ଏଭଳି ଢଙ୍ଗରେ କେହି ପାଳନ କରନ୍ତୁନି ଜନ୍ମଦିନ…! ସାମାନ୍ୟ ଦାୟିତ୍ୱହୀନତାରୁ କେମିତି ଘଟିଲା ଦୁର୍ଘଟଣା; ଦେଖି ନିଅନ୍ତୁ ଭିଡିଓ

ଖୁସିରେ ଲୋକମାନେ ବହୁତ ଉତ୍ସାହିତ ହୋଇ ଯାଆନ୍ତି। ସେହି ସମୟରେ ସେମାନେ କ’ଣ କରିବେ ଜାଣି ପାରି ନ ଥାଆନ୍ତି। ଏହିଭଳି ସାମାନ୍ୟ ଦାୟିତ୍ୱହୀନତାରୁ ମହାରାଷ୍ଟ୍ରର ଅମ୍ବରନାଥରେ ଏକ ଦୁର୍ଘଟଣା ଘଟି ଯାଇଛି। ଜଣେ ଯୁବକଙ୍କ ଜନ୍ମଦିନ ପାଳନ ତାଙ୍କ ପାଇଁ ମରଣାନ୍ତକ ପାଲଟି ଯାଇଛି। ଜନ୍ମଦିନ ପାଳୁଥିବା ସମୟରେ ସାଙ୍ଗମାନେ ଏମିତି କିଛି କରି ବସିଥିଲେ ଶେଷରେ ଯୁବକ ନିଅାଁ ସଂସ୍ପର୍ଶକୁ ଆସି ଯାଇଥିଲେ ଏବଂ ଗୁରୁତର ଭାବେ ପୋଡ଼ି ଯାଇଥିଲେ। ବାର୍ଥ ଡେ’ ବୟଙ୍କ ନାମ ରାହୁଲ ବୋଲି ଜଣାପଡ଼ିଛି।

ଜନ୍ମଦିନ ପାଳନର ଏହି ଭୟଙ୍କର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଖବରରୁ ଜଣାପଡ଼ିଛି, ବୁଓ୍ଵାପାଡା ଅଞ୍ଚଳର ରାହୁଲ ମଙ୍ଗଳବାର ନିଜର ଜନ୍ମଦିନ ପାଳନ କରୁଥିଲେ। ସାଙ୍ଗମାନେ ଜନ୍ମଦିନକୁ ଖାସ୍‌ କରିବା ପାଇଁ ଅଜବ ପ୍ରସ୍ତୁତି କରିଥିଲେ। ଏତିକି ନୁହେଁ, ବାର୍ଥ ଡେ’ ବୟକୁ ସରପ୍ରାଇଜ୍‌ ଦେବା ପାଇଁ ସାଙ୍ଗମାନେ ଅଣ୍ଡା ଓ ଅଟା ବି ନେଇକି ଆସିଥିଲେ।

ପ୍ରଥମେ ରାହୁଲଙ୍କୁ କିଙ୍ଗ୍‌ କ୍ରାଉନ ପିନ୍ଧା ଯାଇଥିଲା। ଯେତେବେଳେ ସେ କେକ୍‌ କାଟିବାକୁ ପ୍ରସ୍ତୁତ ହେଉଥିଲେ, ସେହି ସମୟରେ ତାଙ୍କର ଜଣେ ସାଙ୍ଗ କେକ୍‌ର କ୍ୟାଣ୍ଡେଲ୍‌ ଜଳାଇ ବାର୍ଥ ଡେ’ ବୟଙ୍କ ମୁହଁକୁ ନିଅାଁ ଷ୍ଟିକ୍‌ ବଢ଼ାଇ ଦେଇଥିଲେ। ରାହୁଲ ମୁହଁରେ ଜଳନ୍ତା କ୍ୟାଣ୍ଡେଲ ଧରିଥିବା ବେଳେ ସାଙ୍ଗମାନେ ତାଙ୍କ ମୁଣ୍ଡକୁ ଅଣ୍ଡା ଫିଙ୍ଗିଥିଲେ। ଏହାପରେ ଜଣେ ସାଙ୍ଗ ଯେତେବେଳେ ତାଙ୍କ ମୁଣ୍ଡ ଉପରେ ଅଟା ଢାଳିଥିଲେ, ତ ରାହୁଲ ହଠାତ୍‌ ନିଅାଁ ସଂସ୍ପର୍ଶକୁ ଆସି ଯାଇଥିଲେ। ଏଥିରେ ସେ ପାଖାପାଖି ଜଳି ଯାଇଥିଲେ। ସେଠାରେ ଉପସ୍ଥିତ ଲୋକମାନେ କୌଣସି ଉପାୟରେ ନିଅାଁ ଲିଭାଇ ରାହୁଲଙ୍କୁ ହସ୍ପିଟାଲ ନେଇ ଯାଇଥିଲେ। ତାଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ଥିବା ଜଣାପଡ଼ିଛି। କହି ରଖୁଛୁ, ଅଟା ଜ୍ୱଳନଶୀଳ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.