କୃଷକଙ୍କ ଅଜବ ଜୁଗାଡ, କୁଲର ମାଧ୍ୟମରେ ଧାନରୁ ଅଗାଡି ସଫା

ଖାଦ୍ୟ ହେଉଛି ଆମ ଜୀବନ । କାରଣ ଖାଦ୍ୟ ବିନା ବଞ୍ଚିବା ଅସମ୍ଭବ । ପୁଣି ଆମ ଭାରତୀୟଙ୍କର ସବୁଠାରୁ ମୁଖ୍ୟ ଖାଦ୍ୟ ହେଉଛି ଭାତ । ଭାରତୀୟମାନେ ଯେକୌଣସି ସ୍ଥାନକୁ ଯାଆନ୍ତୁ ନା କାହିଁକି , ଯେମିତି ଭିନ୍ନ ଭିନ ଖାଦ୍ୟ ଖାଆନ୍ତୁ ନା କାହିଁକି କିନ୍ତୁ ପ୍ରଥମ ପ୍ରାଧାନ୍ୟ ରହିବ ଭାତ । ସମସ୍ତେ ଜାଣନ୍ତି ଧାନରୁ ଚାଉଳ ଆଉ ଚାଉଳରୁ ଭାତ ହୋଇଥାଏ ବୋଲି । ତେବେ ଏହି ଧାନକୁ ଆପଣ ଧାନ ମେସିନ ମାଧ୍ୟମରେ ସଫା ହେଉଥିବା ଦେଖିଥିବେ । ହେଲେ ଆଜି ଏହି ଭିଡିଓଟି ଦେଖିବା ପରେ ହୁଏତ ଆପମ ଜାଣିପାରିବେ କି ଜଣେ ଚାଷୀର ଅମଳ କରିବାରେ କରିବାରେ ଯେତେ ଉପାୟ ଅଛି , ସେ ଅମଳ କରିଥିବା ଖାଦ୍ୟକୁ କେମିତି ଠିକ ଭାବେ କାମରେ ଲଗାଇବ ଓ ସଞ୍ଚୟ କରିବ ତାହା ମଧ୍ୟ ତାକୁ ଭଲ ଭାବେ ଜଣା । ପୁଣି ଆମ ଭାରତୀୟ ଲୋକେ ତ ନୂଆ ନୂଆ ଘୋରୋଇ ବିକଳ୍ପ ବାହାର କରିବାରେ ପୁରା ଆଗୁଆ । ବେଳେ ବେଳେ ଏମିତି କିଛି କରିଦିଅନ୍ତି ଯେ ସେ ନିଜେ ବି ଜାଣି ନଥାଆନ୍ତି ସେହି ଉପାୟ କେତେ ଉପଯୋଗୀ ।

desi jugad
Picture Credit – Goan Connection

ଠିକ ସେମିତି ଜଣେ କୃଷକ ପରିବାର ମଧ୍ୟ ଏମିତି କରି ଦେଖାଇଛନ୍ତି । ସାଧାରଣ ଭାବେ ଧାନ ମେସିନରେ ଧାନକୁ ସଫା କରାଯାଏ କିନ୍ତୁ ଆପଣ କେବେ ଦେଖିଛନ୍ତି କି କୁଲରରେ ଧାନର ଅଗାଡି ସଫା ହେବା । ଦେଖନ୍ତୁ ଏହି ଭିଡିଓଟିକୁ କେମିତି ନିଜ ବୁଦ୍ଧି ଖଟାଯାଇ କୁଲରେ ହେଉଛି ଧାନ ଅଗାଡି ସଫା । ତେବେ ଇଣ୍ଟରନେଟରେ ଆପଣ ଅନେକ ଭିଡିଓ ଦେଖିଥିବେ । ଯାହାକୁ ଦେଖି ଲୋକେ ବେଳେବେେ ଳ ପସନ୍ଦ କରନ୍ତି ତ ପୁଣି କିଛି ଭିଡିଓ ଦେଖି ପସନ୍ଦ କରନ୍ତିନି । ହେଲେ ଏହି ଦେଶି ଟ୍ରିକ ଟି ସମସ୍ତଙ୍କ ମନକୁ ଆସିଛି । ପୁଣି ଚାଷୀଙ୍କ ପାଇଁ ଚାଷ କାମ କରିବା ଯେତେ କଷ୍ଟ ନୁହେଁ , ଉପାର୍ଜନ କରିଥିବା ଅମଳକୁ ଠିକ ଭାବେ ରଖିବା ଆଉ ତାକୁ ପୁଣି ବ୍ୟବହାର ଉପଯୋଗୀ ବନାଇବା ତା ଠାରୁ ଅଧିକ କଷ୍ଟ । ତେଣୁ କୃଷି ପରିବାରର ମହିଳାମାନେ ଥ୍ରେସର ବଦଳରେ ଏହି ଦେଶୀ କୌଶଳଟି ଆପଣାଇ ଅତି ସହଜରେ ଧାନକୁ ସଫା କରୁଛନ୍ତି ।

ଏହାକୁ ଏପରି ରୂପେ କରାଯାଉଛି ଯେ ଗୋଟେ ପାର୍ଶ୍ୱରେ ସଫା ହୋଇଥିବା ଧାନ ତଳେ ପଡୁଛି ଓ ଅଗାଡି ସବୁ ଅନ୍ୟ ପରେ ପଡୁଛି । ପୁଣି ଏହି କୁଲର ଟ୍ରିକ କରିବା ଦ୍ୱାରା କେତେ ଭଲ ଭାବରେ ଧାନରୁ ଅଗାଡି ଅଲଗା ହୋଇଯାଇଛି । ତେବେ ଆଜିକାଲି ଅନେକ ଲୋକେ ନିଜ ବୁଦ୍ଧି ବିବେକ ଖଟାଇ ଏମିତି କିଛି ବିକଳ୍ପ ବାହାର କରୁଛନ୍ତି ଯେ ଯାହା ପାଇଁ ତାଙ୍କୁ ଯେତେ ପ୍ରସଂଶା କଲେ ମଧ୍ୟ କମ ହେବ ନାହିଁ । କାରଣ ଏହା ଦ୍ୱାରା ସେମାନେ ସ୍ୱଳ୍ପ ସମୟ ଭିତରେ ତାଙ୍କ କାମ ସାରିପାରନ୍ତି । । ତେବେ  ଆପଣ ମଧ୍ୟ ଏଇ ପ୍ରଣାଳୀ ସବୁ ବ୍ୟବହାର କରି କମ ଖର୍ଚରେ ଏମିତି କାମ କରି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.