ଜାଣନ୍ତୁ କେଉଁଦିନ ପଡୁଛି ଦର୍ଶ ଅମାବାସ୍ୟା, କ’ଣ ରହିଛି ଶୁଭ ମୁହୂର୍ତ୍ତ ଏବଂ ମହତ୍ତ୍ୱ

ହିନ୍ଦୁ ଧର୍ମରେ ଦର୍ଶ ଅମାବାସ୍ୟାର ସ୍ୱତନ୍ତ୍ର ମହତ୍ତ୍ୱ ରହିଥାଏ। ଏହି ଦିନ ଚନ୍ଦ୍ରମା ସଂପୂର୍ଣ୍ଣ ଭାବେ ଗାଏବ ହୋଇଯାଏ। ଏହି ଦିନ ପୂର୍ବଜଙ୍କୁ ପୂଜା କରିବା ବହୁତ ଶୁଭ ହୋଇଥାଏ। ଏହି ଦିନ କିଛି ଲୋକ ବ୍ରତ ମଧ୍ୟ ରଖନ୍ତି। ଚଳିତ ବର୍ଷ ଦର୍ଶ ଅମାବାସ୍ୟା ୯ ଜୁଲାଇ ୨୦୨୧କୁ ପଡୁଛି। ଏହି ଦିନ ଶ୍ରଦ୍ଧା ମନରେ ପୂଜା କରିବା ଦ୍ୱାରା ମମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ।

ଶୁଭ ମୁହୂର୍ତ୍ତ: ଜୁଲାଇ ୯ ତାରିଖ ସକାଳ ୫ଟା ୧୬ରୁଶୁଭ ମୁହୂର୍ତ୍ତ ଆରମ୍ଭ ହେବା ସହିତ ଜୁଲାଇ ୧୦ ତାରିଖ ସକାଳ ୬.୪୬ରେ ସମାପ୍ତ ହେବ।

ପୂଜା ବିଧି: ପୁରାଣ ଅନୁସାରେ ଏହି ଦିନ ସକାଳୁ ସ୍ନାନ-ଦାନ କରିବାର ପରମ୍ପରା ରହିଛି। ଏହି ଦିନ ଗଙ୍ଗା ସ୍ନାନ କରିବାର ବିଶେଷ ମହତ୍ତ୍ୱ ରହିଛି। କିନ୍ତୁ ଯେଉଁ ଲୋକ ଗଙ୍ଗା ସ୍ନାନ କରିପାରନ୍ତି ନାହିଁ, ସେମାନେ କୌଣସି ନଦୀ କିମ୍ବା ପୋଖରୀରେ ସ୍ନାନ କରିପାରିବେ। ସ୍ନାନ କରିବା ପରେ ଶିବ ପାର୍ବତୀ ଏବଂ ତୁଳସୀଙ୍କ ପୂଜା କରିବା ଉଚିତ।

ପୂଜାର ମହତ୍ତ୍ୱ: ଦର୍ଶ ଅମାବାସ୍ୟା ଦିନ ବ୍ରତ ରଖିବା ଏବଂ ଚନ୍ଦ୍ର ଦେବତାଙ୍କ ପୂଜା କରିବା ଦ୍ୱାରା ଅପାର କୃପା ଲାଭ ମିଳିବା ସହିତ ସୌଭାଗ୍ୟ ଏବଂ ସମୃଦ୍ଧି ଓ ଆଶୀର୍ବାଦ ମିଳିଥାଏ। ମାନ୍ୟତା ରହିଛି କି ଏହି ଦିନ ପୂର୍ବଜ ପୃଥିବୀପୃଷ୍ଠକୁ ଆସି ନିଜ ପରିବାର ଲୋକଙ୍କୁ ଆଶୀର୍ବାଦ କରିଥାନ୍ତି।

Leave A Reply

Your email address will not be published.