ଡେଲିଭରି ବୟରୁ ଆଜି ବନିଗଲେ ସିଭିଲ୍ ଜର୍ଜ….ନିଜ ପରିଶ୍ରମର କାହାଣୀ ବଖାଣିଲେ ୟାସିନ୍

କଥାରେ ଅଛି କଷ୍ଟ କଲେ କୃଷ୍ଣ ମିଳେ । ଯଦି ଆପଣ କଷ୍ଟ କରିଛନ୍ତି ତାହେଲେ ଡେରିରେ ହେଉ ଆପଣ ନିଶ୍ଚୟ ସଫଳତା ପାଇବେ । ଆପଣଙ୍କ ପରିଶ୍ରମ କେବେ ବୃଥା ହେବନାହିଁ । ହଁ ଆଜ୍ଞା ଏଭଳି ଏକ କାହାଣୀ ଆମେ ଆପଣଙ୍କୁ କହିବୁ । ଯାହା ପଢିଲା ପରେ ଆପଣ ବହୁତ କିଛି ଶିଖି ପାରିବେ । କେରଳ ନାୟିକ ସେବା ପରିକ୍ଷା ୨୦୨୪ ରେ ଦ୍ବିତୀୟ ସ୍ଥାନରେ ରହି ସିଭିଲ ଜଜ ହେବାପାଇଁ ଯୋଗତା ହାସଲ କରିଛନ୍ତି ୟାସିନ ଖାନ ମହମ୍ମଦ ।

ତାଙ୍କର ସଫଳତାର ରାଜ ହେଉଛି ନିଷ୍ଠା ଓ ପରିଶ୍ରମ । ୟାସିନଙ୍କ ଜୀବନ ହେଉଛି ଏପରି ଏକ ସଂଘର୍ଷ ଯାହାକୁ ଜାଣିଲେ ବହୁ ଲୋକଙ୍କ ଜୀବନରେ ପରିବର୍ତନ ହୋଇପାରିବ । ଖାସ କରି ଯେଉଁମାନେ ଅନୁମାନ କରୁଛନ୍ତି କି ସେମାନଙ୍କ ଜୀବନ ହତାଶ ଓ ସଂଘର୍ଷ ପୁର୍ଣ୍ଣ ,ଅନ୍ଧାକାରମୟ ଓ ନିରାଶ ସେହିବ୍ୟକ୍ତି ମାନେ ନିହାତି ତାଙ୍କ ଜୀବନ ବିଷୟରେ ଜାଣିବା ଆବଶକ । ୟାସିନ ହେଉଛନ୍ତି କେରଳର ପଲକ୍କଡ ଜିଲ୍ଲାର ବାସିନ୍ଦା । ୧୪ ବର୍ଷ ବୟସରେ ୟାସିନଙ୍କ ମା ଙ୍କର ତାଙ୍କର ବିବାହ ହୋଇଯାଇଥିଲା ଏବଂ ୧୯ ବର୍ଷ ବୟସରେ ୟାସିନଙ୍କ ମା ଙ୍କ ବିବାହ ବିଛେଦ ହୋଇଯାଇଥିଲା ।

ସେ ନିଜ ପ୍ରଥମ ଛୁଆକୁ ୧୫ ବର୍ଷ ବୟସରେ ଜନ୍ମ ଦେଇଥିଲେ । ୟାସିରଙ୍କ ବାପାଙ୍କ ସହ କେବେ କୌଣସି ସମ୍ପର୍କ ନଥିଲା । ଏକୁଟିଆ ୟାସିନଙ୍କ ମା ନିଜର ଦୁଇପୁଅ ଓ ଜେଜେମାଙ୍କ ଖବର ବୁଝୁଥିଲେ । ସେ ଦିନ ମଜୁରିଆ ଭାବେ କାମ କରୁଥିଲେ । ଗରିବ ଲୋକଙ୍କ ପାଇଁ ରାଜ୍ୟ ସରକାରଙ୍କର ଆବାସ ଯୋଜନାରେ ଏହି ପରିବାରକୁ ଛାତଟିଏ ମିଳିଥିଲା । ୟାସିନ ସବୁବେଳେ ପୁରୁଣା ଡ୍ରେସ ପିନ୍ଧୁଥିଲେ । ବହି କିଣିବା ପାଇଁ ତାଙ୍କ ପାଖରେ ଟଙ୍କା ନଥିଲା । ଆର୍ଥିକ ଅଭାବ ଯୋଗୁ ୟାସିନ ପେପର ବାଣ୍ଟିବା ସହ ଖୀର ଘରଘରକୁ ନେଇ ବିକ୍ରି କରିଦେବା ଭଳି କାମ ଆରମ୍ଭ କରିଦେଇଥିଲେ ।

ସେ ପିଲାଟି ଦିନୁ ନିଜ ପାଠ ପଢିବା ସହ ପରିବାର ର ବୋଝକୁ ସମ୍ଭାଳିବାରେ ଲାଗିଲେ । ବହୁତ ଥର ସେ ଦିନ ମଜୁରିଆ ହୋଇ କାମ କରିବା ଆରମ୍ଭ କରିଦେଇଥିଲେ । ୟାସିନ ମନେ ପକାନ୍ତି ତାଙ୍କ ସ୍କୁଲ ଦିନ ଗୁଡିକରେ ସେ ଏକ ଦୁର୍ବଳ ଛାତ୍ର ଥିଲେ । ପାଠରେ ଅଧିକ ସମୟ ଦେବା ପାଇଁ ତାଙ୍କ ପାଖରେ ସମୟ ର ଅଭାବ ରହିଥିଲା । ତାଙ୍କର ମାର୍ଗ ଦର୍ଶନ କରିବା ପାଇଁ କେହି ନଥିଲେ । ଦ୍ବାଦଶ ଶ୍ରେଣୀପରେ ପଲିଟେକନିକ କଲେଜରେ ଇଲେକ୍ଟ୍ରୋନିକ୍ସରେ ଡିପ୍ଲୋମା କୋର୍ସ ଶେଷ କରିଥିଲେ ।

ସେ କହିଛନ୍ତି ଡିପ୍ଲୋମା ଏକ ଦକ୍ଷ ଭିତ୍ତିକ ପାଠ ହୋଇଥିବାରୁ ତାଙ୍କୁ ଚାକିରି ଖୋଜିବା ପୋଇଁ ଅଧିକ ସୁବିଧା ମିଳିଥିଲା । ଗଣିତ,ଇଂଗ୍ରାଜି ଓ ହିନ୍ଦିରେ ଲଗାତାର ଭାବରେ ଫେଲ୍ ହେବା ଓ ଦ୍ୱାଦଶରେ ଫେଲ ହୋଇ ପାଠ ଛାଡିଥିବା ଛାତ୍ର ଯେ ଆଜି ଜଜ୍ ତାହା ଯିଏ ବି ଶୁଣିବ ଅବିଶ୍ୱାସ କରିବ । ସେ ଗୋଟିଏ ବର୍ଷ ପର୍ଯନ୍ତ ଗୁଜୁରାଟରେ ଏକ ଛୋଟ ଚାକିରି କରିଥିଲେ । ଏହାପରେ କେରଳ ଫେରିଆସିଥିଲେ । ସେ ନିଜର ଆଇନ ଶିକ୍ଷା କୁ ଆଗକୁ ବଢାଇବାକୁ ପ୍ରଥମେ ଲୋକ ପ୍ରଶାସନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ।

ସେ ରାଜ୍ୟ ଆଇନ ଆଡମିଶନ ପରୀକ୍ଷାରେ ୪୬ତମ ପଦବୀ ହାସଲ କରି ସମ୍ମାନଜନକ ସରକାରୀ ଆଇନ ମହାବିଦ୍ୟାଳୟ ଏର୍ନାକୁଲମରେ ଆଡମିଶନ ପାଇଲେ । ସ୍ନାତକୋତ୍ତର ଅଧ୍ୟୟନ ସମୟରେ, ସେ ସ୍କୁଲ ପିଲାମାନଙ୍କୁ ଟ୍ୟୁସନ ଶିକ୍ଷା ଦେଇଥିଲେ ଏବଂ LLB ଅଧ୍ୟୟନ ସମୟରେ ସେ LLB ଶିକ୍ଷା ଦେଇଥିଲେ । COVID-୧୯ ମହାମାରୀ ନହେବା ପର୍ଯ୍ୟନ୍ତ ସେ ଜୋମାଟୋ ବୟ ଭାବରେ କାର୍ଯ୍ୟ କରିଥିଲେ ।
କେରଳ ନ୍ୟାୟିକ ସେବା ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ସୁରକ୍ଷିତ କରିବା ଯାହା ସେ କେବେ ଆଶା କରିନଥିଲେ ।

ତାଙ୍କର ଲକ୍ଷ୍ୟ ଥିଲା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଏବଂ ଚାକିରି ପାଇବା। ଏହା ତାଙ୍କର ଦ୍ୱିତୀୟ ପ୍ରୟାସ ଥିଲା। ସେ ପ୍ରଥମ ପ୍ରୟାସରେ ୫୮ ତମ ମାନ୍ୟତା ପାଇବାରେ ସଫଳ ହୋଇଥିଲେ ।ୟାସିନ୍ ତାଙ୍କର ଜଣେ ଘନିଷ୍ଠ ବନ୍ଧୁଙ୍କ ପ୍ରତି ଗଭୀର କୃତଜ୍ଞତା ଜଣାଇଥିଲେ, ଯିଏ ତାଙ୍କ ସଂଘର୍ଷ ସମୟରେ ତାଙ୍କୁ ଆର୍ଥିକ ସହାୟତା କରିଥିଲେ । ୟାସିନଙ୍କୁ ମାତ୍ର ୨୯ ବର୍ଷ ବୟସରେ ସବୁ ପରିସ୍ଥିତିର ସାମ୍ନା କରି ସେ ଆଜି ସଫଳ ହୋଇପାରିଛନ୍ତି । ଯାହା ସମସ୍ତଙ୍କ ପାଇଁ ଏକ ଉଦାହରଣ ।

Also read:ବ୍ୟାଙ୍କ ସୁଇପରରୁ ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର: ଆଶ୍ଚର୍ଯ୍ଯ ଲାଗୁଥିଲେ ବି ସତ ଏ କାହାଣୀ

 

 

 

You might also like