ଏହି ଦେବତାଙ୍କ ଭକ୍ତ ଉପରେ ଶନିଦେବଙ୍କ ର ରହିଥାଏ ଅପାର କରୁଣା, ଜୀବନରେ କେବେ ବି ଭୋଗନ୍ତି ନାହିଁ କଷ୍ଟ

ଶନିଦେବଙ୍କ ନାମ ଶୁଣିଲେ ହିଁ ମନରେ ଭୟ ଆସିଯାଏ। ଆଉ ଶନିଙ୍କ ଗୋଚର ସାଢ଼େ ସତୀ ହେଉ ଅବା ବକ୍ରି , ଏହିସମୟରେ ଶନିଙ୍କର ପ୍ରଭାବ ଲୋକଙ୍କ ଜୀବନ ଉପରେ ପଡ଼ିଥାଏ। ତେଣୁ ଶନି ଯେଉଁମାନଙ୍କ ରାଶିରେ ପ୍ରବେଶ କରନ୍ତି ସେମାନେ ଅଧିକ ସତର୍କ ରହିବା ଜରୁରୀ। ଯେଉଁମାନଙ୍କ ଜାତକରେ ଶନିଙ୍କ ସ୍ଥିତି ଶୁଭ ହୋଇନଥାଏ ସେମାନଙ୍କ ସମସ୍ୟା ଅଧିକ ବଢ଼ିଯାଏ। ଶନି ଦେବ ହେଉଛନ୍ତି କର୍ମଫଳ ଦାତା। ଭଲ କର୍ମ କରି ଭକ୍ତିର ସହ ତାଙ୍କୁ ଯିଏ ମନେ ପକାଏ ତା ଉପରେ ଶନିଦେବଙ୍କର ଶୁଭ ଦୃଷ୍ଟି ପଡ଼େ। ଶନିଦେବଙ୍କର ଅପାର କୃପା ମିଳିଥାଏ।

ଗ୍ରହଙ୍କ ସଂସାରରେ ଶନିଦେବଙ୍କୁ ନ୍ୟାୟାଧିଶ କୁହାଯାଏ। ମନୁଷ୍ୟର କର୍ମ ଅନୁସାରେ ଶନିଦେବ ଫଳ ଦେଇଥାନ୍ତି। କିନ୍ତୁ ଯାହା ଉପରେ ଶନିଙ୍କର କୃପା ରହିଥାଏ ସେ ରାଜକୀୟ ସୁଖ ଅନୁଭବ କରେ। ଏମିତିରେ ତ ଶନିଦେବଙ୍କ ପୂଜା ପାଇଁ ଅନେକ ଉପାୟ ରହିଛି ।କିନ୍ତୁ ଯଦି ଆପଣ ଏହି ୩ଟି ଦେବତାଙ୍କ ଭକ୍ତ ତେବେ ଶନିଦେବ ଆପଣଙ୍କୁ ଆଦୌ ହଇରାଣ କରିବେ ନାହିଁ। ଶନିଙ୍କ ସାଢ଼େସତୀ ହେଉ ଅବା ବକ୍ରି ଗତି ସେ ବ୍ୟକ୍ତିଙ୍କୁ କିଛି ବି କଷ୍ଟ ଦିଅନ୍ତି ନାହିଁ। ଏବେ ଜାଣନ୍ତୁ ସେହି ଦେବତାଙ୍କ ସମ୍ପର୍କରେ..

ପୌରାଣିକ ଗ୍ରନ୍ଥ ଅନୁସାରେ ଶନିଦେବଙ୍କୁ କର୍ମଫଳ ଦାତା କୁହାଯାଏ। ସେ ମନୁଷ୍ୟର ସବୁ ଖରାପ ଓ ଭଲ କାମକୁ ନଜରରେ ରଖିଥାନ୍ତି। ଆସନ୍ତା ୨୦୨୩ ଜାନୁଆରୀରେ ଶନିଦେବ କୁମ୍ଭ ରାଶିରେ ପ୍ରବେଶ କରିବେ। ତେଣୁ ମକର, କୁମ୍ଭ ଓ ମୀନ ରାଶି ଉପରେ ଶନିଙ୍କର ସାଢ଼େସତୀର ପ୍ରଭାବ ରହିବ। ଆଉ ଏହି ସ୍ଥିତିରେ ଯଦି ଆପଣ ଭଗବାନ ଶ୍ରୀକୃଷ୍ଣଙ୍କ ଭକ୍ତ ତେବେ ଶନିଦେବଙ୍କ ଶୁଭଫଳ ଆପଣ ପାଇବେ। କାରଣ ଶନିଦେବ ନିଜେ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା କରିଥାନ୍ତି। ଏଥିପାଇଁ ସେ ମଥୁରାର କୋସିକଲାଂ ର କୋଳିକାବନରେ ପ୍ରଭୁଙ୍କ ନିମିତ୍ତ ତପସ୍ୟା କରିଥିଲେ। ଏହାପରେ କୋଇଲି ରୂପରେ ଭଗବାନ ତାଙ୍କୁ ଦର୍ଶନ ଦେଇଥିଲେ। ତେଣ ୁ ଏଥିପାଇଁ ଶୀ୍ରକୃଷ୍ଣଙ୍କ ଭକ୍ତଙ୍କୁ ଶନିଦେବ ପସନ୍ଦ କରନ୍ତି।

ଭଗବାନ ଶିବଙ୍କ ଭକ୍ତ ମଧ୍ୟ ଶନିଦେବଙ୍କ କୃପା ପାଇଥାନ୍ତି। ଧାର୍ମିକ ଗ୍ରନ୍ଥ ରେ ଏକଦା ଶନିଦେବଙ୍କ ପିତା ସୂର୍ଯ୍ୟ ଦେବ ତାଙ୍କୁ ଓ ତାଙ୍କ ମାତା ଛାୟା ଦେବୀଙ୍କୁ ଅପମାନ କରିଥିଲେ। ଏହାପରେ ଶନିଦେବ ଭଗବାନ ଶିବ ଙ୍କ ତପସ୍ୟା କରି ତାଙ୍କୁ ପ୍ରସନ୍ନ କଲେ। ଭଗବାନ ଶିବ ଶନିଦେବଙ୍କୁ ଗ୍ରହଙ୍କ ନ୍ୟାୟାଧିଶ ବନାଇଦେଲେ ।

ଶେଷରେ ରହିଲେ ହନୁମାନ। ଶନିବାର ଓ ମଙ୍ଗଳବାର ଶନିଦେବଙ୍କ ବ୍ୟତିତ ହନୁମାନଙ୍କ ପୂଜା କରାଯାଏ। ଏକଦା ଶନିଦେବଙ୍କୁ ନିଜ ଶକ୍ତି ଉପରେ ଗର୍ବ ଆସିଯାଇଥିଲା। ଯାହାକୁ ହୁନମାନ ପ୍ରଭୁ ଭଙ୍ଗ କରିଥିଲେ। ଏହାପରଠୁ ଶନିଦେବ ହନୁମାନଙ୍କୁ ବଚନ ଦେଇଥିଲେ ଯେ ହନୁମାନଙ୍କ ଭକ୍ତଙ୍କୁ କେବେ ବି କଷ୍ଟ ଦେବେ ନାହିଁ। ଏହାସହିତ ସେହି ଭକ୍ତଙ୍କ ଉପରେ ଶୁଭାର୍ଶିବାଦ ରଖି ତାଙ୍କ ଜୀବନରେ ଅନେକ ସଫଳତା ଭରିଦେବେ।

ତେଣୁ ଆପଣ ବି ଯଦି ଏମାନଙ୍କ ଭକ୍ତ ତେବେ ନିଶ୍ଚିତ ରୁହନ୍ତୁ ଶନିଦେବଙ୍କ କୃପା ଆପଣଙ୍କ ଠାରେ ରହିବ। ତାଙ୍କ କୋପ ଦୃଷ୍ଟି ଆଦୌ ପଡ଼ିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.