ସ୍ପେଶାଲ

ଅଭିଶାପ ପାଇଥିଲେ କିନ୍ତୁ ଶ୍ରୀ ଅଙ୍ଗରେ ଲାଗି ହେଲେ

ହିନ୍ଦୁ ଧର୍ମର ପ୍ରତ୍ୟେକ ଲୋକ ଘରେ ତୁଳସୀ ଗଛ ରଖି ପୂଜା କରି ଥାଆନ୍ତି। ମାନ୍ୟତା ରହିଛି ଯେ ଏହା ଭଗବାନ ଶ୍ରୀକୃଷ୍ଣଙ୍କ ସ୍ୱରୂପ ହୋଇଥାଏ। ତୁଳସୀ ଭଗବାନ କୃଷ୍ଣଙ୍କର ଅତି ପ୍ରିୟ ହୋଇଥାଏ। ହିନ୍ଦୁ ଧର୍ମର ପ୍ରତ୍ୟେକ ପୂଜା ପାଠରେ ତୁଳସୀର ଏକ ଅଲଗା ମହତ୍ତ୍ୱ ରହିଥାଏ। ବିଭିନ୍ନ ମାଙ୍ଗଳିକ କାର୍ଯ୍ୟରେ ମଧ୍ୟ ତୁଳସୀ ଗଛର ବିଶେଷ ମହତ୍ତ୍ବ ରହିଥାଏ। ଭଗବାନ ଶ୍ରୀ ବିଷ୍ଣୁଙ୍କ ପ୍ରିୟ ହୋଇଥିବା କାରଣରୁ ଲକ୍ଷ୍ମୀ ରୂପୀ ମାଆ ତୁଳସୀଙ୍କ ବିନା ଭଗବାନ କୌଣସି ପ୍ରସାଦ ସେବନ କରନ୍ତି ନାହିଁ। କିନ୍ତୁ ତୁଳସୀ ଭଗବାନ ଶିବ ଏବଂ ଶ୍ରୀ ଗଣେଶଙ୍କ କୌଣସି ପୂଜାରେ ଅର୍ପଣ କରାଯାଏନାହିଁ। ତେବେ ଏହା ପଛରେ କ’ଣ କାରଣ ରହିଛି , ଯେଉଁଥିପାଇଁ ମାତା ତୁଳସୀ ଭଗବାନ ଶିବ ଏବଂ ଗଣେଶଙ୍କୁ ପସନ୍ଦ ଆସିନଥାଆନ୍ତି। ଆସନ୍ତୁ ଜାଣିବା ଏହା ପଛରେ ଥିବା ବିଶେଷ କାରଣ..

ପୂର୍ବ ଜନ୍ମରେ ତୁଳସୀଙ୍କ ନାଁ ବୃନ୍ଦା ଥିଲା ଏବଂ ସେ ଜଳନ୍ଧର ନାମକ ରାକ୍ଷସଙ୍କ ପତ୍ନୀ ଥିଲେ। ଏହି ରାକ୍ଷସ ବୃନ୍ଦାଙ୍କ ଉପରେ ଖୁବ୍ ଅତ୍ୟାଚାର କରୁଥିଲେ। ଏଥିପାଇଁ ଜଳନ୍ଧରଙ୍କୁ ଦଣ୍ଡ ଦେବାପାଇଁ ଭଗବାନ ଶିବ ବିଷ୍ଣୁଙ୍କୁ ନିବେଦନ କରିଥିଲେ। ଏହା ପରେ ବିଷ୍ଣୁ ଛଳ କରି ବୃନ୍ଦାଙ୍କ ପତିବ୍ରତ ଧର୍ମ ଭଙ୍ଗ କରି ଦେଇଥିଲେ। ବୃନ୍ଦା ଯେତେବେଳେ ଜାଣିଲେ ଯେ ଭଗବାନ ବିଷ୍ଣୁ ତାଙ୍କ ପତିବ୍ରତା ଧର୍ମ ଭଙ୍ଗ କରିଛନ୍ତି ସେତେବେଳେ ସେ ବିଷ୍ଣୁଙ୍କୁ ପଥର ହୋଇଯିବାର ଅଭିଶାପ ଦେଲେ।

ଏହା ପରେ ଭଗବାନ ବିଷ୍ଣୁ ମାତା ତୁଳସୀଙ୍କୁ କହିଥିଲେ ଯେ ସେ ଜଳନ୍ଧରଙ୍କ କବଳରୁ ତାଙ୍କୁ ରକ୍ଷା କରିବାପାଇଁ ଏହା କରିଥିଲେ। କିନ୍ତୁ ଏବେ ବିଷ୍ଣୁ ତାଙ୍କୁ କାଠ ହୋଇଯିବାର ଅଭିଶାପ ଦେଇଦେଲେ। ଆଉ ଏହି ଅଭିଶାପ ପରେ ମାତା ତୁଳସୀ ସବୁଦିନ ପାଇଁ ଗଛ ହୋଇଗଲେ। ତେଣୁ ଶିବଙ୍କ ପୂଜାରେ ତୁଳସୀ ପରିବର୍ତ୍ତେ ବେଲପତ୍ର ଚଢ଼ାଯାଇଥାଏ କାରଣ ତୁଳସୀ ଅଭିଶପ୍ତ। ଦ୍ବିତୀୟରେ ଶିବଙ୍କ ପୂଜାରେ ତୁଳସୀ ପତ୍ର ଏଥିପାଇଁ ଚଢ଼ାଯାଇନଥାଏ କାରଣ ତୁଳସୀ ଭଗବାନ ବିଷ୍ଣୁଙ୍କ ପାଟରାଣୀ। ତୁଳସୀ ମାତା ତାଙ୍କ ତପସ୍ୟା ବଳରେ ବିଷ୍ଣୁଙ୍କୁ ତାଙ୍କ ପତି ଭାବେ ପ୍ରାପ୍ତ କରିଥିଲେ।

pc: times now

ସେହିପରି ଥରେ ଗଣେଷ ଗଙ୍ଗା କୂଳରେ ତପସ୍ୟା କରୁଥିଲେ। ଆଉ ମାତା ତୁଳସୀ ନିଜ ବିବାହର ଇଚ୍ଛାକୁ ପୂର୍ଣ୍ଣ କରିବା ପାଇଁ ତୀର୍ଥ ଯାତ୍ରା କରୁଥିଲେ। ସମସ୍ତ ତୀର୍ଥସ୍ଥଳୀ ଭ୍ରମଣ କରିବା ପରେ ଦିନେ ସେହି ଗଙ୍ଗା ତଟରେ ଆସି ପହଁଚିଲେ, ଯେଉଁଠି ଭଗବାନ ଗଣେଶ ତପସ୍ୟ କରୁଥିଲେ। ଭଗବାନ ଗଣେଶଙ୍କୁ ତପସ୍ୟା କରୁଥିବାର ଦେଖି ତୁଳସୀ ମୋହିତ ହୋଇଗଲେ ଏବଂ ସେ ଭଗବାନ ଗଣେଶଙ୍କୁ ବିବାହ କରିବାକୁ ମନସ୍ଥ କରିନେଲେ। ଆଉ ସେ ଗଣେଶଙ୍କ ତପସ୍ୟା ଭଙ୍ଗ କରି ତାଙ୍କ ସାମ୍ନାରେ ବିବାହ ପ୍ରସ୍ତାବ ରଖିଦେଲେ। ତପସ୍ୟା ଭଙ୍ଗ ହେବା କାରଣରୁ ଗଣେଶ କ୍ରୋଧାନ୍ଵିତ ହୋଇଗଲେ ଏବଂ ତାଙ୍କ ବିବାହ ପ୍ରସ୍ତାବକୁ ଖଣ୍ଡନ କରିଦେଲେ। ଆଉ କହିଲେ ତୁମେ ବ୍ରହ୍ମଚାରୀ। ଆଉ ଏହା ଶୁଣି ମାତା ତୁଳସୀ ମଧ୍ୟ ଗଣେଶଙ୍କୁ ଅଭିଷାପ ଦେଇଦେଲେ ଆଉ କହିଲେ ତାଙ୍କର ଦୁଇଟି ବିବାହ ହେବ।

ଏହା ଶୁଣି ଗଣେଶ ତାଙ୍କୁ ଅଭିଶାପ ଦେଇଦେଲେ ଏବଂ କହିଲେ ତାଙ୍କ ବିବାହଏକ ଅଶୁର ଶଙ୍ଖଚୁର୍ଣ୍ଣଙ୍କ ସହ ହୋଇଗଲା। ଏହାପରେ ତୁଳସୀ ଗଣେଶଙ୍କୁ କ୍ଷମା ମାଗିଲେ। ତେବେ ଗଣେଶ ତ କ୍ଷମା କରିଦେଲେ କିନ୍ତୁ ତାଙ୍କ ପୂଜାରେ ଚଢ଼ାଇଲେ ଅଶୁଭ ବୋଲି ଧରାଯିବ ବୋଲି କହିଲେ। ସେହିଦିନ ଠାରୁ ଭଗବାନ ଗଣେଶଙ୍କ ପୂଜାରେ କେବେବି ତୁଳସୀଙ୍କୁ ଚଢ଼ା ଯାଏନାହିଁ।

D Sonali

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

2 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

2 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

3 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

3 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

3 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

3 hours ago