପ୍ରଥମେ ବୁଲାବୁଲି କରି ଏହାକୁ ତିଆରି କରିବା ବିଷୟରେ ଶିଖିଲେ । ଯାହାପରେ ଖର୍ଚ୍ଚ ସଞ୍ଚୟ କରିବାକୁ ସାଧାରଣ ପ୍ୟାକେଜିଂ ରଖିଥିଲେ । ତେବେ ସେ ନିଜେ ସାଇକେଲରେ ବଜାରକୁ ଧୂପକାଠି ବିକ୍ରି କରିବାକୁ ଯାଉଥିଲେ ।
ଏହା ପରେ ସେ ତାଙ୍କ ଧୂପକାଠିର ନାମ ‘ସାଇକେଲ’ ରଖିଲେ କାରଣ ସେ ବିଶ୍ୱାସ କରୁଥିଲେ ଯେ ଏହି ନାମ ବହୁତ ସାଧାରଣ ଏବଂ ସମସ୍ତେ ବଝିପାରିବେ । ସେ ନିଜେ ସାଇକେଲରେ ଧୂପ କାଠି ବିକ୍ରି କରିବାକୁ ଯାଉଥିଲେ । ତେଣୁ ଏହି ନାମକୁ ସାଇକେଲ ଭାବରେ ରଖାଯାଇଥିଲା । କିଛି ଦିନ ମଧ୍ୟରେ, ଲୋକମାନେ ୧ ଅଣାରେ ୨୫ ଟି ଧୂପକାଠିର ପ୍ୟାକେଟ୍ ପାଇଲେ । ଯେତେବେଳେ କମ୍ପାନୀ ବଢିବାକୁ ଲାଗିଲା । ସେତେବେଳେ ଲୋକଙ୍କ ପାଇଁ ନିଯୁକ୍ତିର ସୁଯୋଗ ମିଳିଲା । ୧୯୭୮ପରେ, ସେମାନେ ବହୁ ସଂଖ୍ୟାରେ ମହିଳାମାନଙ୍କୁ ନିଯୁକ୍ତି ଦେବା ଆରମ୍ଭ କଲେ । ବର୍ତ୍ତମାନ ମେସିନ୍ ଦ୍ୱାରା ଧୂପକାଠି ତିଆରି ଆରମ୍ଭ ହୋଇଛି ।
୨୦୦୫ ରୁ ୨୦୦୬ ମସିହାରେ ଧୂପ କାଠି ବ୍ୟବସାୟ ଆରମ୍ଭ କରିଥିଲେ । ଏହାପରେ ସେ NR ଗ୍ରୁପ୍ ର ମୂଳଦୁଆ ପକାଇଲେ । ତାଙ୍କର ସାତ ପୁଅ ମଧ୍ୟ ବ୍ୟବସାୟରେ ସାହାଯ୍ୟ କରିବା ଆରମ୍ଭ କରିଥିଲେ । ସେ ୧୯୭୮ ପର୍ଯ୍ୟନ୍ତ କମ୍ପାନୀର କାମ କରୁଥିଲେ । କିନ୍ତୁ ୧୯୮୦ ରେ ତାଙ୍କ ମୃତ୍ୟୁ ପରେ, ଏହି କମ୍ପାନୀ ତାଙ୍କ ପୁଅମାନେଙ୍କ ଚଲାଉଛନ୍ତି । ଆଜି କମ୍ପାନୀର ୬୫ ଟି ଦେଶରେ ବ୍ୟବସାୟ ରହିଛି । ତେବେ କମ୍ପାନୀର ବଜାର ଦାମ୍ ୭୦୦୦ କୋଟି ଟଙ୍କା ଅତିକ୍ରମ କରିଛି । ବର୍ତ୍ତମାନ ଅମିତାଭ ବଚ୍ଚନ, ରମେଶ ଅରବିନ୍ଦ ଏବଂ ସୈରଭ ଗାଙ୍ଗୁଲିଙ୍କ ପରି ସେଲିବ୍ରେଟମାନେ କମ୍ପାନୀକୁ ବିଜ୍ଞାପନ କରିଛନ୍ତି । ତେବେ ଏହା ହେଉଛି ଏନ୍ ରଙ୍ଗା ରାଓଙ୍କ କାହାଣୀ, ଯିଏ ତାଙ୍କ ବାପାଙ୍କ ମୃତ୍ୟୁ ପରେ ନିଜ ପାଠ ପଢା ସହିତ ପରିବାରର ଭାର ମଧ୍ୟ ଉଠାଇଥିଲେ ।