ସ୍ପେଶାଲ

ସୂର୍ଯ୍ୟୋପରାଗରେ ସୃଷ୍ଟି ହେଉଛି ଭୟଙ୍କର ‘ଚର୍ତୁଗ୍ରହୀ ଯୋଗ’; ନିଜକୁ ସମ୍ଭାଳି ରଖନ୍ତୁ ଏହି ୩ ରାଶି

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଅକ୍ଟୋବର ୨୫ରେ ସୂର୍ଯ୍ୟୋପରାଗ ଲାଗିବାକୁ ଯାଉଛି। ବର୍ଷର ଦ୍ୱିତୀୟ ତଥା ଶେଷ ସୂର୍ଯ୍ୟୋପରାଗ ତୁଳା ରାଶିରେ ଲାଗିବ। ଯେହେତୁ ତୁଳା ରାଶିରେ ସୂର୍ଯ୍ୟ ଦୁର୍ବଳ ବୋଲି ଗଣା ଯାଆନ୍ତି, ଏଥିପାଇଁ ସେ ଅଶୁଭ ଫଳ ପ୍ରଦାନ କରନ୍ତି। ଏଥର ସୂର୍ଯ୍ୟୋପରାଗ ସମୟରେ ସୂର୍ଯ୍ୟଙ୍କ ସହିତ ଚନ୍ଦ୍ର, ଶୁକ୍ର ଏବଂ କେତୁ ମଧ୍ୟ ତୁଳାରେ ରହିବେ, ଯେଉଁ କାରଣରୁ ତୁଳା ରାଶିରେ ‘ଚର୍ତୁଗ୍ରହୀ’ ଯୋଗ ଗଠନ ହେବାକୁ ଯାଉଛି। ଏଥି ସହିତ ଏହି ଗ୍ରହମାନଙ୍କ ଉପରେ ରାହୁଙ୍କ ସିଧା ନଜର ମଧ୍ୟ ରହିବ ଏବଂ ଶନି ମଧ୍ୟ ସେମାନଙ୍କୁ ଦେଖିବେ। ଏହି କାରଣରୁ ଏହି ଯୋଗର ଖରାପ ପ୍ରଭାବ ଅଧିକାଂଶ ରାଶି ଉପରେ ପଡ଼ିବ, କିନ୍ତୁ ୩ ରାଶିର ଲୋକଙ୍କ ପାଇଁ ଏହି ସମୟ ବିଶେଷ ରୂପେ ସଙ୍କଟ କାରକ ହୋଇପାରେ। ଆସନ୍ତୁ ଜାଣିବା ସେହି ରାଶିଗୁଡ଼ିକ କିଏ…

ସୂର୍ଯ୍ୟୋପରାଗ ସମୟରେ ସାବଧାନ ରୁହନ୍ତୁ ଏହି ଲୋକେ

ମିଥୁନ ରାଶି: ସୂର୍ଯ୍ୟୋପରାଗ ଯୋଗୁ ସୃଷ୍ଟି ହେଉଥିବା ଚର୍ତୁଗ୍ରହୀ ଯୋଗ ମିଥୁନ ରାଶିର ଲୋକଙ୍କ ପାଇଁ ଭଲ ରହିବ ନାହିଁ। ସେମାନଙ୍କ ଖର୍ଚ୍ଚ ବଢ଼ିବ। ପାରିବାରିକ ଜୀବନରେ ଉତ୍‌ଥାନ ପତନ ଆସିପାରେ। ଜୀବନସାଥୀଙ୍କୁ ସମସ୍ୟା ହୋଇପାରେ। ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ମତାନ୍ତର, ମନାନ୍ତର ଆସିପାରେ। ଚାକିରି, ବେପାରରେ କ୍ଷତି ସହିବାକୁ ପଡ଼ିପାରେ। ମନେ ରଖନ୍ତୁ, ଏହି ସମୟରେ ନିବେଶ ବିଲ୍‌କୁଲ ବି କରନ୍ତୁ ନାହିଁ।

ତୁଳା ରାଶି: ଯେହେତୁ ତୁଳା ରାଶିରେ ସୂର୍ଯ୍ୟୋପରାଗ ଲାଗୁଛି ଏବଂ ଏହି ରାଶିରେ ଚର୍ତୁଗ୍ରହୀ ଯୋଗ ସୃଷ୍ଟି ହେଉଛି, ତେଣୁ ଏହି ରାଶିର ଲୋକଙ୍କୁ ବହୁତ ସମ୍ଭାଳି ରହିବାର ଆବଶ୍ୟକତା ଅଛି। ଦୁର୍ଘଟଣା ହୋଇପାରେ। ଏଥିଯୋଗୁ ଆପଣଙ୍କୁ ଆଘାତ ଲାଗିପାରେ। ଚିନ୍ତା କରି ପାରନ୍ତି। ଆତ୍ମବିଶ୍ୱାସ ଅଭାବ ହୋଇପାରେ। କାହାଠାରୁ ଗାଳିମନ୍ଦ ଶୁଣି ପାରନ୍ତି। ନିଜ କାର୍ଯ୍ୟକୁ ନେଇ ସତର୍କ ରୁହନ୍ତୁ।

ମକର ରାଶି: ସୂର୍ଯ୍ୟୋପରାଗ ମକର ରାଶିର ଲୋକଙ୍କ ପାଇଁ ମଧ୍ୟ ଶୁଭ ହେବ ନାହିଁ। ସେମାନଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବାକୁ ପଡ଼ିବ। ଚାକିରି ଓ ବେପାରରେ ସମ୍ଭାଳି କାମ କରିବାକୁ ହେବ, ନଚେତ୍‌ କ୍ଷତିର ସମ୍ମୁଖୀନ ହୋଇପାରନ୍ତି। ନିବେଶ କରନ୍ତୁ ନାହିଁ କି ଚାକିରି ମଧ୍ୟ ପରିବର୍ତ୍ତନ କରନ୍ତୁ ନାହିଁ। କୌଣସି ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେବା ପାଇଁ ଏହି ସମୟ ବିଲ୍‌କୁଲ ବି ଠିକ୍‌ ନୁହେଁ।

Roshni

Recent Posts

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ୭ ଦିନ ଜାମିନ ଅବଧି ବୃଦ୍ଧି ଆବେଦନ ଖାରଜ

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ଲାଗିଛି । କେଜ୍ରିଓ୍ଵାଲ କରିଥିବା ଜାମିନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବ…

36 mins ago

ମାଲକାନଗିରି: ଏନକାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ବର୍ଧେପାରା ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ।…

38 mins ago

ଅଦ୍ୱିତୀୟ କାରିଗର ହରେକୃଷ୍ଣ ମହାରଣା, ଯାହାଙ୍କ ହାତର ସ୍ପର୍ଶରେ ମାଟି ମୂର୍ତ୍ତି ପାଉଛି ଜୀବନ୍ତ ରୂପ

ଆନନ୍ଦପୁର(କେନ୍ୟୁଜ୍): ମୂର୍ତ୍ତି ତିଆରିରେ ଲାଗିଛନ୍ତି କାରିଗର । ନିଜର ହାତର ସ୍ପର୍ଶରେ ମାଟିର ମୂର୍ତ୍ତିକୁ ଦେଉଛନ୍ତି ଜୀବନ୍ତ ରୂପ ।…

42 mins ago

କଣ ଭଲ ଫିଚର୍ସ ଜବରଦସ୍ତ ଲୁକ୍‌ ଥିବା ଫୋନ୍‌ କିଣିବାକୁ ଚାହୁଁଛନ୍ତି କି, ତାହେଲେ ଆସୁଛି OnePlus Ace 3 Pro

ଆସୁଛି ଓ୍ଵାନ୍‌ ପ୍ଲସର ଧମାକେଦାର ଫୋନ୍‌ । ଯଦି ଆପଣ ଓ୍ଵାନପ୍ଲସ୍‌ ଲଭର୍‌ ତାହେଲେ ଆପଣଙ୍କ ପାଇଁ ଖୁସି ଖବର…

48 mins ago

ଖୁବଶୀଘ୍ର ମାର୍କେଟକୁ ଆସିବ ମହିନ୍ଦ୍ରାର ଏହି ନୂଆ ଇଳେକ୍ଟ୍ରିକ୍‌ କାର, ମିଳିବ ବଢ଼ିଆ ଫିଚର

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଭାରତୀୟ ବଜାରରେ ଏକ ନୂଆ ଇଲେକ୍ଟ୍ରିକ୍‌ କାର ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହି…

50 mins ago

ପୁଣି ଜଳିଲା ସାରା ଓଡ଼ିଶା, ଦିନ ୧୧ଟା ସୁଦ୍ଧା ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର (କେନ୍ୟୁଜ): ପୁଣି ଜଳିଲା ସାରା ଓଡ଼ିଶା ।  ଦିନ ୧୧ଟା ସୁଦ୍ଧା ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ…

1 hour ago