ସାମ୍ନାରେ ଥିଲା ଟ୍ରେନ୍, କାମ କଲାନି ବ୍ରେନ୍ ! ଆଉ ତାପରେ . . .

ଯଦି ଭାଗ୍ୟ ତେଜ୍ ଅଛି ତେବେ ମୃତ୍ୟୁକୁ ବି ଦେଇ ପାରିବେ ମାତ୍ । ସେମିତି ଏକ ଘଟଣା ଘଟିଛି ନେଦରଲାଣ୍ଡରେ । ଜଣେ ବ୍ୟକ୍ତି ଟ୍ରେନ୍ ଲାଇନ୍ ପାର୍ ହେବା ସମୟରେ ଏମିତି ଏକ ଘଟଣା ଘଟିଗଲା ଯାହା କେବେ ସେ ସ୍ବପ୍ନରେ ମଧ୍ୟ ଭାବିନଥିବେ । ଆଉ ଏହି ଘଟଣାର ଭିଡିଓ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି ।

ଏହି ଭିଡିଓରେ ଦେଖିବାକୁ ମିଳିଛି ବ୍ୟକ୍ତି ଜଣକ ଏକ ଟ୍ରେନ୍ ଲାଇନ୍ ନିକଟରେ ସାଇକେଲ୍ ଧରି ପହଂଚୁଛନ୍ତି । ଏହି ସମୟରେ ଗୋଟିଏ ଟ୍ରେନ୍ ଆସୁଛି ଯାହାକୁ ବ୍ୟକ୍ତି ଜଣକ ଅପେକ୍ଷା କରୁଛନ୍ତି । ଏବଂ ଏହା ଗଲା ପରେ ସାଇକେଲ୍ ଆଗକୁ ବଢାଉଛନ୍ତି । ହେଲେ ଏହି ସମୟରେ ଅନ୍ୟପଟୁ ଆଉ ଏକ ଟ୍ରେନ୍ ଆସୁଛି ଯାହାକୁ ବୋଧେ ସେ ଦେଖିପାରିନାହାଁନ୍ତି ।

ଯେମିତି ସାଇକେଲ୍ ନେଇ ଆଗକୁ ବଢିଛନ୍ତି ସେପଟୁ ଆସୁଥିବା ଟ୍ରେନଟି ହର୍ଣ୍ଣ ମାରିବାରୁ ତାଙ୍କ ନଜର ପଡିଛି ଏହା ଉପରେ । କଥାରେ ଅଛି ଯାହାକୁ ରଖିବେ ଅନନ୍ତ କେ କରିପାରେ ବଳବନ୍ତ । ଠିକ୍ ଏହା ହିଁ ହେଲା ଏହି ବ୍ୟକ୍ତିଙ୍କ ସହ । ସାଇକେଲର ଗତି ବଢାଇ କୌଣସି ମତେ ନିଜ ଜୀବନ ରକ୍ଷା କରିନେଲେ । ଯଦି କିଛି ସେକେଣ୍ଡ୍ ବିଳମ୍ବ ହୋଇଥାନ୍ତା ତେବେ ହୁଏତ ବ୍ୟକ୍ତି ଜଣକ ନିଜ ଜୀବନ ହରାଇବସିଥାନ୍ତେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.