ମହାଶିବରାତ୍ରୀ ୨୦୨୨: ଭଗବାନ ଶିବଶଙ୍କର ଆଶୀର୍ବାଦ ପାଇବାକୁ ହେଲେ ଅପଣାନ୍ତୁ ଏହି ଉପାୟ, ପୂର୍ଣ୍ଣ ହେବ ସବୁ ମନସ୍କାମନା

ଆଗକୁ ଆସୁଛି ଭଗବାନ ଶିବଙ୍କ ମହାଶିବରାତ୍ରୀ। ଭଗବାନ ଶିବଙ୍କ ଭକ୍ତମାନଙ୍କ ପାଇଁ ମହାଶିବରାତ୍ରୀ ବା ଜାଗର କୌଣସି ଏକ ବଡ଼ ପର୍ବଠାରୁ କମ୍ ନୁହେଁ । ଜାଗର ପର୍ବ ଫାଲଗୁନ୍ ମାସର କୃଷ୍ଣ ପକ୍ଷ ଚତୁର୍ଦଶୀ ତିଥିରେ ପାଳନ କରାଯାଏ। ଏହି ଦିନ ଭକ୍ତମାନେ ସେମାନଙ୍କର ଶ୍ରେଷ୍ଠ ଭଗବାନ ଶିବଙ୍କୁ ପୂରା ରୀତିନୀତି ସହିତ ପୂଜା କରନ୍ତି। ତେବେ ଏପରି ଅବସରରେ ପ୍ରଭୁ ଶିବଙ୍କ ସହିତ ମାତା ପାର୍ବତୀଙ୍କ ଆଶୀର୍ବାଦ ମଧ୍ୟ ମିଳିଥାଏ ବୋଲି ମିଳିଥାଏ। ବିଶ୍ୱାସ କରାଯାଏ ଯେ, ଯିଏ ହୃଦୟରୁ ଭଗବାନଙ୍କୁ ପ୍ରାର୍ଥନା କରନ୍ତି ସେ
ସୌଭାଗ୍ୟ ଅର୍ଜନ କରିଥାନ୍ତି ଓ ଏହା ସହିତ ତାଙ୍କ ପରିବାରରେ ମଧ୍ୟ ଉନ୍ନତି ହୋଇଥାଏ।

ତେବେ ୨୦୨୨ ରେ କେଉଁ ଦିନ ମହାଶିବରାତ୍ରୀ ପର୍ବ ପାଳନ କରାଯିବ ଓ କିପରି ପୂଜାର ଆୟୋଜନ କରାଯିବ ଆସନ୍ତୁ ଜାଣିବା ସେହି ବିଷୟରେ।

mahashivratri
Picture Credit – Panjab keshari

ମହାଶିବରାତ୍ରୀ ତିଥି:

ଏହି ବର୍ଷ ଚାତୁର୍ଦଶୀ ତିଥିର ଆରମ୍ଭ ହେଉଛି ମାର୍ଚ୍ଚ ୧ ରୁ। ମଙ୍ଗଳବାର ସକାଳ ୩:୧୬ ରୁ ହିଁ ଏହା ଆରମ୍ଭ ହେବ । ଏହି ଦିନ ମହାଶିବରାତ୍ରୀ ପାଳନ କରାଯିବ। ତେବେ ଏହି ଚତୁର୍ଦଶୀ ତିଥି ବା ସମୟ ସରିବ ମାର୍ଚ୍ଚ ୨, ବୁଧବାର ସକାଳ ୧୦ ଟା ସମୟରେ।

ମହାଶିବରାତ୍ରୀ ପୂଜା ପାଇଁ ଶୁଭ ସମୟ:

ମହାଶିବରାତ୍ରୀରେ ପ୍ରଥମ ପ୍ରହରର ପୂଜା ସମୟ ମାର୍ଚ୍ଚ ୧, ସନ୍ଧ୍ୟା ସମୟରେ ୬:୨୧ ମିନିଟରୁ ୯:୨୭ ମିନିଟ୍ ପର୍ଯ୍ୟନ୍ତ।

ଦ୍ୱିତୀୟ ପ୍ରହରର ପୂଜା ସମୟ – ୧ମାର୍ଚ୍ଚ ରାତି ୯:୨୭ ମିନିଟ୍ ରୁ ୧୨:୩୩ ମିନିଟ୍ ପର୍ଯ୍ୟନ୍ତ ।

ତୃତୀୟ ପ୍ରହରର ପୂଜା ସମୟ – ମାର୍ଚ୍ଚ ୧ ରୁ ରାତି ୧୨:୩୩ ରୁ ସକାଳ ୩:୩୯ ପର୍ଯ୍ୟନ୍ତ ।

ଚତୁର୍ଥ ପ୍ରହରର ପୂଜା ସମୟ ମାର୍ଚ୍ଚ ୨ ସକାଳ ୩:୩୯ ମିନିଟ୍ ରୁ ୬:୪୫ ମିନିଟ୍ ପର୍ଯ୍ୟନ୍ତ। ଏହା ପରେ ଏହାର ପାରଣ ସମୟ ହେଇଛି ମାର୍ଚ୍ଚ ୨, ବୁଧବାର ସକାଳ ୬:୪୫ ମିନିଟ୍ ପରେ।

ମହାଶିବରାତ୍ରୀରେ ପୂଜା କରିବା ବିଧି:

ବିଶ୍ଵାସ ରହିଛି ଯେ ସମସ୍ତ ଦେବତା ଏବଂ ଦେବୀଙ୍କ ମଧ୍ୟରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ଅତି ସହଜ। ପ୍ରଭୁ ଶିବଙ୍କ ଉପରେ ଅଧିକ ପାଣି ଢାଳିଲେ ସେ ପ୍ରସନ୍ନ ହୋଇ ଖୁସି ହୁଅନ୍ତି, ଯେଉଁଥିପାଇଁ ତାଙ୍କୁ ଭୋଲେନାଥ ମଧ୍ୟ କୁହାଯାଏ । ପ୍ରଭୁ ଶିବଙ୍କ ସବୁ ଭକ୍ତ ଫାଲଗୁନ୍ ମାସରେ ଆସୁଥିବା ଏହି ଜାଗରକୁ ଅପେକ୍ଷା କରି ରହିଥାନ୍ତି । ତେବେ ଏହି ଦିନ ଶ୍ରଦ୍ଧାଳୁଙ୍କୁ ବ୍ରାହ୍ମ ମୁହୂର୍ତରେ ଗାଧୋଇବା ଉଚିତ୍।

ଏହା ପରେ ପୂଜା କରିବା ସ୍ଥାନକୁ ଶୁଦ୍ଧ କରିବା ଦରକାର । ଏହା ପରେ ପ୍ରଭୁ ଶିବଶଙ୍କର ଓ ମାତା ପାର୍ବତୀଙ୍କ ମୂର୍ତ୍ତିକୁ ପ୍ରତିଷ୍ଠା କରାଯିବା ଉଚିତ୍। ପରେ ଚନ୍ଦନ କାଠ, ଅକ୍ଷତ, ଲବଙ୍ଗ, ଅଳେଇଚ, ସୁପରି, ପାନ, ସୂତା ବା ମୌଲି, ଦୁଦୁରା ଫୁଲ, ବେଲପତ୍ର, କ୍ଷୀର, ଦହି, ଘିଅ ଓ ମହୁ ଇତ୍ୟାଦି ଭଗବାନଙ୍କୁ ଅର୍ପଣ କରନ୍ତୁ । ଭଗବାନଙ୍କୁ ଉପାସନା କରି ଶିବଙ୍କ ଆରତୀ ପାଠ କରନ୍ତୁ। ଏହା ଦ୍ବାରା ପ୍ରଭୁ ଶିବଶଙ୍କରଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.