ଯଦି ଲାଞ୍ଚ ମାଗେ ଟ୍ରାଫିକ ପୋଲିସ ତାହେଲେ ହେବ ଏପରି…

ସେପ୍ଟେମ୍ବର ୧ ତାରିଖ ଠାରୁ ସାରା ଦେଶରେ ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହୋଇଛି । ଦୁର୍ଘଟଣା ରୋକିବା ଓ ଟ୍ରାଫିକ ନିୟମକୁ କଡାକଡି କରିବା ପାଇଁ ଦିଲ୍ଲୀ ପୋଲିସ ଏହି ବଡ଼ ପଦକ୍ଷେପ ନେଇଛନ୍ତି । ବର୍ତ୍ତମାନ ଲାଞ୍ଚ ନେଉଥିବା ଆଉ ଦେଉଥିବା ଲୋକମାନେ ବର୍ତ୍ତୀ ପାରିବେ ନାହିଁ । କାରଣ ବର୍ତ୍ତମାନ ଟ୍ରାଫିକ ଅଧିକାରୀ ମାନେ ଚାଲାଣ କାଟିବା ସମୟରେ ବଡ଼ି କ୍ୟାମେରା ପିନ୍ଧିବାକୁ ପଡିବ । କେବଳ ସେତିକି ନୁହେଁ ଯଦି ପୋଲିସକର୍ମୀ ଗାଡି ଚାଳକ ମାନଙ୍କୁ ଲାଞ୍ଚ ମାଗନ୍ତି ତାହେଲେ ତାଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ପୋଲିସକର୍ମୀ ଲାଞ୍ଚ ମାଗିଲେ ତାଙ୍କୁ ଦୁଇଗୁଣ ଚାଲାଣ ଭରିବାକୁ ପଡିବ ବୋଲି କୁହାଯାଇଛି ।

अगर ट्रैफिक पुलिस ने आपसे मांगी घूस तो होगा ऐसा...

ଟ୍ରାଫିକ ପୋଲିସର ଜଏଣ୍ଟ କମିଶନର ମିନୁ ଚୌଧୁରୀଙ୍କ ଆଦେଶ ଅନୁଯାୟୀ ଦିଲ୍ଲୀର ସମସ୍ତ ପୋଲିସକର୍ମୀ ମାନଙ୍କୁ ଟ୍ରାଫିକ ନିୟମ ପାଳନ କରିବାକୁ ପଡିବ । ଯଦି କୌଣସି ପୋଲିସକର୍ମୀ ନିୟମ ଭାଙ୍ଗିବାକୁ ଚେଷ୍ଟା କରନ୍ତି ତାହେଲେ ତାଙ୍କଠାରୁ ଡବଲ ଜୋରିମାନା ଆଦାୟ କରାଯିବ ।

Related image

ନୂତନ ମୋଟର ଭେଇକିଲ ଆକ୍ଟରେ ସେକ୍ସନ ୨୧୦B ଅନୁଯାୟୀ ଯଦି ଏମଭିଆଇର କୌଣସି ଅଧିକାରୀ ଏହି ନିୟମକୁ ଉଲ୍ଲଙ୍ଘନ କରନ୍ତି ତାହେଲେ ତାଙ୍କଠାରୁ ଡବଲ ଜୋରିମାନା ଆଦାୟ କରାଯିବ ।

Image result for corrupt traffic police

ଏହାସହ ପଢନ୍ତୁ ଦୀର୍ଘ ତିନିବର୍ଷ ହେଲା ବ୍ୟକ୍ତିଙ୍କ ଜୀବନ ପଛରେ ପଡିଛି କାଉ, ନେବାକୁ ଚାଁହୁଛି ନିଜ ପିଲା ମୃତ୍ୟୁର ପ୍ରତିଶୋଧ

ସୋମବାର ଜଏଣ୍ଟ କମିଶନର ନରେନ୍ଦ୍ର ସିଂ ବୁନ୍ଦେଲା କହିଥିଲେ ଯେ ” ଯାତାୟାତ ନିୟମ ଉଲ୍ଲଙ୍ଘନ କରୁଥିବା ଲୋକଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଧିକାରୀମାନେ ବଡି କ୍ୟାମେରା ପିନ୍ଧିବାକୁ ପଡିବ । ଉଲ୍ଲଙ୍ଘନ ଏବଂ ଚାଲାଣ ରେକର୍ଡ କରିବା ପାଇଁ ଆମେ ୬୨୬ଟି ବଡ଼ି କ୍ୟାମେରାର ବ୍ୟବହାର କରୁଅଛୁ । ନୂଆ ନିୟମ ଲାଗୁ ହେବାପରେ ବର୍ତ୍ତମାନ ଟ୍ରାଫିକ ପୋଲିସ ଆକ୍ସନ ମୋଡ଼କୁ ଆସିଯାଇଛି ଏବଂ ନିୟମ ଉଲ୍ଲଙ୍ଘନ କରୁଥିବା ଲୋକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।