ସ୍ପେଶାଲ

ସମାଜର ଉପହାସକୁ କଲେନି ଖାତିର: ଆଜି ରାଜ୍ୟର ପ୍ରଥମ କିନ୍ନର ଭାବରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଏଚଡ଼ି କରିବେ ଦୀପା

କଟକ(କେନ୍ୟୁଜ୍): ଦୃଢ ଇଚ୍ଛାଶକ୍ତି ବଳରେ ସବୁକିଛି ସମ୍ଭବ ହୋଇଥାଏ । ଅସାଧ୍ୟକୁ ବି ସାଧ୍ୟ କରିହୁଏ । ନିଷ୍ଠା,ଉଦ୍ୟମ,ଏକାଗ୍ରତା ଥିଲେ ପ୍ରତିକୂଳ ପରିସ୍ଥିତି ବି ହାର ମାନିଥାଏ । ଏମିତି କିଛି ଘଟିଛି କଟକର କିନ୍ନର ଦୀପା ସାହୁଙ୍କ କ୍ଷେତ୍ରରେ । ରାଜ୍ୟର ପ୍ରଥମ କିନ୍ନର ଭାବରେ ସେ ପି.ଏଚ.ଡି ପାଠ୍ୟକ୍ରମରେ ରଚିବାକୁ ଯାଉଛନ୍ତି ଏକ ନୂଆ ଇତିହାସ । ଉତ୍କଳ ବିଶ୍ୱବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନରେ ପିଏଚଡ଼ି କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ଦୀପା । ଏଥିପାଇଁ ସରିଛି ତାଙ୍କ ନାମ ଲେଖା ।

ରାଣୀହାଟ ହାଇସ୍କୁଲରୁ ବହୁ ଘାତ ପ୍ରତିଘାତ ଭିତରେ ପାଠପଢା ଆରମ୍ଭ କରିଥିଲେ ଦୀପା । ନିଜର ପରିଶ୍ରମ ଏବଂ ଦୃଢ଼ ମନୋବଳ ପାଇଁ ସେ ଆସି ପହଂଚିଛନ୍ତି ଉଚ୍ଚଶିକ୍ଷାର ସର୍ବୋଚ୍ଚ ସୋପାନ ପି.ଏଚ.ଡି ପାଖରେ। ଯୋଗ୍ୟ ବିବେଚିତ ହେବା ପରେ, ଉତ୍କଳ ବିଶ୍ୱବିଦ୍ୟାଳୟରେ ବଟନିରେ ପିଏଚଡ଼ି କରିବା ପାଇଁ ଆଡ଼ମିସନ କରିଛନ୍ତି ଦୀପା । ତାଙ୍କର କଠିନ ପରିଶ୍ରମ ଆଗରେ ହାର ମାନିଛି ସମାଜର ଟାହି, ଟାପରା । ଆଗକୁ ଅନେକ ସ୍ୱପ୍ନ ଦେଖିଛନ୍ତି ଦୀପା । ସମାଜ ପାଇଁ ଅନେକ କିଛି କରିବାକୁ ପ୍ରସ୍ତୁତ କରିଛନ୍ତି ଯୋଜନା।

କଟକ ହରିପୁର ଅଞ୍ଚଳର ଦୀପା କିନ୍ନର । ବାପା ମା’ ଙ୍କ ନଜରରେ ଦିନେ ପୁଅ ଥିଲେ ଦୀପା । ଆଉ ସେଥିପାଇଁ ପରିବାର ଲୋକେ ବେଶ୍‌ ଖୁସି ଥିଲେ । କିନ୍ତୁ ଭଗବାନଙ୍କ ସୃଷ୍ଟି କିଛି ଅଲଗା । ପୁଅ ହେଲେ ମଧ୍ୟ ଦୀପାଙ୍କୁ ପୁଅଙ୍କର ପୋଷାକ ଭଲ ଲାଗୁନଥିଲା । ସେଥିପାଇଁ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବେଳେ ଅର୍ଥାତ୍ ୧୨ବର୍ଷ ବୟସରୁ ପାଲଟିଗଲେ ଝିଅ । ପରେ ପରିବାର ଲୋକଙ୍କ ନିନ୍ଦା ଅପବାଦ ସାଙ୍ଗକୁ ସମାଜ ଆଖିରେ ଘୃଣା ଏବଂ ତାତ୍ସଲ୍ୟର ପାତ୍ର ହୋଇଥିଲେ । ସଂକୀର୍ଣ୍ଣ ମାନସିକତାର ଲୋକଙ୍କ ଉପହାସର ପାତ୍ର ହେଲେ ଦୀପା। କିନ୍ତୁ ହାର ନ ମାନି ନିଜ ଲକ୍ଷକୁ ମଜଭୁତ କରି, ରାଣୀହାଟ ହାଇସ୍କୁଲ ରୁ ରେଭେନ୍ସା ଓ ଏବେ ଉତ୍କଳ ବିଶ୍ୱବିଦ୍ୟାଳୟରେ, ଉଦ୍ଭିଦ ବିଜ୍ଞାନରେ ପି ଏଚ୍‌ ଡି ଡ଼ିଗ୍ରୀ ପାଇଁ ପ୍ରଥମ କିନ୍ନର ଭାବରେ ନାମ ଲେଖାଇଛନ୍ତି।

ପାଠ ପଢା ଦିଗରେ ଅଜସ୍ର ପରିଶ୍ରମ ଓ ନିଷ୍ଠା ହିଁ ତାଙ୍କୁ ଏହି ସଫଳତା ପ୍ରଦାନ କରିଛି ।ଆଉ ଦୀପାଙ୍କ ଏହି ସଫଳତା ପାଇଁ କିନ୍ନର ସମାଜ ଠୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରଶଂସାର ସୁଅ ଛୁଟୁଛି । କିନ୍ତୁ ବିଡ଼ମ୍ବନା ର ବିଷୟ ଆଜିକୁ ଠିକ୍‌ ଆଠବର୍ଷ ତଳେ ଏକ ଦୁର୍ଘଟଣାର ଶିକାର ହୋଇ ଦୀପା ନିଜର ବାକଶକ୍ତି ହରାଇ ବସିଛନ୍ତି। ଅସ୍ପଷ୍ଟ ଭାବରେ, ଖୁବ ଧୀରେ କହୁଛନ୍ତି କଥା। ଦୀପାଙ୍କୁ ଭଲ କରିବା ପାଇଁ ଗଣମାଧ୍ୟମ ଆଗରେ ସରକାରଙ୍କୁ ସାହାର୍ଯ୍ୟର ଅନୁରୋଧ କରିଛନ୍ତି ସାଥି ମିଠି କିନ୍ନର । ଯଦି ସରକାର ଏହି ଦିଗରେ କୌଣସି ହସ୍ତକ୍ଷେପ କରନ୍ତି ତେବେ ଦୀପା ସାରା ଜୀବନ କଥା କହିବା ସହ କିନ୍ନର ସମାଜ ରେ ଏକ ନୂତନ ସମ୍ଭାବନା ସୃଷ୍ଟି କରିବ ବୋଲି ସାଥି କିନ୍ନର କହିଛନ୍ତି।

କୁହାଯାଏ ଦୃଢ ଇଚ୍ଛାଶକ୍ତି ବଳରେ ସବୁକିଛି ସମ୍ଭବ ହୋଇଥାଏ । ଯାହାକୁ ପ୍ରମାଣ କରି ଦେଖାଇଛନ୍ତି କିନ୍ନର ଦୀପା । ସବୁ ବାଧାବିଘ୍ନ ଓ ପ୍ରତିବନ୍ଧକକୁ ପାର କରି ଜୀବନରେ ସଫଳତାର ସିଡି ଚଢିଚାଲିଛନ୍ତି, ଆଉ ସମଗ୍ର କିନ୍ନର ସମାଜ ପାଇଁ ଆଣିଛନ୍ତି ଗର୍ବ ଆଉ ଗୌରବ । ଆଶା କରୁଛୁ ଆଗକୁ ନିଶ୍ଚିତ ଭାବେ ନିଜର ସଂଘର୍ଷ-ସଫଳତାର ଅନୁଭବ ନିଜ ପାଟିରେ ବଖଣିବାରେ ସକ୍ଷମ ହେବେ ଦୀପା । ସ୍ପଷ୍ଟ ଭାବରେ ବଡ଼ ପାଟିରେ କଥା କହି ପାରିବେ।

Sonalisa

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

4 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

20 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

33 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

42 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

46 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago