ଭାରତର ଏହି ଗାଁରେ ହୋଇଥିଲା ମାତା ସରସ୍ୱତୀଙ୍କ ଜନ୍ମ, ଥରେ ଦେଖିଲେ ଆପଣ ବି ଜାଣିପାରିବେ..
ଭାରତର ଏହି ଗାଁ ହେଉଛି ମାଆ ସରସ୍ୱତୀଙ୍କ ଜନ୍ମସ୍ଥାନ। କଣ ଆପଣ ଏହି ଜନ୍ମ ସ୍ଥାନ ସମ୍ପର୍କରେ ଜାଣିଛନ୍ତି କି? ଆଜି ପବିତ୍ର ଶ୍ରୀ ପଞ୍ଚମୀରେ ଜାଣନ୍ତୁ ମାତା ସରସ୍ୱତୀଙ୍କ ଜନ୍ମ ସ୍ଥାନ ସମ୍ପର୍କରେ, ଯାହା ଆମେ ଆପଣଙ୍କୁ କହିବୁ ..
ଆଜି ଶ୍ରୀପଞ୍ଚମୀ । ବୁଦ୍ଧି, ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା ସରସ୍ୱତୀଙ୍କ ସ୍ୱତନ୍ତ୍ର ପୂଜାର ଦିନ । ପୌରାଣିକ ମାନ୍ୟତା ଅନୁସାରେ ବସନ୍ତ ପଞ୍ଚମୀ ଦିନ ମା ସରସ୍ୱତୀ ପ୍ରକଟ ହୋଇଥିଲେ । ତେଣୁ ଏହି ଦିନକୁ ମଧ୍ୟ ବସନ୍ତ ପଞ୍ଚମୀ କୁହାଯାଏ । ଜଣେ ମଙ୍ଗଳକାରିଣୀ ଦେବୀ ଭାବେ ପୂଜିତା ମା ବିଦ୍ୟାଦାୟିନୀଙ୍କୁ ବିଶେଷ କରି ବିଦ୍ୟାର୍ଥୀ, କଳାକାର, ସଂଗୀତକାର ଏବଂ ଲେଖକ ଓ କବିମାନେ ଉପାସନା କରିଥାନ୍ତି । କଣ୍ଠରେ ସରସ୍ୱତୀ ବସିଲେ ଉତ୍ତମ ଗାୟକ ହୋଇ ପାରିବ ବୋଲି ବିଶ୍ୱାସ ରହିଛି । ତେଣୁ ସମସ୍ତେ ଆଜିର ଦିନରେ ମା’ଙ୍କର ଆଶୀର୍ବାଦ ଚାହିଁଥାନ୍ତି ।
ଆଜି ଆମ ଦୁନିଆର ଏପରି ଏକ ସ୍ଥାନ ସମ୍ପର୍କରେ କହିବୁ ଯେଉଁଠି ମାତାଙ୍କ ର ଜନ୍ମ ହୋଇଥିଲା। ଏହାସହିତ ଆମେ କହିବୁ ମହାଭାରତ ଓ ବେଦର ରଚନା କିପରି ହୋଇଥିଲା। ଉତ୍ତରାଖଣ୍ଡର ଯୋଶୀମଠ ସମ୍ପର୍କରେ ହୁଏତ ଅନେକ କେହି ବିଶେଷ ଭାବେ ଜାଣିନଥିବେ। ଯେହେତୁ ମଠ ନା ଊଠୁଛି ତେଣୁ ଅନେକ ଏହାକୁ ଏକ ମଠ ଭାବନ୍ତି। କିନ୍ତୁ ପ୍ରକୃତରେ ଏହା ଉତ୍ତରାଖଣ୍ଡର ଏକ ସ୍ଥାନ। ଯେଉଁଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ରହିଛି ଭାରତର ଶେଷ ଗାଁ। ଏଭଲି ଲୋକ ମାନ୍ୟତା ରହିଛି ଯେ ଏଠାରୁ ମହାଭାରତ କାଳ ଅନ୍ତରେ ପାଣ୍ଡବ ମାନେ ଏଇଠୁ ସ୍ୱର୍ଗକୁ ଯାଇଥିଲେ। ଏହି ପାଖରେ ଭୀମ ନିଜ ପତ୍ନୀ ଦ୍ରପୌଦୀଙ୍କ ପାଇଁ ଏକ ପୋଲ ନିର୍ମାଣ କରିଥିଲେ। ଏହି ପୋଲ ତଳେ ସରସ୍ୱତୀ ନଦୀ ବହିଯାଇଛି। ମନାଯାଏ ଯେ ଏଠାରୁ ଦେବୀ ସରସ୍ୱତୀଙ୍କ ଜନ୍ମ ହୋଇଥିଲା। ମହର୍ଷି ବ୍ୟାସ ଦେବ ପୁରାଣ ଓ ମହାଭାରତର ରଚନା ମଧ୍ୟ ଏହିଠାରେ ସ୍ନାନ କରି କରଥିଲେ।
ଭୀମ ପୋଲ:
ଏହି ଭୀମ ପୋଲ ଏକ ପ୍ରାକୃତିକ ଭାବରେ ତିଆରି ହୋଇଛି। ନାଚୁରାଲ ଭାବେ ପଥରରେ ଏହି ପୋଲ ବନିଛି। ଏହାକୂ ଭୀମ ପୋଲ କୁହାଯାଏ। ପ୍ରାଚୀନ ମାନ୍ୟତା ଅନୁସାରେ ଯେବେ ପାଣ୍ଡବ ଦ୍ରୌପଦୀଙ୍କ ସହ ସ୍ୱର୍ଗ ଯାଉଥିଲେ ସେହି ସମୟରେ ଏହିଠାରେ ନଦୀକୁ ଦେଖିଥିଲେ। ଏହାପରେ ଭୀମ ଏକ ବଡ଼ ପଥର ରଖିଥିଲେ। ଏମିତିରେ ଦ୍ରୋପଦୀ ନଦୀକୁ ଆରାମରେ ପାରି କରିଥିଲେ। ଏହି ବଡ଼ ପଥରରେ ୨୦ ଫୁଟ ଲମ୍ବା ପାଦର ଚିହ୍ନ ବି ଦେଖିପାରିବେ। କୁହାଯାଏ ଯେ ଏହା ଭୀମ ଙ୍କ ପାଦ ।
କୁହାଯାଏ ଯେ ମହର୍ଷି ବ୍ୟାସ ଦେବ ଏହି ଗୁମ୍ଫାରେ ଗୀତାର ରଚନା କରିଥିଲେ। ତେଣୁ ଏହି ଗୁମ୍ଫାକୁ ବ୍ୟାସ ପୁସ୍ତକ ନାମରେ ଜଣାଯାଏ। ମାନ୍ୟତା ରହିଛି ଯେ ବହୁତ ବର୍ଷ ପରେ ଏହି ପୁସ୍ତକ ପଥରରେ ପରିବର୍ତ୍ତନ ହୋଇଯାଇଥିଲା। ଏଠାରେ ଗଣେଶ ଗୁମ୍ଫା ମଧ୍ୟ ରହିଛି। କୁହାଯାଏ ଏଠାରେ ମହର୍ଷି ବ୍ୟାସ ଗୁମ୍ଫାରେ ରହି ଭଗବାନ ଗଣେଶ ଥିବା ଆଉ ଏକ ଗୁମ୍ଫାରେ ମହାଭାରତ ଶୁଣାଇଥିଲେ। ପରେ ପ୍ରଭୁ ଗଣେଶ ଏହାକୁ ରଚନା କରିଥିଲେ।