ଝାଡ଼ଖଣ୍ଡରେ ପାଣ୍ଡେ ଜି ହେଲେ ଭାଇରାଲ, କିଛି ଏମିତି ଅନ୍ଦାଜରେ ପରିବା ବିକି ଡାକିଲେ ଲୋକଙ୍କୁ

ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ଝାଡ଼ଖଣ୍ଡ ଧନବାଦ ଅଞ୍ଚଳର। ଯାହାକୁ ଲୋକମାନେ ଖୁବ୍‌ ପସନ୍ଦ କରିଛନ୍ତି। ଏହି ଭିଡିଓରେ ଜଣେ ଲୋକ ମୁଣ୍ଡରେ ପଗଡ଼ି ବାନ୍ଧି , ଆଖିରେ ଚଷମା ଓ ହାତରେ ଘଡି ପିନ୍ଧି ପରିବା ବିକୁଥିଲେ। ଦବଙ୍ଗର ଚୁଲବୁଲ୍‌ ପାଣ୍ଡେଙ୍କ ଷ୍ଟାଇଲରେ ଠେଲା ଗାଡିରେ ମ୍ୟୁଜିକର ତାଳେ ତାଳେ ଡାନ୍ସ କରି କିଛି ନିଆରା ଅନ୍ଦାଜରେ ଲୋକମାନଙ୍କୁ ପରିବା କିଣିବା ପାଇଁ ଡାକୁଥିଲେ।

ଏହି ବ୍ୟକ୍ତି ଜଣକ ହେଉଛନ୍ତି ରିତେଶ ପାଣ୍ଡେ। ଲୋକମାନେ ପାଣ୍ଡେ ଜି ଙ୍କ ଏହି ଷ୍ଟାଇଲ୍‌ର ଅନ୍ଦାଜକୁ ପସନ୍ଦ କରିବା ସହ ତାଙ୍କଠୁ ଅନେକ ପରିବା ମଧ୍ୟ କିଣୁଛନ୍ତି। ରିତେଶ ଧନବାଦ ହୀରାପୁର ଡିଏସ୍‌ କଲୋନୀରେ ରୁହନ୍ତି। ସକାଳ ୧୦ ଟାରୁ ଠେଲା ଗାଡି ଧରି ଡାନ୍ସ କରି ପରିବା ବିକନ୍ତି। ପରିବା ବିକିବା ପାଇଁ ସ୍ପେଶାଲ ଗୀତ ମଧ୍ୟ ଗାଇଥାନ୍ତି। ଏହାକୁ ଶୁଣି ଲୋକମାନେ ଖୁସି ହୋଇ ପରିବା କିଣିବା ପାଇଁ ଆସିଥାନ୍ତି।

jharkhand32
pc: news track english

ତେବେ ପରିବା ବିକୁଥିବା ସମୟରେ କିଛି ଲୋକ ମୋବାଇଲରେ ରେର୍କଡିଙ୍ଗ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯାହା ଏବେ ଭାଇରାଲ୍‌ ହେବାରେ ଲାଗିଛି । ୧୭ ସେକେଣ୍ଡର ଏହି ଭିଡିଓଟି କୁ ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି। ଏହାକୁ ଦେଖି ରିତେଶ କହିଥିଲେ ଯେ, ସେ ଏସବୁ ଲୋକଙ୍କ ମନୋରଞ୍ଜନ ପାଇଁ କରୁଛନ୍ତି। ଯଦ୍ୱାରା ଲୋକ ପରିବା କିଣିବେ ଏବଂ ରିତେଶ ତା’ ପରିବାରର ପ୍ରତିପୋଷଣ କରିପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.