ମୃତ୍ୟୁର ପୋଲ ‘କଲିଂ ଡ୍ରାଗନ କ୍ଲିଫ୍‌’, ଯେଉଁଠିକୁ ଯିବା ତ ଦୂରର କଥା ଫଟୋ ଦେଖି ଆପଣ ଭୟ କରିବେ

ଆପଣମାନେ ନିଶ୍ଚିତ ଅନେକ ପ୍ରକାରର ବ୍ରିଜ ଦେଖିଥିବେ। ବୁଲିବାକୁ ଗଲା ବେଳେ ଏହି ବ୍ରିଜ ଉପରେ ନିଶ୍ଚିତ ଭାବେ ଯାଇଥିବେ। କିନ୍ତୁ ଦୁନିଆରେ ଏମିତି କେତେକ ବିପଦପୂର୍ଣ୍ଣ ବ୍ରିଜ ରହିଛି। ଯାହା ଦେଖିବାକୁ ବେଶ୍‌ ସୁନ୍ଦର ହୋଇଥିବା ସତ୍ତ୍ୱେ ମଧ୍ୟ ବିପଦପୂର୍ଣ୍ଣ ହୋଇଥାଏ। ଏଠିକି ଯିବାକୁ ହେଲେ ନିଜ ଜୀବନକୁ ବାଜି ଲଗାଇବାକୁ ପଡିଥାଏ। ଏପରି ଏକ ପୋଲ ବା ବ୍ରିଜ ଚୀନର ହୁନାନ ପ୍ରାନ୍ତରେ ରହିଛି। ଯେଉଁଠିକୁ ଲୋକେ ଯିବା ତ ଦୂରର କଥା ଫଟୋ ଦେଖି ଭୟଭୀତ ହୋଇଯାଆନ୍ତି। ଏହି ପୋଲ ୧୦୦ ମିଟର ଲମ୍ବା ଏବଂ ୫ ଫୁଟ ଚଉଡା। ଯାହା ୧୫୦୦ ମିଟର ଉଚ୍ଚରେ ତୀୟାନମେନ ମାଉଣ୍ଟେନ ଉପରେ ନିର୍ମାଣ କରାଯାଇଛି।

098
ଏହା ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ସ୍କାଇଓ୍ଵାକ, ଯାହା ୨୦୧୬ରେ ଲୋକଙ୍କ ପାଇଁ ଖୋଲାଯାଇଥିଲା। ଏହି ବ୍ରିଜର ନାମ ‘କଲିଂ ଡ୍ରାଗନ କ୍ଲିଫ୍‌’। ଏହାକୁ ମଧ୍ୟ ‘ମୃତ୍ୟୁର ପୋଲ’ ବୋଲି କୁହାଯାଏ। ଚାଲିବା ବେଳେ ସାମାନ୍ୟତମ ଭୁଲ ଆପଣଙ୍କୁ ମରଣ ମୁହଁକୁ ଠେଲିଦିଏ।

ଏହାସହ ପଢ଼ନ୍ତୁ ; କିଚିରି ମିଚିରି ପକ୍ଷୀଙ୍କ ପାଇଁ ଫ୍ଲାଟ, ଜିଡିଏ ପ୍ରସ୍ତୁତ କରିଛି ପକ୍ଷୀ ରହିବା ପାଇଁ ଘର

ଏହି ବ୍ରିଜକୁ ତିଆରି ହେବା ପାଇଁ କୌଣସି ରଡ କିମ୍ବା ସିମେଣ୍ଟର ବ୍ୟବହାର କରାଯାଇନାହିଁ। ଏହାକୁ ନିର୍ମାଣ କରିବା ପାଇଁ କାଚର ବ୍ୟବହାର କରାଯାଇଛି। ଯେଉଁଥି ପାଇଁ ଏହା ଉପରେ ଚାଲିବାକୁ ଲୋକମାନେ ଭୟ କରିଥାନ୍ତି। ଯଦି କାଚ ଭାଙ୍ଗିଯାଏ ତେବେ ଆପଣଙ୍କ ମୃତ୍ୟୁ ସୁନିଶ୍ଚିତ। କିନ୍ତୁ ଏହାକୁ ଏପରି ନିର୍ମାଣ କରାଯାଇଛି ଯେ, ଏହା ଉପରେ ଅନେକ ଲୋକ ଯିବା ଆସିବା କଲେ ମଧ୍ୟ ଏହା ଭାଙ୍ଗିନଥାଏ।

32

 

ଏହି ବ୍ରିଜରେ ଚାଲିବା ପାଇଁ ଆପଣଙ୍କର ସତ୍‌ ସାହାସ ଥିବା ଦରକାର। କିନ୍ତୁ ଯେଉଁମାନେ ଯାଆନ୍ତି ଅନେକ ରୋମାଞ୍ଚିତ ଦୃଶ୍ୟ ଦେଖିବାକୁ ପାଇଥାନ୍ତି।