ସ୍ପେଶାଲ

ସବୁଠାରୁ ଭୟଙ୍କର ଆଉ ଖତରନାକ ସୁଡଙ୍ଗ, ଯାହାର ରହସ୍ୟ ବିଷୟରେ ଜାଣିଲେ ଭୟରେ ଥରି ଉଠିବ ଛାତି

୨୦୦୩ ମସିହା ଅକ୍ଟୋବର ମାସରେ ପୁରାତତ୍ତ୍ୱବିତ ସର୍ଜିୟୋ ଗୋମିଜ ପିରାମିଡ ଅଫ ତିୟୋଥିହୁ ଆକୋନ ର ସଂରକ୍ଷଣ କାର୍ଯ୍ୟରେ ନିୟୋଜିତ ଥିଲେ ଓ ସେହି ସ୍ଥାନରେ ପ୍ରବଳ ବର୍ଷା ହେଉଥିଲା। ଦିନେ ରାତିରେ ସର୍ଜିୟୋ ଗେମିଜ ନିଜ କାମରେ ବ୍ୟସ୍ତ ଥିଲା ବେଳେ ହଠାତ୍‌ ଭୂମି ଭିତରକୁ ବର୍ଷା ପାଣି ଯାଉଥିବାର ଦେଖିଲେ ଓ କିଛି ସମୟ ପରେ ଦେଖୁ ଦେଖୁ ସେଠାରେ ଏକ କଣା ହୋଇଗଲା। ଏହି ଘଟଣାର ପର ଦିନ ଗୋମିଜ ଏକ ଦଉଡି ସାହାଯ୍ୟରେ ସେହି ଗାତ ଭିତରକୁ ଗଲେ ଓ ପ୍ରାୟ ୧୪ ମିଟର ତଳକୁ ଗଲା ପରେ ତାଙ୍କୁ ଏକ ସୁଡ଼ଙ୍ଗ ଦେଖା ଯାଇଥିଲା ।

ସର୍ଜିୟୋ ଗୋମେଜ ନିଜର ଏହି ଅନୁସନ୍ଧାନ ବିଷୟରେ କହିଥିଲେ ଯେ, ସୁଡ଼ଙ୍ଗକୁ ଦେଖୁ ଦେଖୁ ମୋତେ ଏହା କିଛି ଗୁରୁତ୍ତ୍ୱପୂର୍ଣ୍ଣ ରହିଛି କିନ୍ତୁ ସେତେବେଳେ ମୋତେ ତାର ମହତ୍ତ୍ୱ ବିଷୟରେ କିଛି ଧାରଣା ନଥିଲା । କିଛି ସମୟ ପରେ ଆମେ ଜାଣିବାକୁ ପାଇଲୁ ଯେ ତିଓଥିହୁକାନ୍‌ ସହର ଦ୍ୱାରା ନିର୍ମିତ ଏହା ଏକ ୨୦୦୦ ବର୍ଷିୟ ପୁରୁଣା ଟନେଲ ।”

ଏଠାରେ ମଣିଷ ଭଗବାନରେ ରୂପାନ୍ତରିତ ହୋଇଥିଲେ

ଆମେ ଜଣାଉଥିବା ଏହି ସହର ଯୀଶୁଙ୍କ ଜନ୍ମର ୪୫୦ ବର୍ଷ ପୂର୍ବେ ଓ ଯୀଶୁଙ୍କ ଜନ୍ମର ୫୫୦ବର୍ଷ ପରେ ମଧ୍ୟ ନିଜ ଚରମ ସୀମାରେ ରହିଥିଲା ।ଏହି ଐତିହାସିକ ସହରରେ ପାଖାପାଖି ଦୁଇ ଲକ୍ଷ ଲୋକ ବସବାସ କରୁଥିଲେ। ତିୟୋଥିହୁଆକେନର ଅର୍ଥ ହେଉଛି ମଣିଷ ଯେଉଁ ସ୍ଥାନରେ ଭଗବାନରେ ପରିଣତ ହୋଇଥାଏ । ବିଶେଷଜ୍ଞଙ୍କ ମତରେ କ୍ଳାସିକାଲ ପିରିଅଡ ମଧ୍ୟରେ ଓ ହିସ୍ପୋକାନ କାଳ ପୂର୍ବେ ଏହି ସହର ଆମେରିକା ମହାଦେଶର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର ଥିଲା ।

ଏହି ସହରରେ ଥିବା ଅବସରର ଲାଭ ଉଠାଇବା ପାଇଁ ବିଭିନ୍ନ ବିଚାର ଏବଂ ପୃଷ୍ଠଭୂମିରୁ ଅନେକ ଲୋକ ଏଠାକୁ ଆସୁଥିଲେ । ପ୍ରଥମେ ଏମାନେ କେବଳ ଚାଷ ପର୍ଯ୍ୟନ୍ତ ସାମିତ ଥିଲେ ଓ ପରେ ଜିନିଷ ପତ୍ର ଆଦାନ ପ୍ରଦାନ କାର୍ଯ୍ୟ ମଧ୍ୟ ଆରମ୍ଭ କରିଦେଇଥିଲେ ।

ପୃଥିବୀ ଭିତରର ରାସ୍ତା

ଏହି ଟନେଲର ସନ୍ଧାନ ସହରର ଇତହାସ ଜାଣିବାରେ ଖୁବ ସାହାଯ୍ୟକାରି ହୋଇଥିଲା । ଏହି ସହରକ ତିୟୋଥିହୁଆକେନର ଲୋକ ମାନେ ନଷ୍ଟ ଭଷ୍ଟ କରିଦେଇଥିଲେ ଓ ବହୁ ଶତାବ୍ଦୀ ପରେ ଏଜଟେକର ଲୋକେ ଏହି ଏଠାରେ ରହିବା ଆରମ୍ଭ କରିଥିଲେ । ତେବେ ଏହି ଟନେଲଟିର ରାସ୍ତା ପୃଥିବୀ ଭିତରକୁ ଯାଉଥିବାରୁ ଏହାର ଅନୁସନ୍ଧାନକୁ ତ୍ଲାଲୋକନ କୁହାଯାଉଥିଲା ।
ସର୍ଜିୟାଙ୍କ ଅନୁସାରେ ଏହି ଟନେଲର ଅନୁସନ୍ଧାନ ପାଇଁ ସବୁଠାରୁ ଭିନ୍ନ ଓ କେବେ କେଉଁଠି ବ୍ୟବହାର ହୋଇନଥିବା ପ୍ରକିୟାର ଉପଯୋଗ କରାଯାଇଥିଲା । ଏହି ପ୍ରକ୍ରିୟାରେ ଲେଜର ସ୍କାନର ଓ ଦୁଇଟି ରୋବୋଟ ଅର୍ନ୍ତଭୁକ୍ତ ।

କିପରି ଥିଲା ସୁଡ଼ଙ୍ଗ

୧୭୦୦ ବର୍ଷ ପୁର୍ବରୁ ବନ୍ଦ ହୋଇ ରହିଥିବା ଟର୍ନେଲର ଅନୁସନ୍ଧାନ ପୁନଶ୍ଚ ୨୦୦୯ରେ ଆରମ୍ଭ ହୋଇଥିଲା । ପାଇନୁମାନ ଗଠନର ଅନ୍ୟ ଏକ ମୁହାଣରେ ଏକ ଖୋଲା ସ୍ଥାନ ଥିବାର ଦେଖିବାକୁ ମିଳିଥିଲା । ବର୍ତ୍ତମାନ ତିୟୋଥିହୁଆକେନ ଦ୍ୱାରା ନିର୍ମିତ ଏଠାରେ ତିନୋଟି କଠୋରୀ ରହିଛି। ଏହାର ଲମ୍ବ ଟନେଲର ମୁଖ୍ୟ ଫାଟକ ଠାରୁ ଶେଷ ପର୍ଯ୍ୟନ୍ତ ପାଖାପାଖି ୧୦୩ ମିଟର ଲମ୍ବର ରହିଛି ଓ ଏହାର ଗଭୀରତା ୧୪ ମିଟରରୁ ଆରମ୍ଭ ହୋଇ ୧୮ ମିଟରରେ ଶେଷ ହୋଇଥାଏ ।

ତିୟୋଥିହୁଆକେନର ଲୋକମାନେ ଏହି ଟନେଲକୁ ବ୍ୟବହାର କରୁଥିଲେ ଓ ପରେ ଏହାକୁ ବନ୍ଦମଧ୍ୟ କରିଦେଇଥିଲେ । ଏପରି କରିବାର କାରଣ ଏ ପର୍ଯ୍ୟନ୍ତ ଜଣାପଡି ନାହିଁ । ଗେମିମଜଙ୍କ କହିବାନୁସାରେ ଏହି ଟନେଲକୁ ଖୋଜିବା ପାଇଁ ତାଙ୍କୁ ୮ ବର୍ଷ ସମୟ ଲାଗିଥିଲା । ଟନେର ଭିତରେ ଥିବା ହଜାର ଟନର ମାଟି ଓ ପଥର କୁ ବ୍ରଶ ଏବଂ ଛୁଞ୍ଚି ସାହାଯ୍ୟରେ ସଫା ବାହାର କରାଯାଇଥିଲା ।

ଟନେଲରେ ମିଳିଲା କଣ?

ଟନେଲରେ ଏକ ଲକ୍ଷରୁ ମଧ୍ୟ ଅଧିକ ଦ୍ରବ୍ୟ ପ୍ରାପ୍ତ ହୋଇଥିଲା । ଗୋମିଜଙ୍କ ଅନୁସାରେ ମିଳିଥିବା ଦ୍ରବ୍ୟର ପରିମାଣ ଅପେକ୍ଷା ତାର ମହତ୍ତ୍ୱକୁ ବୁଝିବା ଅତ୍ୟନ୍ତ ଆବଶ୍ୟକ । ପୁରାତତ୍ୱିଦଙ୍କ ଅନୁସାରେ ଟନେଲରୁ ତାଙ୍କୁ ଆନକ ମହତ୍ତ୍ୱପୂର୍ଣ୍ଣ ଦ୍ରବ୍ୟ ପ୍ରାପ୍ତ ହୋଇଥିଲା । ସେହି ସବୁ ଦ୍ରବ୍ୟକୁ ଦେଖି ଅନୁମାନ ଲଗାଯାଉଛି ଯେତିୟୋଥିହୁଆକେନରେ ରହୁଥିବା ଲୋକଙ୍କର ମାୟନ ସଭ୍ୟତା ସହିତ ଗଭୀର ସର୍ମ୍ପକ ରହିଥିଲା । ସେଠାରେ ତାଙ୍କୁ ଶବୁଜ ପଥର, ଶେଲ,ଏବଂ ସାନ୍ନା ଭଳି ଗୁରୁତ୍ତ୍ୱପୂର୍ଣ୍ଣ ଦ୍ରବ୍ୟ ପ୍ରାପ୍ତ ହୋଇଥିଲା । ଏହା ସହିତ ଗେମିଜର ଟନେଲରେ ତାଙ୍କୁ ଦକ୍ଷିଣ ପଶ୍ଚିମ କ୍ଷେତ୍ରରେ ମିଳୁଥିବା ଅନେକ ଦ୍ରବ୍ୟ ଓ ଆକ୍ସକା ଏବଂ ପ୍ୟୁବଲାରେ ମିଳୁଥିବା ଦ୍ରବ୍ୟ ମଧ୍ୟ ପ୍ରାପ୍ତ ହୋଇଥିଲା । ଏଠାରେ ବାସ କରୁଥିବା ଉତ୍ତ କୋଟିର ବ୍ୟକ୍ତିମାନେ ଅନ୍ୟ ସହର ସହିତ ବେପାର ଓ ରାଜନୈତିକ କାର୍ଯ୍ୟ କରୁଥିଲେ । ଏହି ସ୍ଥାନରେ ଅନେକ ରବରରେ ତିଆରି ଦ୍ରବ୍ୟ ମଧ୍ୟ ଦେଖିବାକୁ ମିଳିଥିଲା ।

KNews Bureau

Recent Posts

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଯୁବକଙ୍କୁ ହତ୍ୟା ।  ଭୁବନେଶ୍ୱର ନାକା ଗେଟ୍ ନିକଟରୁ ଯୁବକଙ୍କ ମୃତଦେହ ଜବତ ହୋଇଛି । …

16 mins ago

ରବିନା ଟଣ୍ଡନଙ୍କ ବିରୁଦ୍ଧରେ ମାରପିଟ୍‌ ଅଭିଯୋଗ, ନିଶାରେ ବୟସ୍କା ମହିଳାଙ୍କୁ କରିଛନ୍ତି ଆକ୍ରମଣ

ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଉପରେ ଅଭିଯୋଗ । ରବିନା ଜଣେ ବୟସ୍କା ମହିଳା ଏବଂ ତାଙ୍କ ପରିବାର ସହିତ…

18 mins ago

ବ୍ରେକଅପ୍‌ ଆମକୁ କଣ ଶିକ୍ଷା ଦିଏ ? ଜାଣନ୍ତୁ କିଛି ରୋଚକ କଥା

ମେଣ୍ଟାଲ ହେଲଥ୍‌ ଏବଂ ଇମୋସନ୍‌ ପାଇଁ ବ୍ରେକଅପ୍‌ ଭଲ ହୋଇନଥାଏ । ଏହା ଅନେକ ଲୋକଙ୍କ ପାଇଁ ଜୀବନର ସବୁଠାରୁ…

51 mins ago

ଆମ୍ବର ଦାମ ଅଢେଇ ଲକ୍ଷ ଟଙ୍କା, ଜାଣନ୍ତୁ କ’ଣ ଏହାର ସ୍ୱତନ୍ତ୍ରତା?

ଆମ୍ବର ଦାମ ଅଢେଇ ଲକ୍ଷ ଟଙ୍କା । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ । ଏକ…

59 mins ago

କୋଚିନ ସିପୟାର୍ଡରେ ସେଫ୍ଟି ଆସିଷ୍ଟାଣ୍ଟ ପଦବୀରେ ଭର୍ତ୍ତି, ଜାଣନ୍ତୁ କେତେ ମିଳିବ ଦରମା

କୋଚିନ ସିପୟାର୍ଡ ଲିମିଟେଡ ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ୩୦ରୁ ଅଧିକ ପଦବୀରେ…

1 hour ago

ସତସଙ୍ଗ ବିହାରରେ ସିରିଜ୍‌ ଦୁର୍ଘଟଣା, ଦୁଇଟି କାର୍‌କୁ ପଛରୁ ପିଟିଲା ବସ୍‌

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ସିରିଜ୍‌ ଦୁର୍ଘଟଣା । ଭୁବନେଶ୍ବର ସତସଙ୍ଗ ବିହାର ନିକଟରେ ଘଟିଛି ଏହି ଦୁର୍ଘଟଣା । ପ୍ରଥମେ…

1 hour ago