କାହିଁକି ଖଟରେ ବସି ଖାଇବା ଉଚିତ ନୁହେଁ? ଜାଣନ୍ତୁ ଏହା ପଛର କାରଣ
ଶାସ୍ତ୍ରରେ ବହୁତ କିଛି ନିୟମ ରହିଛି ଯାହାକୁ କେହି କେହି ମାନିଥାନ୍ତି ତ ଆଉ କେହି ମାନି ନଥାନ୍ତି । ଯାହା ଫଳରେ ଅନେକ ଅସୁବିଧା ମଧ୍ୟ ହୋଇଥାଏ । ଘରର ଯିଏ ମୁଖ୍ୟ ହୋଇଥାନ୍ତ ସେହିମାନେ ପ୍ରାୟତଃ ସମସ୍ତ ଶାସ୍ତ୍ର ବିଷୟରେ ଜାଣିଥାଆନ୍ତି, ଅର୍ଥାତ୍ ଜେଜେମା । ଜେଜେମାମାନେ ଅନେକ ଖରାପ ଅଭ୍ୟାସରୁ ଅଟକାଇଥାନ୍ତି, ଯାହା ଫଳରେ ଆମକୁ ଶାରୀରିକ କିମ୍ବା ମାନସିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡି ନଥାଏ ।
ପିଲାଦିନରୁ ବର୍ତ୍ତମାନ ପର୍ଯ୍ୟନ୍ତ, ଗୋଟିଏ କଥାକୁ ଆପଣ ନିଶ୍ଚିତ୍ ଧ୍ୟାନ ଦେଇଥିବେ ଯେ ଯେତେବେଳେ ଆପଣ ଖଟ ଉପରେ ବସି ଖାଇଥାନ୍ତି, ସେତେବେଳେ ଜେଜେମାନେ ଆପଣଙ୍କୁ ରୋକି ଥିଆନ୍ତି ଏବଂ ରାଗିବି ଯାଆନ୍ତି । ଏହାସହ ଆପଣଙ୍କୁ ସୂଚିତ୍ କରନ୍ତି ଯେ ଖଟ ଉପରେ ବସି ଖାଇବା ଉଚିତ୍ ନୁହେଁ । ତେବେ ଆସନ୍ତୁ ଜାଣିବା ଖଟ ଉପରେ ବସି ଖାଆନ୍ତି ନାହିଁ କ’ଣ ପାଇଁ ।
ଆଜିର ବି ଗୁରୁଜନମାନେ ନିୟମ ଏବଂ ଶାସ୍ତ୍ର ଅନୁଯାୟୀ ସେମାନଙ୍କର କାର୍ଯ୍ୟ କରନ୍ତି । ଆପଣ ନିଶ୍ଚିତ ଧ୍ୟାନ ଦେଇଥିବେ ଯେ ଖାଇବା ପୂର୍ବରୁ ସେମାନେ ଖାଦ୍ୟ ଥାଳିକୁ ନତମସ୍ତକ ହୁଅନ୍ତି, ଯାହା ଖାଦ୍ୟ ପ୍ରତି ସମ୍ମାନ ପ୍ରଦଶର୍ନ କରେ । ଖଟ ଉପରେ ଖାଦ୍ୟ ଖାଇବା ହେଉଛି ଏକ ଅପମାନ ସଦୃଶ ବୋଲି ବିବେଚନା କରାଯାଏ । ଏହାର କାରଣ ହେଉଛି ଶଯ୍ୟା ଅପରିଷ୍କାର ହୋଇଥାଏ, ଯାହା ଯେଉଛି ଶୋଇବା ସ୍ଥାନ ।
ଜ୍ୟୋତିଷ ଅନୀଶ ବ୍ୟାସଙ୍କ ଅନୁଯାୟୀ, ଖଟରେ ଖାଦ୍ୟ ଖାଇବା ନିଶ୍ଚିତ ଭାବରେ ଭୁଲ ହୋଇଥାଏ କାରଣ ଏହା ମାତା ଲକ୍ଷ୍ମୀଙ୍କୁ ଅସନ୍ତୁଷ୍ଟ କରିଥାଏ । ଏହା ବ୍ୟତୀତ, ରାହୁ ଏବଂ ବୃହସ୍ପତି ମଧ୍ୟ କ୍ରୋଧିତ ହୁଅନ୍ତି । ଜ୍ୟୋତିଷ ଶାସ୍ତ୍ରରେ, ମାତା ଲକ୍ଷ୍ମୀ, ରାହୁ ଏବଂ ବୃହସ୍ପତିଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ଯାହା ସୁଖ ଏବଂ ସୋଭାଗ୍ୟକୁ ବଜାୟ ରଖେ । ଯଦି ଆପଣଙ୍କର ଖରାପ ଅଭ୍ୟାସ୍ ହେତୁ ଏହି ତିନିଜଣ କ୍ରୋଧିତ ଅଛନ୍ତି ତେବେ ଜୀବନରେ ସୁଖ, ସମୃଦ୍ଧତା ଏବଂ ଅର୍ଥର ଅଭାବ ଲାଗି ରହିଥାଏ ।
ଖାଦ୍ୟ ଖାଇବାର ଉପଯୁକ୍ତ ସ୍ଥାନ :
ଶାସ୍ତ୍ରରେ ଖାଦ୍ୟ ଖାଇବା ପାଇଁ ଉପଯୁକ୍ତ ସ୍ଥାନ ରୋଷେଇ ଘର ପାଖରେ ହୋଇଥାଏ । ପୂର୍ବ କାଳରେ ଲୋକେମାନେ ରୋଷେଇ ଘର ବସି ସେମାନଙ୍କର ଖାଦ୍ୟ ଖାଉଥିଲେ । ରୋଷେଇ ଘରେ ଖାଦ୍ୟ ଖାଇବାର ଗୋଟିଏ କାରଣ ହେଲା ଖାଦ୍ୟ ନିଜ ରୋଷେଇ ଘରେ ପ୍ରସ୍ତୁତ ହୋଇଥାଏ ଏବଂ ସେଠାରେ ବସି ଖାଇବା ସହଜ ହୋଇଥାଏ । ଏହି କାରଣରୁ ଆଜି ବି ଲୋକମାନେ ରୋଷେଇ ଘର ପାଖରେ ଡାଇନିଂ ଟେବୁଲ୍ ରଖନ୍ତି ।
ଯଦି ଆପଣ ଖାଦ୍ୟ ଖାଉଛନ୍ତି ତେବେ ଡାଇନିଂ ଟେବୁଲରେ ବସି ଖାଆନ୍ତୁ । ଏହା ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିନଥାଏ । ଏହାସହ ଯଦି ଆପଣ ଡାଇନିଂ ଟେବୁଲ ହେଉ କିମ୍ବା ତଳେ ବସିକି ଖାଆନ୍ତୁ , ଏହି ଅବସ୍ଥାରେ ଆପଣଙ୍କ ପେଟ ସିଧା ହୋଇଥାଏ ଯାହା ଫଳରେ ଖାଦ୍ୟ ସିଧାସଳଖ ଆପଣଙ୍କୁ ପେଟକୁ ଯାଏ । ଏହା ଖାଦ୍ୟ ହଜମକୁ ମଧ୍ୟ ସହଜ କରିଥାଏ । ଖଟ ଉପରେ ବସି ଖାଇବାବେଳେ ଶରୀର ବଙ୍କା ହୋଇ ରହିଥାଏ ଯେଉଁ କାରଣରୁ ଖାଦ୍ୟ ଖାଇବାରେ ଅସୁବିଧା ସୃଷ୍ଟି ହୋଇଥାଏ । ଯେଉଁଥିପାଇଁ ଜେଜେମାନେ ଖଟ ଉପରେ ବସି ଖାଇବାକୁ ମନା କରନ୍ତି ।