ବାତ୍ୟା ତାଉତେ ପାଇଁ ସମଗ୍ର ମୁମ୍ବାଇ ନଗରୀ ଏବେ ଆବର୍ଜନାର ଗନ୍ତା ଘର ପାଲଟିଛି, ଦେଖନ୍ତୁ ଭିଡିଓ

ଚକ୍ରବର୍ତ୍ତି ବାତ୍ୟା ତାଉତେ ନିଜର କରାଳ ରୂପ ଦେଖାଇ ଚାଲିଗଲା । କିନ୍ତୁ ତାର ପ୍ରଭାବ ଛାଡି ଦେଇ ଚାଲିଯାଇଛି । ମୁମ୍ବାଇର ଫଟୋ ଦେଖିଲେ ଏହା ଜଣାପଡୁଛି । ରାସ୍ତାରେ ଗଛ ଭାଙ୍ଗିକି ପଡିଛି । ସମୁଦ୍ର କୂଳରେ ଅନେକ ଆବର୍ଜନା ପଡି ରହିଛି । କେବଳ ସମୁଦ୍ର କୂଳ ନୁହେଁ ବରଂ ସମୁଦ୍ରର ପାଣି ଯୁଆଡେ ମାଡିଛି ସେହି ସବୁ ସ୍ଥାନରେ ଆବର୍ଜନା ଭରି ରହିଛି । ଲାଗୁଛି ଯେପରି ପ୍ରକୃତି ମଣିଷ ମାନଙ୍କଠୁ ଯେମିତି ତାର ବାକି ହିସାବ ସୁଧମୂଳ ସହ ନେଇଛି ।

ସୋସିଆଲ ମିଡିଆରେ ଏବେ ସେହି ଫଟୋ ସବୁ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ପ୍ରକୃତିର ଅଶାନ୍ତ ରୂପର ପ୍ରମାଣ ମିଳିବ । ଅନେକ କର୍ମଚାରୀ ଏହାକୁ ସଫା କରିବା ପାଇଁ ନିୟୋଜିତ ଅଛନ୍ତି । ଏହାକୁ ନେଇ ଲୋକମାନେ ମଧ୍ୟ କମେଣ୍ଟ କରିଛନ୍ତି ଯେ, ପ୍ରକୃତି ଆମକୁ ଆମ ଆବର୍ଜନା ରିଟର୍ଣ୍ଣ ଗିଫ୍ଟ ରୁପେ ଫେରାଇଛି ।

ଏହି ବାତ୍ୟା କାରଣରୁ ସମଗ୍ର ଉତ୍ତର ଭାରତର ଜଳବାୟୁ ଉପରେ ପ୍ରଭାବ ପଡିଛି । ବାତ୍ୟ।। ପରେ ମଧ୍ୟ ଅନେକ ସ୍ଥାନରେ ବର୍ଷା ହେଉଛି । ତେବେ ଭବିଷ୍ୟତରେ ଏପରି କିଛି ହେଲେ ଏହି ସ୍ଥାନର ଅବସ୍ଥା କଣ ରହିବ ତାହା ଦେଖିବା ବାକି ରହିଲା ।

Leave A Reply

Your email address will not be published.