ଏହି ଆଇଲ୍ୟାଣ୍ଡରେ ଦେଖିବାକୁ ମିଳେ ଶବ ହିଁ ଶବ, ସାଧାରଣ ଲୋକଙ୍କୁ ଯିବା ପାଇଁ ଲାଗିଛି ପ୍ରତିବନ୍ଧକ
ଦୁନିଆରେ ଏପରି ଅନେକ ସ୍ଥାନ ଅଛି ଯାହା ରହସ୍ୟରେ ପରିପୂର୍ଣ୍ଣ । ଅନେକ ସ୍ଥାନ ଏଲିଏନ୍ ଏବଂ ଅନେକ ଭୂତ ମାନକ କାରଣରୁ ରହସ୍ୟମୟ ଭାବରେ ବିବେଚନା କରାଯାଏ । ଏହି ସ୍ଥାନଗୁଡିକ ସହିତ ରହସ୍ୟ କ’ଣ ଜଡିତ ରହିଛି ବିଜ୍ଞାନ ଆଜି ପର୍ଯ୍ୟନ୍ତ ଏହାର ଉତ୍ତର ଖୋଜିବାରେ ସକ୍ଷମ ହୋଇ ନାହିଁ । ସାଧାରଣତଃ ଭୂତ କାହାଣୀ ଶୁଣିବାକୁ ସମସ୍ତଙ୍କୁ ପସନ୍ଦ । ଆପଣ ଅନେକ ଭୂତ ସ୍ଥାନ ବିଷୟରେ ଶୁଣିଥିବେ । ଅଥବା ଆପଣ ସେଠାକୁ ଯାଇଥାଇ ପାରନ୍ତି, କିନ୍ତୁ ଏହି ଭୟଙ୍କର ଜାଗା ବିଷୟରେ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଦୁନିଆରେ ଏମିତି ଏକ ଆଇଲ୍ୟାଣ୍ଡ ଅଛି, ଯେଉଁଠି ଚାରିଆଡ଼େ ଶବ ର ହିଁ ଶବ ଦେଖାଯିବ। ଯେଉଁଠାକୁ ବି ଆପଣ ଆଖି ବୁଲାଇବେ, ସେଠି ନର କଙ୍କାଳ ନଜର ଆସିବ। ତେବେ ସୂଚନା ଅନୁଯାୟୀ, ଏହି ଭୟଙ୍କର ଆଇଲ୍ୟାଣ୍ଡ ଇଂଲଣ୍ଡର ମେଡ୍ଓ୍ଵେ ନଦୀ ମଝିରେ ଅବସ୍ଥିତ। ଜାଗାଟିର ନାଁ ‘ଡେଡ୍ମ୍ୟାନ ଆଇଲ୍ୟାଣ୍ଡ’। ଏଠାରେ ମୃତଦେହ ଦେଖିବାକୁ ମିଳୁଥିବାରୁ ଜାଗାର ନାଁ ଏପରି ରଖାଯାଇଛି।
ଏହା ସାଧାରଣତଃ, ପାଖାପାଖି ୨୦୦ ବର୍ଷ ପୂର୍ବେ ଏହି ଆଇଲ୍ୟାଣ୍ଡରେ ଲୋକଙ୍କ ଶବକୁ ପୋତି ଦିଆଯାଉଥିଲା, ଯାହାଙ୍କ ମୃତ୍ୟୁ ଶିପ୍ରେ ତିଆରି ହୋଇଥିବା ଜେଲ୍ରେ ଯାତ୍ରା ସମୟରେ ହୋଇଯାଉଥିଲା । ସମୁଦ୍ରରେ ଆସିଥିବା ତୋଫାନ କାରଣରୁ ଏହି ଆଇଲ୍ୟାଣ୍ଡ ପାଣିରେ ବୁଡ଼ି ଯାଇଥିଲା । ଏହାପରେ ଯେତେବେଳେ ପାଣି କମ୍ ହେଲା, ତ ଶତାଧିକ ସଂଖ୍ୟାରେ ନର କଙ୍କାଳ କବରରୁ ବାହାରି ଆସିଥିଲା । ଏହି ରହସ୍ୟମୟୀ ଆଇଲ୍ୟାଣ୍ଡରେ ବହୁତି କମ୍ ଲୋକ ଯାଇଛନ୍ତି । ଏହା ଦେଖିଲେ ଲାଗୁଥିବ କି ଏହା ଅସଲ ସତ ସ୍ଥାନ ନୁହେଁ । କିନ୍ତୁ ଏହା ସତ ।
ଏହି ଆଇଲ୍ୟାଣ୍ଡରେ ଚାରିଆଡ଼େ କେବଳ ନର କଙ୍କାଳର ହିଁ ଦେଖିବାକୁ ମିଳିଥାଏ। ତେବେ କେତେକ ଜାଗାରୁ କାଠରେ ତିଆରି କଫିନ ବି ମିଳିଥିଲା, ଯେଉଁଥିରେ ଶବକୁ ରଖି ପୋତା ଯାଇଥିଲା। ଏଠାରେ ଅନେକ ହାଡ କଙ୍କାଳ ବ୍ୟତୀତ ମଣିଷ ଦାନ୍ତ ମଧ୍ୟ ମିଲିଥିଲା । ନିକଟରେ କିଛି ବୈଜ୍ଞାନିକଙ୍କୁ ଡେଡ୍ମ୍ୟାନ ଆଇଲ୍ୟାଣ୍ଡ ଯିବାକୁ ଅନୁମତ ଦିଆଯାଇଛି। ଯଦିଓ ସାଧାରଣ ଲୋକଙ୍କୁ ସେଠାକୁ ଯିବା ଉପରେ ପ୍ରତିବନ୍ଧକ ରହିଛି। ସୂଚନାଥାଉ କି, ଡେଡ୍ମ୍ୟାନସ ଆଇଲ୍ୟାଣ୍ଡକୁ Ramsar Conventionର ଦେଖାଶୁଣାରେ ନିଆଯାଇଛି, ଯେଉଁଠି ବୈଜ୍ଞାନିକମାନେ ଷ୍ଟଡି କରୁଛନ୍ତି।