ଶ୍ମଶାନର ଚିତା ଉପରେ ତିଆରି ହୋଇଛି ମାଆ କାଳୀଙ୍କ ଭବ୍ୟ ଶ୍ୟାମା ମନ୍ଦିର, ଜାଣନ୍ତୁ ଏହି ସ୍ଥାନ ସମ୍ପର୍କରେ

ଭାରତ ଅନେକ ରହସ୍ୟମୟୀ ମନ୍ଦିରରେ ଭରି ରହିଛି। ରହସ୍ୟ ଏପରି ଭାବେ ଲୁଚି ରହିଛି ଯାହାର କାରଣ ଆଜି ପର୍ଯ୍ୟନ୍ତ କେହି ବୁଝି ପାରୁ ନାହାନ୍ତି। ଏହିଭଳି ମନ୍ଦିର ଅଜବ ମାନ୍ୟତା ସହିତ ଏହାର ସ୍ଥିତିକୁ ନେଇ ବେଶ ପ୍ରସିଦ୍ଧ ଅଛି। ଆଜି ଆମେ ଯେଉଁ ମନ୍ଦିର ସମ୍ପର୍କରେ କହିବୁ ତାହା ବିହାରରେ ରହିଛି। ବିହାରର ଦରଭଙ୍ଗା ଚିତା ଉପରେ ତିଆରି ହୋଇଛି ମାଆ କାଳୀଙ୍କ ଏହି ଭବ୍ୟ ମନ୍ଦିର। ଶ୍ୟାମା ମାଈ ନାମରେ ପ୍ରସିଦ୍ଧ ମାତାଙ୍କର ଏହି ମନ୍ଦିର। ମାଆ କାଳୀଙ୍କର ଏହି ମନ୍ଦିର ଶ୍ମଶାନ ଘାଟରେ ରହିଛି।
କେବଳ ଏତିକି ନୁହେଁ ବରଂ ଏହି ମନ୍ଦିର ଚିତା ଉପରେ ତିଆରି ହୋଇଛି। ମାନ୍ୟତା ରହିଛି ଯେ ଏଠି ମାଆଙ୍କର ଦର୍ଶନ ପରେ ସବୁ ଇଚ୍ଛା ପୂରଣ ହୋଇଯାଏ।
ଦୁନିଆରେ ପ୍ରଥମ ଭାବେ ଶ୍ୟାମା ମାଈଙ୍କର ଏହି ମନ୍ଦିର ମହାରାଜା ରାମେଶ୍ୱର ସିଂଙ୍କ ଚିତା ଉପରେ ତିଆରି ହୋଇଛି। ଏହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚୟ। କାରଣ କେବେ ବି କୌଣସି ମୃତ ବ୍ୟକ୍ତିଙ୍କ ଚିତା ଉପରେ କିପରି ମନ୍ଦିର ନିର୍ମାଣ ହୋଇପାରେ। ତେବେ ଏହା ପଛରେ ଏକ ବଡ଼ କାରଣ ରହିଛି। ମହାରାଜା ରାମେଶ୍ୱର ସିଂ ଦରଭଙ୍ଗା ରାଜ ପରିବାରର ସାଧକ ରାଜା ମାନଙ୍କ ମଧ୍ୟରୁ ଜଣେ ଥିଲେ।
ଦେବୀ ମାଆଙ୍କ ପ୍ରତି ତାଙ୍କ ସାଧନା ଖୁବ ପ୍ରସିଦ୍ଧ ଥିଲା। ଏବେ ଏହି ମନ୍ଦିରକୁ ରାମେଶ୍ୱର ଶ୍ୟାମା ମାଈଙ୍କ ନାମରେ ଜଣାଯାଉଛି। ଏହି ମନ୍ଦିରର ନିର୍ମାଣ ୧୯୩୩ ମସିହାରେ ହୋଇଥିଲା। ଏହାକୁ ମହାରାଜା ରାମେଶ୍ୱର ସିଂଙ୍କ ବଂଶଜ ମହାରାଜା କାମେଶ୍ୱର କରିଥିଲେ।

ଏହି ମନ୍ଦିରରେ ମାଆ କାଳୀ ଗଳାରେ ଖପୁରୀ ମାଳା ପିନ୍ଧିଛନ୍ତି। ମୋଟ ଉପରେ ୫୨ଟି ଖପୁରୀ ଏଥିରେ ରହିଛି। ତେବେ ଏହାର ସାମଞ୍ଜସ୍ୟ ହିନ୍ଦର ବର୍ଣ୍ଣମାଳା ସହ ରହିଛି। ମାନେ ଏହାର ଅକ୍ଷର ମଧ୍ୟ ୫୨ଟି ରହିଛି। ମାନ୍ୟତା ରହିଛି ଯେ ଏହାର ସୃଷ୍ଟିର ପ୍ରତୀକ ।ଏହି ମନ୍ଦିରର ଅନ୍ୟ ଏକ ବିଶେଷ କଥା ହେଉଛି ଏଠାରେ ହେଉଥିବା ଆଳତୀ। ଏହି ମନ୍ଦିରରେ ଆଳତୀ ବହୁ ପ୍ରସିଦ୍ଧ। ଏହି ମନ୍ଦିର ଆଳତୀ ପାଇବା ପାଇଁ ଭକ୍ତ ମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥାନ୍ତି। ନବରାତ୍ରୀ ସମୟରେ ଏଠାରେ ଭାରି ମାତ୍ରାରେ ଭିଡ଼ ଜମିଥାଏ।
ଏହି ମନ୍ଦିରରେ ମାଆ କାଳୀଙ୍କ ପୂଜା ବୈଦିକ ଓ ତାନ୍ତ୍ରିକ ବିଧିରେ କରାଯାଏ। ସେମିତିରେ ଆମ ହିନ୍ଦୁ ଧର୍ମରେ ବିବାହର ବର୍ଷେ ମଧ୍ୟରେ ନବଦମ୍ପତି ଶ୍ମଶାନ ଘାଟକୁ ଯିବା ପାଇଁ ବାରଣ କରାଯାଇଛି। କିନ୍ତୁ ଏହି ମନ୍ଦିରେ ମାଆଙ୍କୁ ଦର୍ଶନ କରିବା ପାଇଁ ବହୁ ଦୂର ଦୂରାନ୍ତରୁ ଅନେକ ଲୋକ ଆସିଥାନ୍ତି। ବିଶ୍ୱାସ ରହିଛି ଯେ ଏପରି କଲେ ସେମାନଙ୍କ ଦାମ୍ପତ୍ୟ ଜୀବନରେ ହସ ଖୁସି ଭରିଯାଏ।