ସ୍ପେଶାଲ

କେବେ ସାହାଯ୍ୟ କରିବେ ସରକାର, ଅପେକ୍ଷାରେ ଦୀପା

ଆଖିରେ ଥିଲା ଅନେକ ଆଶା ଏବଂ ଅଂଶୁମାରୀ ସପ୍ନ। ସବୁ ଝିଅ ଭଳି ଦୀପା, ଆଜିକୁ ନଅ ବର୍ଷ ହେବ ବିବାହ କରିଥିଲେ ବାଲିଗୁଡାର ପ୍ରତାପ ମଳିକଙ୍କୁ। ପ୍ରଥମେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେବା ପରେ ଖୁସିର କୌଣସି ସୀମା ରହିଲାନାହିଁ । ବାପା ମାଆ ଖୁସିରେ ପିଲାଟିର ନାମ ରଖିଥିଲେ ଦୁର୍ଗା ପ୍ରସାଦ। କିନ୍ତୁ ଏହି କ୍ଷ୍ୟଣିକ ଖୁସି ପରେ ସବୁକିଛି ଓଲଟ ପାଲଟ ହୋଇଗଲା । କାରଣ ନବଜାତ ଶିଶୁଟି ଜନ୍ମରୁ ହିଁ ଦିବ୍ୟାଙ୍ଗ ଥିଲା । ଧୀରେ ଧୀରେ ଶିଶୁଟି ବଡ଼ ହେଲା କିନ୍ତୁ ବିଛଣାରେ ହିଁ ପଡି ରହିଲା l ଚାଲିବାକୁ ଅକ୍ଷମ ଥିଲା ବେଳେ କଥାବାର୍ତା ମଧ୍ୟ କରି ପାରୁନି।

ଏହା ତ ଥିଲା, ପୁଅର ଦୁଃଖ କାହାଣୀ। ଏତିକିରେ ଦୀପାଙ୍କ କଷ୍ଟ ସରିନଥିଲା, ଚାରି ବର୍ଷ ହେବ ସ୍ୱାମୀ ପ୍ରତାପଙ୍କର ଦେହାନ୍ତ ହୋଇଗଲା। ଏତେ ବଡ ଦୁନିଆରେ ଦିବ୍ୟାଙ୍କ ପୁଅକୁ ଧରି ସମ୍ପୂର୍ଣ୍ଣ ଅସହାୟ ଓ ଏକାକୀ ହୋଇଯାଇଛନ୍ତି ଦୀପା। ସ୍ୱାମୀଙ୍କ ମୃତ୍ୟୁ ପରେ ଯେମିତି କଳା ବାଦଲ ଛୁଟି ଆସିଛି ଦୀପାଙ୍କ ଜୀବନରେ। ଏତେ ବଡ଼ ଦୁନିଆରେ ଆହା ପଦେ କହିବାକୁ କେହି ନାହିଁ । ଶଯ୍ୟାଶାୟୀ ସନ୍ତାନକୁ ଛାଡି କାମଧନ୍ଦା ପାଇଁ ଯାଇପାରୁନାହାନ୍ତି ଦୀପା। ସ୍ଥାନୀୟ ଜଙ୍ଗଲରୁ କାଠ ସଂଗ୍ରହ କରି ବିକିଲେ ଯାହା ମିଳେ ସେଥିରେ ଚାଲୁଛି ତେଲ ଲୁଣର ସଂସାର । ଯେଉଁ ଦିନ ଜଙ୍ଗଲକୁ ନ ଯାଇ ପାରିଲେ ସେ ଦିନ ଭୋକ ଉପାସରେ ବିତୁଛି ଜୀବନ।

ଭଙ୍ଗା କୁଡ଼ିଆରେ ଅସୁରକ୍ଷିତ ଭାବେ ବଂଚୁଛନ୍ତି ଏହି ମହିଳା । ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ମଧ୍ୟ ନାହିଁ । ଜାତୀୟ ପରିବାର ମଙ୍ଗଳ ଯୋଜନାରେ ବା ନ୍ୟାସନାଲ ଫେମିଲି ବେନିଫିଟ ସ୍କିମରେ ସ୍ୱାମୀଙ୍କ ମୃତ୍ୟୁ ପରେ ରହିଛି ସରକାରଙ୍କ କୋଡିଏ ହଜାର ଟଙ୍କାର ସହାୟତା ରାଶି । କିନ୍ତୁ ଆଜିଯାଏଁ ବାରମ୍ବାର ବାଲିଗୁଡା ବ୍ଲକ ଓ ଏନ. ଏ. ସୀ ରେ ଦୌଡ଼ି ନୟାନ୍ତ ପରେ ବି ମିଳୁ ପାରୁନି ଏହି କୋଡିଏ ହଜାର ଟଙ୍କାର ସହାୟତା ରାଶି । ନିଜର ଦିବ୍ୟାଙ୍ଗ ପୁତ୍ରର ପ୍ରମାଣ ପତ୍ର ମିଳୁ ନଥିବାରୁ ସମସ୍ତ ଆବଶ୍ୟକ କାଗଜପତ୍ର ନେଇ ବାଲିଗୁଡା ବ୍ଲକ ଓ ଏନ. ଏ. ସୀ ପ୍ରଶାସନ ଠାରେ ଦ୍ୱାରସ୍ତ ହେବା ସହ ଫୁଲବାଣୀ ଯାଇ ବାରମ୍ବାର ନୟାନ୍ତ ପରେ ବି ମିଳିପାରିନାହିଁ ଦିବ୍ୟାଙ୍ଗ ଭତା ।

ନିଜର ସନ୍ତାନ ପ୍ରତି ମାର ଦାୟିତ୍ୱ ଓ କର୍ତ୍ତବ୍ୟକୁ ନିଭାଇଚାଲିଛନ୍ତି ଏହି ଅସହାୟ ବିଧବା ମା । ଏବେ ବି ନିଜ ସନ୍ତାନକୁ ବଞ୍ଚାଇବାକୁ ମାତୃତ୍ୱର ଗୋଟିଏ ପରେ ଗୋଟିଏ ପରୀକ୍ଷାକୁ ଅତିକ୍ରମ କରିଚାଲିଛନ୍ତି ଦୀପା । ଏପରି ଚିତ୍ର ଓ ଦୟନୀୟ ଜୀବନର କରୁଣ ଦୃଶ୍ୟ ଏବେ ସାମ୍ନାକୁ ଆସିବା ପରେ ପ୍ରଶାସନ କି ପଦକ୍ଷେପ ନେଉଛି ତାକୁ ହିଁ ଅପେକ୍ଷା ।

Pritiparna

Recent Posts

ଆସନ୍ତାକାଲି ଘୋଷଣା ହେବ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ, ଆଜି ଆସୁଛନ୍ତି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ

ଆସନ୍ତାକାଲି କଳ୍ପନାଜଳ୍ପନାର ଅନ୍ତ ଘଟିବ। ଘୋଷଣା ହେବ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ। ବିଜେପି ବିଧାୟକ ଦଳ ବୈଠକରେ ନାଁ…

27 seconds ago

ଉତ୍ତର ପ୍ରଦେଶ: କାର୍‌ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା; ୪ ୟୁଟ୍ୟୁବର୍‌ଙ୍କ ମୃତ୍ୟୁ, ୨ ଆହତ

ଉତ୍ତରପ୍ରଦେଶର ଅମରୋହା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଏକ କାର୍‌ ଓ ବୋଲେରୋ ମଧ୍ୟରେ…

9 mins ago

ମୁମ୍ବାଇରେ ମୌସୁମୀ ବର୍ଷା ରଚିଲା ତାଣ୍ଡବ, ରାସ୍ତାରେ ଭାସିଲା ଗାଡି, ୨ ମୃତ

ମହାରାଷ୍ଟ୍ରରେ ମୌସୁମୀ ବର୍ଷା ଲୋକଙ୍କୁ ଆଶ୍ୱସ୍ତି ଦେବା ପରିବର୍ତ୍ତେ ତାଣ୍ଡବ ରଚିଛି । ଗତ ୨୪ ଘଣ୍ଟାରେ ପ୍ରବଳ ବର୍ଷା…

21 mins ago

ପାହାଡ଼ରେ ଟ୍ରିପ୍‌ ପାଇଁ ଘରକୁ ନେଇ ଆସନ୍ତୁ ଏହି ଗାଡ଼ି, ଯାତ୍ରାର ମଜା ହେବ ଆହୁରି ସହଜ

ଲୋକମାନେ ନିଜ କାରରେ ପାହାଡ଼ ଉପରେ ଯାତ୍ରା କରିବା ପାଇଁ ପସନ୍ଦ କରନ୍ତି । କିନ୍ତୁ ପାହାଡ଼ରେ ଥିବା ପଥର…

23 mins ago

ଘର କାମ କରୁଥିବା ବେଳେ ଲାଗିଗଲା ୩୩କେଭି ତାର, ୨ ଶ୍ରମିକ ଗୁରୁତର

କାମାକ୍ଷାନଗର(କେନ୍ୟୁଜ): ସାମାନ୍ୟ ଅସାବଧନତା ନେଇଗଲା ହସ୍ପିଟାଲକୁ । ଆସିଥିଲେ ନିଜ କର୍ମ କରି ଦୁଇ ଟଙ୍କା ରୋଜକରି ନେବାକୁ ।…

29 mins ago

୨୨ ଟିକିଆ ହାତୀପଲଙ୍କ ଆତଙ୍କ, ନଷ୍ଟ କଲେ ଚାଷ ଜମି

ରେଢାଖୋଲ : ୨୨ଟିକିଆ ହାତୀପଲଙ୍କ ଉପଦ୍ରବ । ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କନ୍ଧରା ଗାଁ ନିକଟରେ ୨୨ ଟିକିଆ…

38 mins ago