ବାପା ଜଣେ ଦିନ ମଜୁରିଆ, ମାଟ୍ରିକ ପରୀକ୍ଷାରେ A1 ଗ୍ରେଡ଼ ରଖି ସୁନାମ ଆଣିଛନ୍ତି ଝିଅ

ଦୃଢ ଇଛାଶକ୍ତି କଠିନ ପରିଶ୍ରମ ଆଗରେ ସବୁକିଛି ହାର ମାନିଥାଏ । ସତ କହିବାକୁ ଗଲେ ପରିଶ୍ରମ ହିଁ ସଫଳତାର ଚାବି କାଠି। ଏହି ପରୀକ୍ଷାର୍ଥୀ ଯିଏ ସଫଳତାର ପାହାଚ ଚଢି ଚଢି ଆଜି ନିଜ ପିତାମାତାଙ୍କୁ ଗର୍ବିତ କରିଛନ୍ତି । ଗରିବିର ପ୍ରତିବନ୍ଧକତାକୁ ଭେଦ କରି ଜୀବନର ପ୍ରଥମ ସୋପାନରେ ସଫଳତା ଆଣିଛନ୍ତି l

ତେବେ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇବା ଆଉ ପାସ ହାର ଦେଖି ସମସ୍ତେ ବେଶ ଖୁସି ଅଛନ୍ତି l କିନ୍ତୁ ତାରି ଭିତରେ ଅନେକ ଅଛନ୍ତି ଯିଏ ବହୁତ ଦୁଃଖ କଷ୍ଟରେ ପାଠ ପଢ଼ି ସଫଳତା ଆଣିଛନ୍ତି । ଏମାନଙ୍କ ମଧ୍ୟରୁ ୟୁନିଟ ୮ ଉଚ୍ଚ ବିଦ୍ୟାଳୟର ଅଙ୍କିତା ମହାରଣା ଯାହାଙ୍କ ବାପା ବଢ଼େଇ କାମ କରି ଝିଅକୁ ପାଠ ପଢାଇବାକୁ ଚେଷ୍ଟା କରିଥିଲା ବେଳେ ଶୁଭଶ୍ରୀଙ୍କ ବାପା ଜଣେ ଦିନ ମଜୁରିଆ l

ସେ ବସ୍ତିର ଗାୟତ୍ରୀ କଥା ସାମ୍ନାକୁ ଆସିଲା ବେଳେ ତାଙ୍କ ବାପା ଜଣେ ଅଟୋ ଚାଳକ l ସମସ୍ତେ କିନ୍ତୁ A1 ଗ୍ରେଡ଼ ରଖି ସୁନାମ ଆଣିଛନ୍ତି l ତେବେ ଏମାନଙ୍କ ସଫଳତା ଫଛରେ ଏକ ନିଆରା କଥା ସାମ୍ନାକୁ ଆସିଛି l ଏମାନେ ଆଜି ଏଠାରେ ପହଞ୍ଚିଛନ୍ତି ନିଜ ପରିଶ୍ରମ ସହିତ ବାପା ମା’ଙ୍କ ସ୍କୁଲ ଶିକ୍ଷକ ସମସ୍ତଙ୍କ ପରିଶ୍ରମ ଛାଡିଲେ ଜଣେ ଅବସର ପ୍ରାପ୍ତ ଶିକ୍ଷକ ଶିଶିର ରାୟ ସାରଙ୍କ ଅବଦାନକୁ ବେଶ ପ୍ରଶଂସା କରିଛନ୍ତି ଛାତ୍ରୀ ଏବଂ ସେମାନଙ୍କର ବାପାମାଆ l ସେମାନେ କୁହନ୍ତି ଏଭଳି ଜଣେ ଶିକ୍ଷକ ଅବସର ପରେ ଗରିବ ଛାତ୍ରଛାତ୍ରୀ ମାନଙ୍କ ଆଶା ଭରଷା ପାଲଟିଛନ୍ତି l

ସେମାନଙ୍କ ସ୍କୁଲ ଫି ଠାରୁ ଫର୍ମଫିଲପ ପାଇଁ ସବୁ ଅର୍ଥ ଶିଶିର ସାର ବହନ କରିଛନ୍ତି । ସେମାନେ କେମିତି ସମାଜରେ ଅନ୍ୟ ପିଲାଙ୍କ ଭଳି ଆଗକୁ ବଢିବେ ସେ ଦିଗରେ ପଦକ୍ଷେପ ନେଇ ବେଶ ଚର୍ଚ୍ଚାରେ ସାର l ଅଙ୍କିତା ବାପା ଜଣେ କାଠ କାମ କରି ବଢ଼େଇ ଜୀବିକାରେ ପରିବାର ପ୍ରତିପୋଷଣ କରୁଥିବା ବ୍ୟକ୍ତି l ଘରେ କାଠ କାମର ଠକ ଠକ ଶବ୍ଦ ମଧ୍ୟ ଅଙ୍କିତାଙ୍କ ଲକ୍ଷକୁ ଚପେଇ ପାରି ନଥିଲା l ସବୁ ଝିଅମାନଙ୍କୁ କେମିତି ଉତ୍ତମ ଶିକ୍ଷା ପ୍ରଦାନ କରି ସମାଜରେ ଆଗରେ ଦୌଡ଼ିବେ ସେହି ଦିଗରେ ସମସ୍ତଙ୍କ ପ୍ରୟାସ ରହିଲେ ସମାଜ ଉନ୍ନତି କରିବ l

Also Read:ଘଷିପୁରାରେ ଅଘଟଣ: ପାଣିରେ ବୁଡ଼ି ନାବାଳକ ମୃତ