ଘରକୁ ଆସିଲେ ଦୁଇ ଲକ୍ଷ୍ମୀ, ରଥରେ ବସାଇ ଗାଁ ବୁଲାଇଲେ ଚାଷୀ

ମଧ୍ୟପ୍ରଦେଶର ଧାରରେ ଯାଆଁଳା ଝିଅଙ୍କ ଜନ୍ମକୁ ନେଇ ଖୁସି ଏବଂ ଉତ୍ସାହର ଚିତ୍ର ସାମ୍ନାକୁ ଆସିଛି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଧାରର କୋଣଦା ଗାଁରେ ଏକ କୃଷକ ପରିବାରରେ ଏହି ଦୁଇ ଝିଅ ଜନ୍ମ ଦେଇଛନ୍ତି। ଏହି ଖୁସି ପାଇଁ କେବଳ ଜନ୍ମ ଦିନ ପାଳନ କରିନଥିଲେ ବରଂ ପରିବାର ସଦସ୍ୟ ମଧ୍ୟ ଗାଁରେ ଏକ ଶୋଭାଯାତ୍ରା କରିଥିଲେ। ଏହି ସମୟରେ ଉଭୟ ଝିଅ ଏବଂ ମା ରଥରେ ବସିଥିଲେ ଏବଂ ପରିବାର ସଦସ୍ୟମାନେ ରଥରେ ବସାଇ ନାଚ ଗୀତାରେ ଝୁମି ଯାଇଥିଲେ। ଏହି ଶୋଭାଯାତ୍ରାରେ ଗ୍ରାମବାସୀ ମଧ୍ୟ ଏହି ଉତ୍ସବରେ ସାମିଲ ହୋଇ କନ୍ୟାସନ୍ତାନଙ୍କୁ ଆଶୀର୍ବାଦ କରିଛନ୍ତି। ସୋସିଆଲ ମିଡିଆରେ ଏହି ଫଟୋ ଏବେ ଖୁବ୍‌ ଭାଇରାଲ ହେଉଛି।

ବାସ୍ତବରେ, କୋଣଦାରେ ରହୁଥିବା ମୟୂର ଭାୟାଲଙ୍କ ପତ୍ନୀ ୪ ମାସ ପୂର୍ବରୁ ଗଣେଶ ଚତୁର୍ଥୀ ଦିନ ଦୁଇ ଯାଆଁଳା ଝିଅ ଜନ୍ମ ଦେଇଥିଲେ। ଏହି ଝିଅ ମାନଙ୍କର ନାମ ଥିଲା ରିଦ୍ଧି ସିଦ୍ଧି। ୪ ମାସ ପରେ ଯାଆଁଳା ଭଉଣୀ ଅଜାଙ୍କ ଘରୁ ନିଜ ଘରକୁ ଆସିଥିବାରୁ ପରିବାର ଲୋକ ମିଶି ଉତ୍ସବ ପାଳନ କରିଛନ୍ତି। ଏହି ଉତ୍ସବରେ ପୂରା ଗ୍ରାମବାସୀ ସାମିଲ ଥିଲେ। ପ୍ରାୟ ୨ କିଲୋମିଟର ଧରି ମା’ ଏବଂ ଦୁଇ କନ୍ୟା ସନ୍ତାନଙ୍କୁ ରଥରେ ବସାଇ ବୁଲାଇଥିଲେ।

ଡିଜେ ବଜାଇ ମହାଆନନ୍ଦରେ ରିଦ୍ଧି, ସିଦ୍ଧିଙ୍କୁ ସ୍ବାଗତ କରିଥିଲେ। ପରିବାରର ମୁଖ୍ୟ ଜଗଦୀଶ ଭାୟଲଙ୍କ ଏପରି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରୁଛନ୍ତି। ଦେଢ଼ ବର୍ଷ ପୂର୍ବରୁ ଜଗଦୀଶ ତାଙ୍କ ପୁଅର ବିବାହ ବେଶ୍‌ ଧୂମଧାମରେ କରିଥିଲେ। ଜଗଦୀଶ କୁହନ୍ତି, ମୋ’ ବୋହୂ ୪ ମାସ ତଳେ ଯାଅଁଳା କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲା। ଏହା ପରେ ସେ ତାଙ୍କ ବାପଘରେ ଥିଲା। ୪ ମାସ ପରେ ମୋ’ ଦୁଇ ନାତୁଣୀ ଘରକୁ ଫେରିଥିବାରୁ ଖୁସିରେ ଏପରି ଉତ୍ସବ ପାଳନ କରାଯାଉଛି।

ଝିଅଟିର ବାପା ମୟୂର ଭାୟାଲଙ୍କର କୁକ୍ସିରେ ଏକ ପୋଷାକ ଦୋକାନ ଦେଇଛନ୍ତି। ଦାଦା ଜଗଦୀଶ ଭାୟାଲରେ ଜଣେ କୃଷକ। ଯାଆଁଳା ଝିଅଙ୍କ ଜନ୍ମକୁ ନେଇ ଏପରି ଜୋରଦାର ଉତ୍ସବ ସବୁଆଡେ ଆଲୋଚନା ହେଉଛି। ଏହି ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.