ଉଚ୍ଚ ସ୍ଥାନରେ ପତାକା ଲଗାଇବା ସ୍ୱପ୍ନରେ ଦେଖିଲେ, କର୍ମକ୍ଷେତ୍ରରେ ହୋଇଥାଏ ଲାଭ

ସ୍ୱପ୍ନ ବି ଆଗାମୀ ଜୀବନରେ ସୁଖ ଦୁଃଖର ସଂକେତ ଦେଇଥାଏ । ଏ ସମ୍ପର୍କରେ ସ୍ୱପ୍ନ ଶାସ୍ତ୍ରରେ କୁହାଯାଇଛି । ଏମିତି ସବୁ ଜିନିଷ ସ୍ୱପ୍ନରେ ଦେଖିଲେ ଜାଣନ୍ତୁ କ’ଣ ସବୁ ଦେଇଥାଏ ସଂକେତ । ସ୍ୱପ୍ନ ସମସ୍ତଙ୍କୁ ଆସିଥାଏ । ସ୍ୱପ୍ନ ଭଲ ଓ ଖରାପ ମଧ୍ୟ ହୋଇଥାଏ । ସ୍ୱପ୍ନ ଏକ ପ୍ରକାର ଟେଲିପାଥୀ । ସ୍ୱପ୍ନର ପୂର୍ଣ୍ଣ ଆଧାର ହେଉଛି ରାହୁ ଗ୍ରହ ।

ଯେଉଁମାନଙ୍କର ରାହୁ ଗ୍ରହ ଭଲ ରହିଥାଏ ସେମାନଙ୍କର ଭଲ ସ୍ୱପ୍ନ ଆସିଥାଏ । ରାହୁ ଆପଣଙ୍କର ଆଗାମୀ ଦିନର ଭଲ ଓ ମନ୍ଦ ସଂକେତ ଦେଇଥାଏ । ଏହାଛଡ଼ା ଆପଣଙ୍କ ଭବିଷ୍ୟତ ଅସୁବିଧା ସମ୍ପର୍କରେ ସତର୍କ କରାଇ ଦେଇଥାନ୍ତି । ଆସନ୍ତୁ ଜାଣିବା ଏମିତି କିଛି ସ୍ୱପ୍ନ ସମ୍ପର୍କରେ ।

 

dream
P.C. Marie Claire

୧. ଯଦି ଗୋଟିଏ ସ୍ୱପ୍ନ ବାରମ୍ବାର ଆସିଥାଏ ତେବେ ଏହାର ଫଳ ଆପଣଙ୍କ ଜୀବନରେ ପଡ଼ିପାରେ । ଭଲ ସ୍ୱପ୍ନ ଯେଉଁଠି ଆପଣଙ୍କୁ ମାର୍ଗଦର୍ଶନ କରାଇଥାଏ ସେହିପରି ଖରାପ ସ୍ୱପ୍ନ ଆପଣଙ୍କୁ କମଜୋର କରିଥାଏ ।

୨. ନିଜକୁ ପାଣିରେ ପହଁରୁଥିବା ଦେଖିବା, ଖୁସି ଓ ଅପାର ସମ୍ପଦ ପାଇବାର ସଂକେତ ଦେଇଥାଏ ।

୩. ସ୍ୱପ୍ନରେ ଯଦି ମଶାଣି, ନିଛାଟିଆ ସ୍ଥାନ ଓ ରକ୍ତର ସମୁଦ୍ର ଆଦି ଦେଖିଲେ ଭବିଷ୍ୟତରେ ଅସୁବିଧା ସଂକେତ ଦେଇଥାଏ ।

୪. ନିଜର ଆଖ ପାଖରେ ଧନ ଦେଖିବା, କାହା ଦ୍ୱାରା ଆପଣଙ୍କୁ ଧନ ମିଳିବା, ଏମିତି ସ୍ୱପ୍ନ ଶୁଭ ଫଳ ଦେଇଥାଏ ।

୫. ଯଦି ଆପଣ କେଉଁଠି ଉଚ୍ଚ ସ୍ଥାନରେ ପତାକା ଲଗାଉଛନ୍ତି କିମ୍ବା ହାତରେ ପତାକା ଧରି ଯାଉଛନ୍ତି, ଏହି ସ୍ୱପ୍ନ କର୍ମ କ୍ଷେତ୍ରରେ ଉନ୍ନତି ଆଣିଦେଇଥାଏ ।

୬. ସ୍ୱପ୍ନରେ ଯଦି ମୟୁର ନାଚୁଥିବା ଦେଖାଯାଏ ତେବେ ଭାଗ୍ୟୋଦୟର ପ୍ରତୀକ ହୋଇଥାଏ ।

୭. ଯଦି କେଉଁ ବ୍ୟକ୍ତିର ଘର ଦ୍ୱାର ଖୋଲୁଥିବାର ସ୍ୱପ୍ନ ଦେଖାଯାଏ ତେବେ ଭାଗ୍ୟ ନିକଟରେ ଖୋଲିବ ବୋଲି ଜାଣିବେ ।

୮. ଗୋବରରେ ଘର ଲିପୁଥିବା ଦେଖିଲେ, ଏହାର ଅର୍ଥ ଭଗବାନ ଆପଣଙ୍କ ସହ ଅଛନ୍ତି ।

୯. ଗାଇର ସେବା କରିବା ସ୍ୱପ୍ନ ଦେଖିଲେ ଜାଣିବେ ଯେ ଭଗବାନଙ୍କ ଆଶିର୍ବାଦ ଆପଣଙ୍କ ସହ ରହିଛି । ଖୁବ୍‌ ଶୀଘ୍ର ସୁଖ ଜୀବନ ବ୍ୟତୀତ କରିବେ ।

୧୦. ସ୍ୱପ୍ନରେ ମଲା ସାପ ଦେଖିଲେ ବହତୁ ଶୁଭ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.