ଭାରତର ଏହି ସ୍ଥାନରେ ମିଳେ ଦୁନିଆର ସର୍ବୋତ୍କୃଷ୍ଟ ଚା’

ହିମାଳୟ ପାଦଦେଶରେ ଥିବା ଦାର୍ଜିଲିଂରେ ହିଁ ମିଳେ ଦୁନିଆର ସର୍ବୋତ୍କୃଷ୍ଟ ଚା’ହିମାଳୟ ପାଦଦେଶରେ ଥିବା ଦାର୍ଜିଲିଂରେ ହିଁ ଦୁନିଆର ସବୋତ୍କଷ୍ଟ ଚା’ ଉତ୍ପାଦନ ହୋଇଥାଏ । ଦାର୍ଜିଲିଂରେ ଉତ୍ପାଦନ ହେଉଥିବା କଳା ଚା’ ସହରର ପାରମ୍ପରିକ ଚା’ ଅଟେ । ଯଦି ଆପଣ ଏଠାକାର ଏହି କଳା ଚା’କୁ ଥରେ ପିଇବା ଆରମ୍ଭ କରନ୍ତି ତେବେ ପୂର୍ବରୁ ପିଇଥିବା ସମସ୍ତ ଚା’ର ସ୍ୱାଦ ଭୁଲିଯିବେ ।

(କେନ୍ୟୁଜ ବ୍ୟୁରୋ): ଭାରତୀୟ ଲୋକଙ୍କ ସକାଳ ଚା’ ରୁ ହିଁ ଆରମ୍ଭ ହୋଇଥାଏ। ବ୍ୟସ୍ତ ବହୁଳ ଜୀବନରେ ଲୋକଙ୍କୁ ଗୋଟିଏ କପ ଚା’ ମିଳିଗଲେ ମନକୁ ଶାନ୍ତି ଆସିଥାଏ। ଭାରତୀୟ ବଜାରରେ ଚା’ର ଚାହିଦା ଅଧିକ ରହିଛି । ଚା’ ପିଇବାରେ ଯେଉଁ ମାନଙ୍କର ଆଗ୍ରହ ଥାଏ ସେମାନେ ଚା’ ପିଇବାର କୌଣସି ଏକ ମଉକା ହାତ ଛଡ଼ା କରନ୍ତି ନାହିଁ। ଖୁସି ହେଉ କି ଦୁଃଖ ଯେ କୌଣସି ସମୟରେ ଲୋକମାନେ ଚା’ ଆବଶ୍ୟକ କରିଥାନ୍ତି । ତେବେ ଦୁନିଆର ସର୍ବୋତ୍କଷ୍ଟ ଚା’ ଭାରତର କେଉଁ ସ୍ଥାନରେ ମିଳେ ତାହା ଜାଣି ରଖନ୍ତୁ ।
ଚା’ ଏପରି ଏକ ପଦାର୍ଥ ଯାହାର ଏକ ଲମ୍ବା ଇତିହାସ ରହିଛି । ଏଥି ସହିତ ଏହାର ନିଜସ୍ୱ ସଂସ୍କୃତି ଏବଂ ଆର୍ଥିକ ମହତ୍ତ୍ୱ ରହିଛି । ଚା’ ଚାଷ ପାଇଁ ଅନେକ ଦେଶରେ ଗରିବ ଲୋକଙ୍କ ଆର୍ଥିକ ସମସ୍ୟା ଦୂର ହୋଇଛି। ତେବେ ହିମାଳୟ ପାଦଦେଶରେ ଥିବା ଦାର୍ଜିଲିଂରେ ହିଁ ଦୁନିଆର ସବୋତ୍କଷ୍ଟ ଚା’ ଉତ୍ପାଦନ ହୋଇଥାଏ । ଦାର୍ଜିଲିଂରେ ଉତ୍ପାଦନ ହେଉଥିବା କଳା ଚା’ ସହରର ପାରମ୍ପରିକ ଚା’ ଅଟେ । ଯଦି ଆପଣ ଏଠାକାର ଏହି କଳା ଚା’କୁ ଥରେ ପିଇବା ଆରମ୍ଭ କରନ୍ତି ତେବେ ପୂର୍ବରୁ ପିଇଥିବା ସମସ୍ତ ଚା’ର ସ୍ୱାଦ ଭୁଲିଯିବେ ।
ଆସାମ ରାଜ୍ୟ ଏପରି ଏକ ରାଜ୍ୟ, ଯାହା ଦୁନିଆର ସବୁଠାରୁ ବଡ଼ ଚା’ ଉତ୍ପାଦନକାରୀ ରାଜ୍ୟ ଭାବେ ପରିଚିତ । ଯଦି ଆପଣ କେବେ ଆସାମ ବୁଲିବା ପାଇଁ ଯାଆନ୍ତି ତେବେ ନିଶ୍ଚିିତ ଭାବେ ଆସାମରେ ଥିବା ଚା’ ବଗିଚାକୁ ଯିବା ପାଇଁ ଭୁଲିବେ ନାହିଁ । ଏହି ଅଞ୍ଚଳରେ ଉତ୍ପାଦନ କରାଯାଉଥିବା ଚା’ କୁ ମାଉଣ୍ଟେନ ଟି ଏବଂ ରେଡ ସ୍ପ୍ରାଉଟ ଟି ଭାବେ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଏହି ଚା’ ପିଇବା ପାଇଁ ଦୂର ଦୂରାନ୍ତରରୁ ଲୋକମାନେ ଆସିଥାନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.