ଏ କ’ଣ! ଭୟଙ୍କର ଦୁର୍ଘଟଣା ପରେ ବି ରାସ୍ତାରେ ଅଜବ ହରକତ କରିବାକୁ ଲାଗିଲେ ବାଇକ୍‌ ଚାଳକ, ଭିଡିଓ ଦେଖି ଲୋକେ ଚକିତ

ଆପଣ ସଡ଼କ ଦୁର୍ଘଟଣା ଅନେକ ଦେଖିଥିବେ, କିନ୍ତୁ ଆଜି ଆମେ ଯେଉଁ ସଡ଼କ ଦୁର୍ଘଟଣା ବିଷୟରେ କହିବୁ, ତାହା ହୁଏତ ପୂର୍ବରୁ କେବେ ଦେଖି ନ ଥିବେ। ଏହି ଭିଡିଓ ଦେଖିଲେ ଆପଣଙ୍କ ହୋଶ୍‌ ଉଡ଼ିଯିବ। କାହିଁକି ନା, ଭିଡିଓ ଏତେ ଭୟଙ୍କର ରହିଛି ଯେ କେହି ଏହାକୁ ସହଜରେ ବିଶ୍ୱାସ କରିପାରିବେ ନାହିଁ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଦେଖି ପାରିବେ ଯେ ଦ୍ରୁତ ଗତିରେ ଜଣେ ବାଇକ୍‌ ଚାଳକ ଭୁଲ୍‌ ପାର୍ଶ୍ୱରୁ ଆସୁଛନ୍ତି ଏବଂ ସେହି ସମୟରେ ଏକ କାର୍‌ ତାଙ୍କୁ ଜୋରଦାର ଧକ୍କା ଦେଉଛି, ଯାହାଫଳରେ ସେ ବାଇକ୍‌ ସହ ଘୋଷାଡ଼ି ହୋଇ କିଛି ଦୂରରେ ଛିଟିକି ପଡ଼ୁଛନ୍ତି। ଆଉ ବାଇକ୍‌ଟି ଶକ୍ତ ଧକ୍କାରେ ଭାଙ୍ଗି ଚୁର୍‌ମାର ହୋଇଯାଉଛି।

କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଲା, ଭିଡିଓରେ ଆଗକୁ ଯାହା ଦେଖିବାକୁ ମିଳୁଛି, ତାହା ବିଷୟରେ ଆପଣ କଳ୍ପନା ସୁଦ୍ଧା କରିପାରିବେ ନାହିଁ। ଏତେ ବଡ଼ ଦୁର୍ଘଟଣା ସତ୍ତ୍ୱେ ବାଇକ୍‌ ଚାଳକ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ଅଛନ୍ତି। ଆଉ ଦୁର୍ଘଟଣା ପରେ ସେ ଚଟାପଟ୍‌ ତଳୁ ଉଠି ପଡ଼ୁଛନ୍ତି ଏବଂ ସେଠି ଛିଡ଼ା ହୋଇ ଅଜବ ହରକତ କରିବାକୁ ଲାଗୁଛନ୍ତି। ବ୍ୟକ୍ତି ଜଣକ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଆରାମରେ ଯାଉଛନ୍ତି, ପୁଣି ଅଜବ ପ୍ରକାର କାରନାମା କରୁଛନ୍ତି। ତାଙ୍କୁ ଦେଖିଲେ ଲାଗୁଛି, ଯେପରି ତାଙ୍କର କିଛି ବି ହୋଇନାହିଁ।

ତେବେ ଏହି ଭିଡିଓ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି। ଭିଡିଓକୁ ଟ୍ଵିଟରରେ @ndagels ନାମକ ୟୁଜର ସେୟାର କରିଛନ୍ତି, ଯାହାକୁ ଏ ପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଲାଣି। ଲୋକେ ଏହାକୁ ଦେଖି ବିଭିନ୍ନ ପ୍ରକାର କମେଣ୍ଟ ଦେବାରେ ଲାଗିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.